ସୁନିତା ପଟେଲ

ସୁନିତା ପଟେଲ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Shabara Koha (ଶବର କୋହ) by Sunita Patel

ଶବର କୋହ

ଚାରିକାନ୍ଧରେ ଶ୍ମଶାନ ଯିବା ପାଇଁ ଶବ ଜଗିଛି ହେଲେ ଜିଅନ୍ତା ମଣିଷ ଆଜି ଶବ ପାଲଟିଛି । ନିଜ ଜନମ ଭୂଇଁରେ ମିଶିଯିବା ପାଇଁ ଶବ ଆଜି ଝୁରୁଛି ହେଲେ ଗାଁ ଶ୍ମଶାନ ଆଜି ଶବ ପାଲଟିଛି । ଆଜି ଶବ ରାମ ନାମ ସତ ନାଁ ହରି ନାମ ସତ ପଚାରୁଛି, ହେଲେ ବିଜ୍ଞ ମଣିଷ ଉତ୍ତର ଜାଣି ବି ମୁକ ପାଲଟିଛି । ଶବ ଥିବା ଘର ଆଜି ଶୁନ୍‌ଶାନ୍ ହେଇଯାଇଛି ମଶାଣିର ପଥ ବି କ୍ଳାନ୍ତ ହୋଇ…

ଅଧିକ ପଢ଼ନ୍ତୁ
Odia Poem Rati Andhara o Mun (ରାତି ଅନ୍ଧାର ଓ ମୁଁ) Sunita Patel

ରାତି ଅନ୍ଧାର ଓ ମୁଁ

ରାତି ମୋ ବନ୍ଧୁ ଯେବେ ହେଲା ନିଦ ଅଭିମାନ କଲା ସପନ ରୁଷି ଗଲା ନୟନ କ୍ଳାନ୍ତ ହେଲା । ରାତ୍ରି ନୁହେଁ କେବଳ ଅନ୍ଧକାର ଏ ତ ଚନ୍ଦ୍ର, ତାରାର ସମାହାର । ସେଇ ସୁନ୍ଦରତାକୁ ବାଦ୍ ଦେଲି ଅନ୍ଧାରକୁ ମୁଁ ମୋ ଭିତରକୁ ଟାଣି ଆଣିଲି । ନିଶିକୁ ଯେବେ ଆଲିଙ୍ଗନ କଲି ଅନ୍ଧାରକୁ ସେତେ ଭଲପାଇଲି ଆଲୋକଠାରୁ ସତେ ଦୂରେଇ ଗଲି ରବି କିରଣେ ନିଜ ଛାଇକୁ ବି ଡରିଗଲି । ଅନ୍ଧାର ରାତିରେ ଝରକା କବାଟ ବନ୍ଦ…

ଅଧିକ ପଢ଼ନ୍ତୁ
Odia Poem Nari (ନାରୀ) by Sunita Patel

ନାରୀ

ମୁଁ ଜନନୀ ମୁଁ ଭଗିନୀ ମୁଁ ତନୟା ମୁଁ ସହଧର୍ମିଣୀ ଏଇତ ମୋ ଚରିତ୍ରର ବିବରଣୀ ମୁଁ ଲଜ୍ଜା ମୁଁ ପୂଜ୍ୟ ମୁଁ ଧୈର୍ଯ୍ୟ ମୁଁ ସଭ୍ୟ ଏସବୁ ମୁଁ ହେବା ନିତାନ୍ତ ଆବଶ୍ୟକ ମୁଁ ଧରଣୀ ମୁଁ କାମିନୀ ମୁଁ ରମ୍ୟ ମୁଁ କାମ୍ୟ କାବ୍ୟରେ ବର୍ଣ୍ଣିତ ହୁଏ ମୋର ଏ ଗୁଣ । – ସୁନିତା ପଟେଲ ସୁନିତା ପଟେଲସୁନିତା ପଟେଲ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି ।…

ଅଧିକ ପଢ଼ନ୍ତୁ
Odia Poem Paribartana o Pratisodha (ପରିବର୍ତ୍ତନ ଓ ପ୍ରତିଶୋଧ) by Sunita Patel

ପରିବର୍ତ୍ତନ ଓ ପ୍ରତିଶୋଧ

କାଗଜ ଫର୍ଦରେ ଲେଖାଅଛି ବୋଲି କୁହାଯାଉଛି ବରଷକେ ବାର ମାସ ଓ ଛଅ ଋତୁ ଅଛି ନା ଶରତ, ନା ହେମନ୍ତର ପ୍ରଭାବ ଅନୁଭବ ହେଉଛି । ଜଳ ଅଶାନ୍ତ ପୁଣି ବାୟୁ ଅଶାନ୍ତ ମୃତ୍ତିକା ବି କ୍ଳାନ୍ତ ତାତି ଯୋଗୁଁ ଧରା ବି ଆକ୍ରାନ୍ତ । ବିହଗର ବସା ପାଇଁ ପାଦପ ଅଭାବ ପ୍ରଶ୍ୱାସ ପାଇଁ ଅମ୍ଳଜାନ ଅଭାବ ତଥାପି ବଦଳୁ ନାହିଁ ଲୋକଙ୍କ ସ୍ୱଭାବ । ଧରଣୀ ଗର୍ଭକୁ ଚିରି ତା’ ଅଂଶକୁ କାଢ଼ି କରାହେଉଛି ବେପାର ବିଜ୍ଞାନର…

ଅଧିକ ପଢ଼ନ୍ତୁ
Mun Haribini

ଟିକିଏ ହସିଦେଇ କହିଦେ ମୁଁ ହାରିବିନି

ବ୍ୟସ୍ତ ବିବ୍ରତ ଦୁନିଆରେ ଜୀବନର ଛକାପଞ୍ଝା ଖେଳରେ କେବେ ପରାସ୍ତ ହେଇଗଲେ ଟିକିଏ ହସିଦେଇ କହିଦେ ମୁଁ ହାରିବିନି । ପ୍ରତିଯୋଗିତା ପୂର୍ଣ୍ଣ ସମାଜରେ ତୁ ପଛେଇ ଗଲେ ଭୟ କରନି ଟିକିଏ ରହିଯା ଟିକିଏ ହସିଦେଇ କହିଦେ ମୁଁ ହାରିବିନି । ସପନ ପଥେ ଚାଲୁ ଚାଲୁ ଗୋଡ଼ ଖସିଗଲେ ଭାଙ୍ଗି ପଡ଼ନି ଟିକିଏ ରହିଯା ଟିକିଏ ହସିଦେଇ କହିଦେ ମୁଁ ହାରିବିନି । ଅନ୍ଧାରରେ ତୋ’ ରଙ୍ଗ ଲୁଚିଗଲେ ବ୍ୟସ୍ତ ହୁଅନି ଟିକିଏ ଅପେକ୍ଷା କର ଅନ୍ଧାର ଅପସରି…

ଅଧିକ ପଢ଼ନ୍ତୁ