ସସ୍ମିତା ପ୍ରଧାନ

ସସ୍ମିତା ପ୍ରଧାନ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Asa Ke Kutika Chita (ଆସ କେ କୁଟିବ ଚିତା) by Sasmita Pradhan

ଆସ କେ କୁଟିବ ଚିତା

ପସରା ମୁଣ୍ଡେଇ କେଲୁଣୀ ବୁଢ଼ୀ ଆସ ଝିଅ, ବୋହୂ ଛାଡ଼ଇ ରଡ଼ି ॥ ଆସ କେ କୁଟିବ ଦେହରେ ଚିତା ରାଧାକୃଷ୍ଣ ଅବା ଶ୍ରୀରାମ ସୀତା ॥ ଥିରି ଥିରି କରି ଦେବି ମୁଁ କୁଟି ରହିଥିବ ସଦା ଅଭୁଲା ସ୍ମୃତି ॥ ପିମ୍ପୁଡି କାଟିଲା ପରି ଲାଗିବ ଦିନେ ଦୁଇ ଦିନ ପୀଡ଼ା ରହିବ ॥ ତା’ପରେ ଦିଶିବ ଭାରି ସୁନ୍ଦର ଝଟକୁ ଥିବ ସେ ଦେହେ ତୁମର ॥ ଚିତା କୁଟା ମୋର କୁଳ…

ଅଧିକ ପଢ଼ନ୍ତୁ
Odia Poem Manima Kare Guhari (ମଣିମା କରେ ଗୁହାରି) by Sasmita Pradhan

ମଣିମା କରେ ଗୁହାରି

ତବ ପାଦ ରେଣୁ ଝରି ପଡ଼ୁ ସଦା ଅଧମ ଅକ୍ଷମ ଶିରେ ଆହେ ମହାବାହୁ କରୁଛି ଦୟିନୀ ମଣିମା ଶୁଣିବା ବାରେ ॥ ଥକି ପଡ଼ିଲିଣି ଏ ଭବ ସାଗରେ ଥଳ କୂଳ ପାଉନାହିଁ ଯେ ଡାଳ ଧରୁଛି ସେ ଡାଳ ଭାଙ୍ଗୁଛି କୃପା କର ବାରେ ସାଇଁ ॥ ଘୋର ଅରଣ୍ୟରେ ମୃଗୁଣୀ ଡାକିଲା ଉଦ୍ଧାର କରିଛ ହରି କୁରୁ ସଭା ତଳେ ବସ୍ତ୍ର ଦାନ କରି ରଖିଛ ଦ୍ରୌପଦୀ ଶିରୀ ॥ ଭକ୍ତ ପ୍ରହଲ୍ଲାଦ…

ଅଧିକ ପଢ଼ନ୍ତୁ
Odia Poem Jauchhi Ratha Dekhi Muhin (ଯାଉଛି ରଥ ଦେଖି ମୁହିଁ) by Sasmita Pradhan

ଯାଉଛି ରଥ ଦେଖି ମୁହିଁ

ଲୋ ଚାନ୍ଦମୁହିଁ ଯାଉଛି ରଥ ଦେଖି ମୁହିଁ ଯିବୁ ଯଦି ମୋ ସାଥିରେ ଆ ବେଗି ବେଗି ହୋଇ ଲୋ ଚାନ୍ଦମୁହିଁ ଯାଉଛି ରଥ ଦେଖି ମୁହିଁ… ଆଷାଢ଼ ଶୁକ୍ଳପକ୍ଷ ଗୁଣ୍ଡିଚା ଦିନ କରିବେ ମହାପ୍ରଭୁ ରଥାରୋହଣ ଅପୂର୍ବ ସେ ରୂପକାନ୍ତି ଭକ୍ତ ମନ ମୋହନ୍ତି ଦେଖିଲେ ଲୀଳା ଖେଳା ତରିବୁ ଭବ ଭେଳା ଡେରି ତୁ କରନାହିଁ ଖରା ମାଡ଼ି ଆସେ ଟାଇଁ ଟାଇଁ ଲୋ ଚାନ୍ଦମୁହିଁ ଯାଉଛି ରଥ ମୁହିଁ… ନନ୍ଦିଘୋଷ ରଥରେ ଜଗତନାଥ…

ଅଧିକ ପଢ଼ନ୍ତୁ
Odia Poem Atita Abhula Smruti (ଅତୀତ ଅଭୁଲା ସ୍ମୃତି) by Sasmita Prdhan

ଅତୀତ ଅଭୁଲା ସ୍ମୃତି

ଜହ୍ନ ବି ଜାଣିଛି କଇଁ ମନକଥା ଜହ୍ନ କଥା ଜାଣେ କଇଁ ଆସୁ ପଛେ ଝଡ଼ ସୁନାମୀ ଜୁଆର ଅଲଗା ହୋଇବେ ନାହିଁ ॥ ବଦଳି ଯାଇନି କିଛି ସମୟଟା ଯାହା ଅଣଲେଉଟାଣି ଅତୀତ ଅଭୁଲା ସ୍ମୃତି ॥ – ସସ୍ମିତା ପ୍ରଧାନ ସସ୍ମିତା ପ୍ରଧାନସସ୍ମିତା ପ୍ରଧାନ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ…

ଅଧିକ ପଢ଼ନ୍ତୁ
Odia Story Chkuli Pitha (ଚକୁଳି ପିଠା) by Sasmita Pradhan

ଚକୁଳି ପିଠା

ସକାଳୁ ସକାଳୁ ଘଷର ଘଷର କରି ଶିଳରେ ତିନ୍ତା ହୋଇ ଥିବା ଅରୁଆ ଚାଉଳ, ବିରିକୁ ବାଟି ରୁକୁଣା ବୁଢ଼ୀ ଚକୁଳି ଆଣ ତିଆରି କରିଛି । ଆଜି ପରା ତା’ ଏକୋଇର ବଳା ବିଶିକେଶନ ମନୁଆର ଜନମ ଦିନ । ଗାଁ ଠାକୁରାଣୀଙ୍କୁ ମାର୍ଜନା ଦେଇଛି ଆଣ୍ଠେଇ ଦଣ୍ଡବତ କରି ପୁଅ ପାଇଁ ଶୁଭ ମନାସିଛି, ମାଲୋ… ମୋ ମନୁଆକୁ ତୋ’ ଘଣ୍ଟ ଘୋଡ଼େଇ, ତୋ’ ପଣତ ତଳେ ରଖିଥିବୁ, ବିପଦେ ଆପଦେ ସାହା ହେବୁ…

ଅଧିକ ପଢ଼ନ୍ତୁ