ଶୁଭମ୍ କୁମାର ସାହୁ

ଶୁଭମ୍ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Abhula Amar Giri (ଅଭୁଲା ଅମର ଗୀତି) by Subham Kumar Sahoo

ଅଭୁଲା ଅମର ଗୀତି

ରଖିଛି ସାଇତି ତମର ସେଇ ଅଭୁଲା ଅମର ଗୀତି ଭୁଲିଯାଇନାହିଁ ତମ ସାଥେ ଥିବା ଭିଜା ଭିଜା ସେଇ ସ୍ମୃତି ॥ ପଢ଼ୁଛି ଆଜିବି ଲୁଚେଇ ମୁହିଁ ତୁମ ହାତ ଲେଖା ଚିଠି ଚିରି ଦେଇନାହିଁ ଚିଠିକୁ ତୁମର ରଖିଛି ପାଖେ ସାଇତି ॥ ସାଥେ ବିତିଥିବା ସବୁ ଅତୀତକୁ ରଖିଛି ମନେ ସାଇତି ମନକୁ ମୋହର ଦେଇନି କାହାକୁ ରଖିଛି ତମକୁ ସେଇଠି ॥ ଭୁଲିବନି ପ୍ରିୟେ କେବେ ଗୋ ମୋତେ ତମେ ହିଁ ମୋର…

ଅଧିକ ପଢ଼ନ୍ତୁ
Odia Poem Ae Ta Marichika (ଏଇ ତ ମରୀଚିକା) by Subham Kumar Sahoo

ଏଇ ତ ମରୀଚିକା

ଆଜି ବି ମନେଅଛି ଜହ୍ନ ରାତିର ସେଇ ବିକଟାଳ ରୂପ କୋକିଶିଆଳିର ଲମ୍ବାରଡ଼ି କାନ୍ଦଣା ରାତି ଶୁନ୍ ଶାନ୍, କୁକୁର ସବୁ ଭୁକୁଛନ୍ତି ଆଉ ମୁଁ ତୁମକୁ ଅନୁସରଣ କରୁଛି; ପଛରୁ ହାତ ଠାରି ଡାକୁଛି ହେଲେ, ହଠାତ୍‌ ତମେ ଦୌଡ଼ିଯାଉଛ ସାଗରକୂଳ ଆଡ଼େ ତମର ଛମ୍ ଛମ୍ ପାଉଁଜି ଶବ୍ଦ ମୋତେ ତମ ଆଡ଼କୁ ବାରମ୍ଵାର ଟାଣି ନେଉଛି ଶେଷରେ, ଏ ସାଗରର ଢେଉ ମୋ ପାଖେ ଆସି କହୁଛି “ସତ୍ୟତା” କ’ଣ ତୁ ବି…

ଅଧିକ ପଢ଼ନ୍ତୁ
Odia Poem Saswat Prema (ଶାଶ୍ୱତ ପ୍ରେମ) by Subham Kumar Sahoo

ଶାଶ୍ୱତ ପ୍ରେମ

ବଗିଚାର ଫୁଟା ଗୋଲାପ ଏବେ ସମ୍ପୂର୍ଣ୍ଣ ମଉଳା, ଝାଉଁଳି ପଡ଼ିଛି ଆଜି ତା’ର ସତେଜ ପାଖୁଡ଼ା, ପ୍ରେମ ଆଜି ପାଲଟିଛି ରାସ୍ତାକଡ଼ର ଅଳିଆ ବଦଳି ଯାଇଛି ଆଜି ରୂପରେଖା ଏ ପ୍ରେମର । ଅନ୍ଧକାର ଅଛି ସିନା ଆଲୁଅ ଦେଖେଇବା ପାଇଁ କେହି ନାହିଁ । ବିଚ୍ଛେଦ ଅଛି ସିନା ସଂଯୋଗ ପାଇଁ ଆଉ ସାହସ ନାହିଁ । ଶୁଭୁନି ଆଉ ସେ ବିରହର ସ୍ୱର, ଆଧୁନିକ ସଭ୍ୟତା ତଳେ ଚାପି ହେଇ ଆଜି ପ୍ରେମ କରୁଛି…

ଅଧିକ ପଢ଼ନ୍ତୁ
Odia Poem Tama Apekshare (ତମ ଅପେକ୍ଷାରେ) by Subham Kumar Sahoo

ତମ ଅପେକ୍ଷାରେ

ତମେ ଆସ ଜହ୍ନ ଆଲୁଅରେ ପୁଣି ହଜିଯାଅ ଭସା ବାଦଲରେ ତମେ ବି ନିଜେ ଜାଣନା କେମିତି ବା ଜାଣିବ ମୋ ମନର ଭାବନାକୁ ତମେ ଅଛ ସିନା ମୋ ମନରେ, ହେଲେ ତମେ ତ ଆଉ କାହା ମନରେ ତମେ ଅଛ ସିନା ମୋ ସ୍ୱପ୍ନରେ, ହେଲେ ତମେ ଆସ ଆଉ କାହା ସ୍ଵପ୍ନରେ ଏ ମନକୁ ଯେତେ ବୁଝାଇଲେ ସେ ଛୋଟ ପିଲା ପରି ପୁରା ଅବୁଝା ହେଲେ ବି ଏ ପାଗଳ କେବଳ…

ଅଧିକ ପଢ଼ନ୍ତୁ