ପ୍ରଶାନ୍ତ କୁମାର ବେହେରା

ପ୍ରଶାନ୍ତ କୁମାର ବେହେରା ଜଗତସିଂହପୁରର ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ । ତାଙ୍କ ରଚିତ ବିଭିନ୍ନ ଗଳ୍ପକବିତାଦି ବିଭିନ୍ନ ଓଡ଼ିଆ ପତ୍ରପତ୍ରିକାମାନଙ୍କରେ ପ୍ରକାଶ ପାଉଛି ।

Odia Poem Madhuparba (ମଧୁପର୍ବ) by Prashant Kumar Behera

ମଧୁପର୍ବ

ତମେ ମୋ ଗୋଲାପ ମୋ ମନ ବଗିଚାର ପାରିଜାତ ତମେ ମୋ ପଦ୍ମିନୀ ମୋ ହୃଦ ସରୋବରେ ପ୍ରସ୍ପୁଟିତ ତମ ପ୍ରେମ ମୋର ଅମୃତ କଳସୀ ମୋର ଅମରତ୍ୱ ରସ ତମ ପ୍ରେମ ମୋର ଶାଶ୍ୱତ ଗୀତିକା ମୋର ପୁଲକ ଉଛ୍ଵାସ ତମ ଗୋଲାପୀ ପ୍ରେମର କଣ୍ଟକ ପୀଡ଼ନ ମୋର ନିର୍ବାଣର ଯୋଗମାର୍ଗ ତମ ସୁଧାଓଠ ଝରା ରସ କଲ୍ଲୋଳିନୀ ମୋର ପ୍ଲାବନର ମଧୁପର୍ବ l – ପ୍ରଶାନ୍ତ କୁମାର ବେହେରା ପ୍ରଶାନ୍ତ କୁମାର ବେହେରାପ୍ରଶାନ୍ତ କୁମାର…

ଅଧିକ ପଢ଼ନ୍ତୁ
Odia Poem Swapna re hele bi thare (ସ୍ୱପ୍ନରେ ହେଲେ ବି ଥରେ) by Prashant Kumar Behera

ସ୍ୱପ୍ନରେ ହେଲେ ବି ଥରେ

ସ୍ୱପ୍ନରେ ହେଲେ ବି ଥରେ ନେଇ ଯାଆନ୍ତୁନି ହାତ ଧରି ମୋର ସ୍ୱପ୍ନର ଅଳକା ପୁରେ ଫୁଲେଇ ଫଗୁଣ ମେଳେ ଚୁମ୍ୱନେ ଚିବୁକ ଭିଜାଇ ଦିଅନ୍ତୁ ଚାହାଁଣି କଟାକ୍ଷ ଧାରେ । ସ୍ୱପ୍ନରେ ହେଲେ ବି ଥରେ ତୋ’ ଦେହ ପୃଷ୍ଠାର ସବୁ ଅକ୍ଷରରେ ଆଂକି ଦିଅନ୍ତି ମୁଁ ଚୁମ୍ୱନର ମଧୁଚିତ୍ର ତୋ’ ଦେହ ଦେହଳିର ବନ୍ଧନ ଭିତରେ ମୁଁ ରଚିନ୍ତି ରାସରସ । ସ୍ୱପ୍ନରେ ହେଲେ ବି ଥରେ ତୋ’ ତନୁ ପାତ୍ରରେ ଭରିଦେ ମଦିରା…

ଅଧିକ ପଢ଼ନ୍ତୁ
Krushna Kabari

କୃଷ୍ଣ କବରୀ

ତମ କୃଷ୍ଣ କବରୀର ଗୋଲାପ ପାଖୁଡ଼ା ମତୁଆଲା କରେ ମତେ । ସୁଗନ୍ଧରେ ତା’ର ମହକି ଉଠୁଛି ମୋ ପ୍ରେମ ଗମ୍ଭିରୀ ଭିତରେ ସାଇତା ସ୍ଥାନ ଯେତେ । ଚିର ଇପ୍ଷିତ ଚିର ଆକାଂକ୍ଷିତ ତମେ ମୋ ସ୍ୱପ୍ନର ରାଜଜେମା । ରୋମାଞ୍ଚିତ ମନ ନିବିଡ଼ ସମ୍ପର୍କ ତମେ ପୁଣି ମୋର କଳ୍ପନାର ଅପ୍ସରା । ହୃଦୟରେ ମୋର ସାଇତା ହୋଇଛି ତମ ଦେହର ସେଇ ତାତି । ପ୍ରେମ ପ୍ରଣୟରେ ଭରା ମୋ ଦେହର ସେଇ…

ଅଧିକ ପଢ଼ନ୍ତୁ
Astamangala

ଅଷ୍ଟମଙ୍ଗଳା

ଲୋକଟା କେତେବେଳେ ବି ଚୁପ୍ ରହେନି । ସବୁବେଳେ ବକର ବକର ହେଉଥିବ । ଗାଡ଼ିକୁ ଫାଙ୍କା ରାସ୍ତାରେ ଫୁଲ୍ ସ୍ପିଡ୍‌ରେ ଦୌଡ଼ାଇବା ବେଳେ ହେଉ ବା ଭିଡ଼ ଭିତରେ ଫସିଥିବା ବେଳେ ହେଉ, ସବୁଠି ତା’ଗପ ଚାଲିଥିବ । ଏମିତି ଗପୁଡ଼ି ମୁଁ ଜୀବନରେ ଆଉ କେଉଁଠି ଦେଖିନି । ତା’ର ଏଇ ଗୁଣପାଇଁ ମୁଁ ପ୍ରାୟ ତା’କାର୍‌ରେ ଯିବାକୁ ପସନ୍ଦ କରେନାହିଁ । ଯେଉଁଦିନ ଅନ୍ୟ ସବୁଆଡ଼ୁ ନିରାଶ ହୁଏ, ସେଦିନ ବାଧ୍ୟହୋଇ ତାକୁ…

ଅଧିକ ପଢ଼ନ୍ତୁ
ବର୍ଷା ଛିଟା

ବର୍ଷା ଛିଟା

ଝରା ଶ୍ରାବଣର ବର୍ଷା ଠାରୁ ବେଶୀ ମିଠା ଏଇ ଝିପିଝିପି ବର୍ଷାର ଛିଟା । କଥାଠୁ ବେଶୀ ମନଛୁଆଁ ତମ ହାତ ଲେଖା ସେଇ ସବୁ ପ୍ରେମ କବିତା । ମିଳନ ଠାରୁ ବେଶୀ ସୁନ୍ଦରତା ତମ ମୋ ଭିତରର ଦୂରତା । ପ୍ରେମ ଠାରୁ ଢେର ମଧୁରତା ତମ ସହ ନିବିଡ଼ ବନ୍ଧୁତା । ଫୁଲ ଠାରୁ ବେଶ୍ ମନ ଲୋଭା ତମ ମୁଖ ମଣ୍ତଳର ଶୋଭା । ସେଥିପାଇଁ ତ କହେ ତମ ରୂପ…

ଅଧିକ ପଢ଼ନ୍ତୁ