ସୁନିତା ପଟେଲ

ସୁନିତା ପଟେଲ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Mun Chalijiba Pare (ମୁଁ ଚାଲିଯିବା ପରେ) by Sunita Patel

ମୁଁ ଚାଲିଯିବା ପରେ

ମୁଁ ଚାଲିଯିବା ପରେ ତୁ ନିଜକୁ ଭୁଲିଯିବୁ ଜାଣିଥିଲେ ମୁଁ ବଞ୍ଚିବା ପାଇଁ ଆହୁରି ସଂଘର୍ଷ କରିଥାନ୍ତି, ହଁ ଟିକିଏ କଷ୍ଟ ତ ହୋଇଥାନ୍ତା ହେଲେ ତୋ’ ପାଇଁ ଖୁସିରେ ହସି ହସି ସହି ଯାଇଥାନ୍ତି । ମୁଁ ଚାଲିଯିବା ପରେ ନା ହାତରେ ଚୁଡ଼ି ନା ମଥାରେ ଟିକିଲି ନା ପାଦରେ ତୋ’ର ପାଉଁଜି ଅଛି, ବୋଧେ ମୁଁ ଯିବାପରେ ମୋ ସ୍ମୃତିସବୁ ପାଷାଣ ପାଲଟିଛି, ସେଥିପାଇଁ ତୁ ସେସବୁ ନିଜଠାରୁ ଦୂରେଇ ଦେଇଛୁ ।…

ଅଧିକ ପଢ଼ନ୍ତୁ
Odia Poem Deepavalire Prema (ଦୀପାବଳିରେ ପ୍ରେମ) by Sunita Patel

ଦୀପାବଳିରେ ପ୍ରେମ

ଦୀପାବଳି ଦୀପର ହାଲକା ଆଲୁଅରେ ଝାପସା ଭାବେ ଦେଖିଥିବା ସେଇ ହସ, ହୃଦୟକୁ ଗଭୀର ଭାବେ ଆଘାତ କରିଛି, ସେଇ ହସକୁ ଭୁଲିବା ଭାରି କଷ୍ଟ ହେଉଛି । ବୋଧେ ପ୍ରେମରେ ହେଉଥିବା ମିଠା ଦରଦର କିଛିଟା ଆଭାସ ହେଉଛି, ତାକୁ ଦେଖି ଲାଗିଲା ଯେମିତି ଅମାବାସ୍ୟା ରାତିରେ ଜହ୍ନ ଭୁଲରେ ତା’ ପାଦ ପଦାକୁ କାଢ଼ି ଦେଇଛି । ମୁରୁଜ ରଙ୍ଗରେ ତା’ ହାତ ରଙ୍ଗେଇ ଯାଇଛି ଯେମିତି ନିର୍ମଳ ଆକାଶକୁ ଇନ୍ଦ୍ରଧନୁ ସାତରଙ୍ଗେ ରଙ୍ଗେଇ…

ଅଧିକ ପଢ଼ନ୍ତୁ
Odia Poem Se Mo Diary (ସେ ମୋ ଡାଏରୀ) by Sunita Patel

ସେ ମୋ ଡାଏରୀ

ଭୁଲିଯିବା ଭୟ ତା’ ଭିତରେ ଅନେକ କିଛି ସାଇତି ରଖିଛି ଆଉ କିଛି ରହସ୍ୟ ଲୁଚେଇ ବି ରଖିଛି । ମୋ ଦିନ ସରିବା ପର୍ଯ୍ୟନ୍ତ ସେ ମୋତେ ଅପେକ୍ଷା କରେ ସେ ମୋ ଦିନକୁ ସମ୍ପୂର୍ଣ୍ଣ କରେ । ମୋର କୌଣସି ଭାବନା ପାଇଁ ସେ ମୋତେ କେବେ ପ୍ରଶ୍ନ କରିନି ବୋଧେ ସେ କାହିଁକି, କ’ଣ ପାଇଁ, କେଉଁଠି ଏମିତି କିଛି ଶବ୍ଦର ଅର୍ଥ ଜାଣିନି । ମୁଁ ରାଗରେ ତା’ ଶରୀରରେ ଅନେକ…

ଅଧିକ ପଢ଼ନ୍ତୁ
Odia Poem Shabara Koha (ଶବର କୋହ) by Sunita Patel

ଶବର କୋହ

ଚାରିକାନ୍ଧରେ ଶ୍ମଶାନ ଯିବା ପାଇଁ ଶବ ଜଗିଛି ହେଲେ ଜିଅନ୍ତା ମଣିଷ ଆଜି ଶବ ପାଲଟିଛି । ନିଜ ଜନମ ଭୂଇଁରେ ମିଶିଯିବା ପାଇଁ ଶବ ଆଜି ଝୁରୁଛି ହେଲେ ଗାଁ ଶ୍ମଶାନ ଆଜି ଶବ ପାଲଟିଛି । ଆଜି ଶବ ରାମ ନାମ ସତ ନାଁ ହରି ନାମ ସତ ପଚାରୁଛି, ହେଲେ ବିଜ୍ଞ ମଣିଷ ଉତ୍ତର ଜାଣି ବି ମୁକ ପାଲଟିଛି । ଶବ ଥିବା ଘର ଆଜି ଶୁନ୍‌ଶାନ୍ ହେଇଯାଇଛି ମଶାଣିର ପଥ…

ଅଧିକ ପଢ଼ନ୍ତୁ
Odia Poem Rati Andhara o Mun (ରାତି ଅନ୍ଧାର ଓ ମୁଁ) Sunita Patel

ରାତି ଅନ୍ଧାର ଓ ମୁଁ

ରାତି ମୋ ବନ୍ଧୁ ଯେବେ ହେଲା ନିଦ ଅଭିମାନ କଲା ସପନ ରୁଷି ଗଲା ନୟନ କ୍ଳାନ୍ତ ହେଲା । ରାତ୍ରି ନୁହେଁ କେବଳ ଅନ୍ଧକାର ଏ ତ ଚନ୍ଦ୍ର, ତାରାର ସମାହାର । ସେଇ ସୁନ୍ଦରତାକୁ ବାଦ୍ ଦେଲି ଅନ୍ଧାରକୁ ମୁଁ ମୋ ଭିତରକୁ ଟାଣି ଆଣିଲି । ନିଶିକୁ ଯେବେ ଆଲିଙ୍ଗନ କଲି ଅନ୍ଧାରକୁ ସେତେ ଭଲପାଇଲି ଆଲୋକଠାରୁ ସତେ ଦୂରେଇ ଗଲି ରବି କିରଣେ ନିଜ ଛାଇକୁ ବି ଡରିଗଲି । ଅନ୍ଧାର…

ଅଧିକ ପଢ଼ନ୍ତୁ