ସୌମ୍ୟ ରଞ୍ଜନ ପାଲ

ସୌମ୍ୟରଞ୍ଜନ ପାଲ୍ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ, କବିତା, ପ୍ରବନ୍ଧ, ବ୍ୟଙ୍ଗ କଥା ଆଦି ରଚନା କରନ୍ତି । ସେ ବିଭିନ୍ନ ମଞ୍ଚରେ କବିତା ପରିବେଷଣ କରି ପୁରସ୍କୃତ ହେବା ସହ ଅନେକ ସମୟରେ କିଛି ଲୋକଙ୍କର ନକଲ ମଧ୍ୟ କରିଥାନ୍ତି ।

Akankshita Sandhyatie Book Review by Soumya Ranjan Pal

ପୁସ୍ତକ ସମୀକ୍ଷା: ଆକାଂକ୍ଷିତ ସନ୍ଧ୍ୟାଟିଏ

ଆକାଂକ୍ଷିତ ସନ୍ଧ୍ୟାଟିଏ ହେଉଛି ଡ. ତୃପ୍ତିରଞ୍ଜନ ଦାସଙ୍କ ରଚିତ ପ୍ରଥମ କବିତା ସଂକଳନ, ଯାହାକି ଶାନ୍ତିସେନା ପ୍ରକାଶନ ଦ୍ୱାରା ପ୍ରକାଶ ପାଇଥିଲା । ପ୍ରଥମ ସଂସ୍କରଣ ଯେତେବେଳେ ପ୍ରକାଶ ପାଇଥିଲା, ମାତ୍ର କେଇଟା ଦିନରେ ସମସ୍ତ ପୁସ୍ତକ ବିକ୍ରି ହୋଇଯାଇଥିଲା, ଯେଉଁଥିପାଇଁ ଆମକୁ ମିଳିବାକୁ ଏତେ ସମୟ ଲାଗିଗଲା । କିଛି ଏମିତି ଆରମ୍ଭ ହଉ ସମ୍ପର୍କ, ଯେଉଁଠି ଆବେଗର ପ୍ରଭାବରେ ପାଦ ଅତିଶୟ ଚଞ୍ଚଳ ନହଉ । ସହସ୍ର ଭାବନାର ଭିଡ଼ରେ, କଳ୍ପନାର ଚଳଚ୍ଚିତ୍ର ବାସ୍ତବକୁ…

ଅଧିକ ପଢ଼ନ୍ତୁ
Odia Poem Jhumuka (ଝୁମୁକା) by Soumya Ranjan Pal

ଝୁମୁକା

ଓଠରେ ଖଇରୀ ମାଥେ କଳାବିନ୍ଦି କାନରେ ତୋର ଝୁମୁକା ବାର ବାର ମୋର ନଜର କିଣଇ କାନରେ ତୋର ଝୁମୁକା ॥ ତୋ କଳା କେଶର ଛାଇ ତଳେ ରହି ଶୋଇବାକୁ ମୋର ମନ ହେଲେ ତୋ କେଶରେ ଛନ୍ଦିରହି ଦୋଳି ଖେଳୁଛି କାନେ ଝୁମୁକା ॥ ଦେବୀ ଉପାସନା ପାଇଁ ମନ୍ଦିରକୁ ଯିବାର ହୁଏନା ପ୍ରାୟ ହେଲେ ଦେବୀ ତୁହି ଘଣ୍ଟି ସମ ଝୁଲେ କାନରେ ତୋର ଝୁମୁକା ॥ ସିଧା ଆଖି ମୋର ମିଶେନା…

ଅଧିକ ପଢ଼ନ୍ତୁ
Odia Poem Bhinna E Ratha Jatra (ଭିନ୍ନ ଏ ରଥଯାତ୍ରା) by Soumya Ranjan Pal

ଭିନ୍ନ ଏ ରଥଯାତ୍ରା

ତିନିରଥ ଆଜି ସଜେଇ ରହିଛି ସିଂହଦ୍ଵାର ପାଶେ ଠିଆ ଭାଇ ଭଉଣୀଙ୍କୁ ସାଥିରେ ନେଇଣ ବୁଲିଯିବ ଯେ କାଳିଆ ପହଣ୍ଡି କରିଣ ରଥାରୂଢ଼ ହେବ ସେବାୟତ ପାଶେ ଥାଇ ମାନି ସଙ୍ଗରୋଧ ନଡ଼ିଆ ଭାଙ୍ଗିବ ଦୂରେ ଭକତଟା ରହି ॥ ଷାଠିଏ ପଉଟି ଛାଡ଼ିଦେଇ ପଛେ ମାଉସୀ ରନ୍ଧା ଖାଇବ କାଳିଆ ବିହୁନେ ଶିରୀମନ୍ଦିର ଯେ ସତରେ ଶୂନ୍ୟ ଲାଗିବ ଶୂନ୍ୟ ବଡ଼ଦାଣ୍ଡ ଶୂନ୍ୟ ରାଜପଥ ଶୂନ୍ୟ ଏ ନୀଳ ଅମ୍ବର ଭକତ ଗହଳି ନାହିଁ ପାଶେ…

ଅଧିକ ପଢ଼ନ୍ତୁ
palata-pabana

ପାଲଟା ପବନ

ବହିଗଲେ ଥରେ କମ୍ପିଯାଏ ଦେହ ସମୟରେ ଜାଳିଦିଏ, ନାକ ଦୁଇ ପୁଣି ଯାଏ ବୁଜି ପରେ ବାସନା ବି ଢାଳିଦିଏ । ଗର୍ଜନ ଶୁଭଇ କୋଳାହଳ ମୟ ବାରୁଦର ଗନ୍ଧ ପାଶେ, ପତର ଝଡ଼ଇ ନୀଳ ରଙ୍ଗୀ ଛାତୁ କୁହୁତାନ ଖେଦ ନାଶେ । ଘଣ୍ଟ ବାଜେ ନିତି ସଙ୍ଗେ ରୀତିନୀତି ଚନ୍ଦନ ଲାଗଇ ଶିରେ, କରି ଅବରୋଧ ତୋଳି ମହାସୌଧ ଦୀନ ଭାସୁଥାଏ ନୀରେ । ବତୀ ହେଲେ ନୀଳ ବଢ଼ିଚାଲେ ଖେଳ ବତୀ ନାଲି…

ଅଧିକ ପଢ଼ନ୍ତୁ
banamali

ବନମାଳୀ

ବାଇଶି ପାହାଚେ ବଂଶୀ ବଜାଉଛ ବିବସ ହେଲାଣି ମନ… ବିଘ୍ନକୁ ତୁଟାଇ ବିରୋଧ ଏଡ଼ାଇ ବିଲାତୁ ଫେରୁଚି ଧନ… ବହୁଦିନୁ ସିଏ ବରାଦ କରିଛି ବନ୍ଧୁଜନ ସାଥେ ମିଶି… ବିବୁଧଙ୍କୁ ଭେଟି ବିବରଣୀ ଦେବ ବାଳୁତ କାଳରୁ ବସି… ବେଳାଭୂମି ଯାଇ ବୁଡ଼ ପକାଇବ ବିସ୍ତୀର୍ଣ୍ଣ ସାଗରେ ଡୁବି… ବାନ୍ଧି ରଖିଥିବ ବନ୍ଧନେ ତୁମର ବନାଇବ ଶ୍ରେଷ୍ଠ ଛବି…. – ସୌମ୍ୟରଞ୍ଜନ ପାଲ୍ ସୌମ୍ୟ ରଞ୍ଜନ ପାଲସୌମ୍ୟରଞ୍ଜନ ପାଲ୍ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ, କବିତା,…

ଅଧିକ ପଢ଼ନ୍ତୁ