ପ୍ରଜ୍ଞା ପାରମିତା

ପ୍ରଜ୍ଞା ପାରମିତା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Mashani (ମଶାଣି) by Prajna Paramita Panda

ମଶାଣି

ଏଠି ଦୂରଦିଗନ୍ତ ଯାଏଁ ଶୂନ୍ୟ ମହାଶୂନ୍ୟ ଗହୀରିର ଖାଁ ଖାଁ ପରିପାଟି ସାଜିଛି ଜୀବନ ମୃତ୍ୟୁର ଅଦ୍ଭୁତ ସଙ୍ଗମ ଉଦାହରଣ ଦେଉଛି ରାଜା ଓ ପ୍ରଜାର ମାନ ଓ ଅଭିମାନର ଏବଂ ଗର୍ବ ଓ ଅହଂକାରର ଅଗ୍ନିର ଲେଲିହ ମାନରେ ଭସ୍ମୀଭୂତ ଏମାନେ ମୁଠାଏ ପାଉଁସରେ ପରିବର୍ତ୍ତିତ ଏମାନଙ୍କର ସତ୍ତା… ଚତୁର୍ଦ୍ଦିଗ ଏବେ ଧୁମ୍ରମୟ ଧୁମାକାର ସାଜିଛି ଏବେ ପାର୍ଥିବ ପିଣ୍ଡ ଇଚ୍ଛା, ସ୍ୱପ୍ନ ଏବଂ କର୍ମର ହୋଇସାରିଛି ଅନ୍ତ, ଜଳି ଚାଲିଛି ତତ୍ତ୍ୱ ଜଳି ଚାଲିଛି…

ଅଧିକ ପଢ଼ନ୍ତୁ
digahara-pathika

ଦିଗ ହରା ପଥିକ

ବାସ୍ତବତାର ଦ୍ଵାହିରେ ଭାଙ୍ଗି ପଡ଼ିଛି ସୁନେଲି ସପନ.. କୁହୁଡ଼ି ଢେଉର ସୀମା ଲଙ୍ଘି ଲଙ୍ଘି ନିଜକୁ ଆବିଷ୍କାର କରିଛି ଏକ ବହଳ ଅନ୍ଧକାରୀ ଜଙ୍ଗଲରୁ.. ଯେଉଁଠୁ ଫେରିବା ଅନିଶ୍ଚୟ ଦିଗହରା ପଥିକଟେ ପରି ପର୍ବତାରୋହଣ କରି ଭୁଲି ସାରିଛି ଫେରିବାର ପଥ.. କଳା କଳା ଅନ୍ଧାରୀ ଜଙ୍ଗଲ ଗୋଡ଼ାଇ ଆସନ୍ତି ଖାଁ ଖାଁ ଗର୍ଜନର ନିସ୍ତବ୍ଧତା ଭାଙ୍ଗି.. ନିଶାଚର ପରି ଭ୍ରୁକୁଞ୍ଚନ କରି ନିଶ୍ୱାସର ବେଗ ମାପି ଚାଲନ୍ତି ଏ ଜଙ୍ଗଲୀ ଅନ୍ଧାର.. ପଥ ଭ୍ରମି ସାରିଛି…

ଅଧିକ ପଢ଼ନ୍ତୁ
Parichaya

ପରିଚୟ

ଦିନ କେଇଟାରେ ବଦଳିଗଲ ତୁମେ ବଦଳିଗଲା ତୁମ ପରିଚୟ ସ୍ୱପ୍ନ ନାୟକରୁ ସାଜିଗଲ କାହା ମଥାର ସିନ୍ଦୂର ନୂଆ ମଣିଷକୁ ଆପଣାର କରି ଚାଲିଗଲ ଦୂର… ବହୁ ଦୂର ତୁମର ଏବେ ନୂଆ ଏକ ଘର ପୁଣି ନୂଆ ନୂଆ ସଂସାର ଖୁସିରେ ଉଚ୍ଛୁଳି ଥିବ ତୁମ ଛୋଟ ପରିବାର ହାତରନ୍ଧାରେ ମୋହୁଥିବ ମନ ତୁମର ପଖାଳ କଂସାର ଆଢ଼ୁଆଳେ ବସି ଦଉଥିବ ମୁରୁକି ସେ ହସି ଚାହାର ଉଷୁମ ସ୍ପର୍ଶରେ ମିଠାସ୍ ବି ଯାଉଥିବ ମିଶି…

ଅଧିକ ପଢ଼ନ୍ତୁ
ମୁଖାବରଣ

ମୁଖାବରଣ

ହେ ମୁଖାବରଣ !! ତୁମେ ସତ୍ୟର ଆବରଣ, ସତେ ଯେମିତି ଲାଲ୍ ଟହଟହ ଲୋଭନୀୟ ମହାକାଳ ଫଳ, ବାହ୍ୟ ଉପଢୌକନର ଚାକଚକ୍ୟରେ ଲୁଚାଇ ଦେଇଛ ନିଜ ଅସ୍ତିତ୍ୱକୁ । ଶୁଣିଛି ଚେହେରାରୁ ଜାଣିହୁଏ ହୃଦୟର କଥା, ଚେହେରା ସାଜିଯାଏ ମନର ଆଇନା… କିନ୍ତୁ ହେ ମୁଖାବରଣ, କେମିତି ସାଜ ଏତେ ଶକ୍ତିଶାଳୀ ତୁମେ !! କେମିତି ଆବୃତ୍ତ କରିପାର ଚେହେରାର ମୌଳିକତାକୁ ନିଜ ଭିତରେ… କେମିତି ଆଙ୍କିପାର ମିଥ୍ୟାଭିମାନର ହସ, ଆଉ ଦେଖାଇ ପାର ଦାମ୍ଭିକତାର ପରାକାଷ୍ଠା……

ଅଧିକ ପଢ଼ନ୍ତୁ
ନଗ୍ନ ଚାହାଣୀ

ନଗ୍ନ ଚାହାଣୀ

କୁତ୍ସିତ ଦୃଷ୍ଟିରେ ଉଡ଼ିଯାଏ ଯେବେ ଅଳସୀ ସନ୍ଧ୍ୟା ଓଢ଼ଣି, ନଗ୍ନତାର ମୁଖା ପରଳ ପକାଏ ଶୃଗାଳ ନଗ୍ନ ଚାହାଣୀ । ଅଶ୍ରୁ ତର୍ପଣରେ ଭିଜୁଥାଏ ଗାଲ ବୁକୁ ଉହାଡ଼ରେ ଭୟ, ସଶରୀର ଧାରି ପିଶାଚଙ୍କ ରଡ଼ି ପାଦ ନ ହୁଅଇ ଥୟ । ସ୍ୱପ୍ନାଭିର ସିନା ଫଲ୍ଗୁ ଥାଏ ବୁଣି କଳ୍ପନା ଫରୁଆ ତଳେ, ମୁକ୍ତାକାଶ ତଳେ ବିହ‌ଙ୍ଗ ହେବାକୁ ମଉଳା ମନରେ ଭାଳେ । ନିଶିଦ୍ଧ ନିଶିର ଝାପ୍ସା ଆଲୁଅରେ ଶୁଭେ ଶୃଗାଳଙ୍କ ରଡ଼ି, ଅବରୋଧ…

ଅଧିକ ପଢ଼ନ୍ତୁ