ରମେଶ ଚନ୍ଦ୍ର ବେହେରା

ରମେଶ ଚନ୍ଦ୍ର ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Pratarana

ପ୍ରତାରଣା

ସାତ ଜନମକୁ କଥା ଦେଇଥିଲ ନିଜର କରିବ ବୋଲି ପ୍ରତାରଣା କରି ଚାଲିଗଲ ତୁମେ ସର୍ବହରା ମୁଁ ହୋଇଲି ॥ କହି ବି ପାରୁନି ସହି ବି ପାରୁନି ବେଦନା ମୋ ହୃଦୟର ବୁଝି ପାରୁନାହିଁ ଏମିତି କାହିଁକି ବିଚ୍ଛେଦ ହେଲା ଆମର ॥ ତୁମ ବିଛେଦରେ ସବୁ ହରାଇଲି ଦିନ କାଟୁଛି ଦୁଃଖରେ ଗଲା ଦିନଠାରୁ ଭାବୁ ଅଛି ବସି ଆଖି ଭିଜୁଛି ଲୁହରେ ॥ ଆସିବା ବାଟକୁ ଚାହିଁ ଚାହିଁ ମୁହିଁ ଦେହଟା ଗଲାଣି…

ଅଧିକ ପଢ଼ନ୍ତୁ
Smruti

ସ୍ମୃତି

ମନେ ପଡ଼ୁଅଛି ସାଥୀମାନେ ଆଜି ପାଠ ପଢ଼ା ବେଳର କଥା ସମୟେ ଆସିବା ସମୟରେ ଯିବା ଥିଲା ସେତ ଆମରି ଚିନ୍ତା । (୧) ଧାଡ଼ି ଧାଡ଼ି ହୋଇ ଏକକ ସ୍ୱରରେ ପ୍ରାର୍ଥନା କରୁଥିଲେ ଆମେ ପାଠ ବେଳେ ପାଠ ଖେଳ ବେଳେ ଖେଳ ହସ ମଜାଗ କେତେ ଜମେ । (୨) ଦଶମ ଶ୍ରେଣୀର ଶେଷ ପରୀକ୍ଷାର ସ୍ମୃତିକୁ ବା ଭୁଲି ହେଉଛି ଆପଣା ମଧ୍ୟରେ ଆଲୋଚନା ହୁଏ ସେହି କଥା ମନେ ରହିଛି ।…

ଅଧିକ ପଢ଼ନ୍ତୁ
Poem on Winter - Sita Dinia Mo Gaon

ଶୀତ ଦିନିଆ ମୋ ଗାଁ

ଶୀତ ଦିନେ ମୋ ଗାଁ ସୁନ୍ଦର ଦିଶଇ ପୂରବେ ସୂର୍ଯ୍ୟ ଆସିଲେ ଭାରି ଭଲ ଲାଗେ ସକାଳର ମଜା ଦେହରେ ଖରା ପଡ଼ିଲେ ।୧। ଘାସର ପତ୍ରରେ କାକର ବିନ୍ଦୁଟି ଝଲମଲ ଦିଶୁଥାଏ ଧାନର କ୍ଷେତକୁ ଦେଖି ଚାଷୀ ଭାଇ ଖୁସିରେ ବିଭୋର ହୁଏ ।୨। ସୋରିଷ ଫୁଲର ଉଲ୍ଲସିତ କ୍ଷେତ ଦୃଶ୍ୟ ଲାଗେ ଅନୁପମ ସବୁଜିମା ଭରା ମୋ ଗାଁ ପରିବେଶ ଅଞ୍ଚଳରେ ତା’ର ନାମ ।୩। ଶସ୍ୟ ଶ୍ୟାମଳରେ ଭରପୁର ଥାଏ ନ ଥାଏ…

ଅଧିକ ପଢ଼ନ୍ତୁ
ସମ୍ପର୍କ

ସମ୍ପର୍କ

ହାତ ଧରି ମୁହିଁ ବାହା ହୋଇ ଅଛି ହେଇ ପାରିବିନି ପର ପୁଅ ବୋହୂ ସିନା ହେଲେ ନିରିଦୟ କରିଦେଲେ ସାତ ପର । ଦୁଃଖ ଯାତନାକୁ ଆପଣାର କରି କାଟିବା ଆମରି ଦିନ ସ୍ନେହ, ପ୍ରେମ, ତ୍ୟାଗ ବିଶ୍ୱାସ ଭରସା ରଖିବି ମୁଁ ପ୍ରତିଦିନ ॥ ବିନତି କରୁଛି ଶୁଣହେ ଠାକୁରେ ସୁଖରେ ରଖିବ ତାଙ୍କୁ ଯାତନାରେ ଆମେ ରହିଛୁ ରହିବୁ ଭୁଲିବୁନି ସମ୍ପର୍କକୁ ॥ ରମେଶ ଚନ୍ଦ୍ର ବେହେରାରମେଶ ଚନ୍ଦ୍ର ବେହେରା ଓଡ଼ିଆ ଭାଷାରେ…

ଅଧିକ ପଢ଼ନ୍ତୁ