ପଲ୍ଲବୀ ପୂଜାପଣ୍ଡା

ପଲ୍ଲବୀ ପୂଜାପଣ୍ଡା ଜଣେ କ୍ଷୁଦ୍ରଗଳ୍ପ ଲେଖିକା, କବି, ଅଧ୍ୟାପିକା, ପାଠିକା । ତାଙ୍କ ରଚିତ କବିତା ପ୍ରାୟ ସବୁବେଳେ ଫେସବୁକରେ ସେ ଛାଡ଼ୁଥିଲେ, ମାତ୍ର ପରେ ପ୍ରଥମେ ଶୁଭପଲ୍ଲବ ଜରିଆରେ ପତ୍ରିକାରେ ପ୍ରକାଶ ପାଇବା ଆରମ୍ଭ କରିଥିଲା । ସେ ଶୁଭପଲ୍ଲବର ଅନେକ ଗଳ୍ପ, କବିତାକୁ ଅଡ଼ିଓ ଭାବରେ ରେକର୍ଡ଼ କରିଛନ୍ତି ।

Editorial Page of Shubhapallaba 35th Edition

✍ ପଞ୍ଚତ୍ରିଂଶ ସମ୍ପାଦକୀୟ

ଯେବେ ଯେବେ କୌଣସି ସଭ୍ୟତା ଏବଂ ଏହାର ଧାର୍ମିକ ଭାବନାକୁ ଆକ୍ରମଣ କରାଯାଇଛି, ସମାଜ ଅବନତି ଆଡ଼କୁ ମୁହାଁଇଛି, ପ୍ରଥମ ଖଣ୍ଡା ଚୋଟ ଏହାର ଶିକ୍ଷା ବ୍ୟବସ୍ଥା ଏବଂ ଜ୍ଞାନର ଉତ୍ସ ଉପରେ ପଡ଼ିବାର ନଜିର୍ ଇତିହାସ ଆମକୁ ଦେଖାଇ ସାରିଛି । ବଖତିୟାର ଖିଲଜିଙ୍କ ଦ୍ୱାରା ନାଳନ୍ଦା ବିଶ୍ୱବିଦ୍ୟାଳୟ ଉପରେ ଆକ୍ରମଣ, ଧର୍ମଗ୍ରନ୍ଥ ପୁସ୍ତକ ସଂଗ୍ରହାଳୟ ଜାଳି ପୋଡ଼ି ଛାରଖାର କରିଦେବା ଏହାର ଜ୍ଵଳନ୍ତ ଉଦାହରଣ । ପ୍ରାୟ ନବେ ଲକ୍ଷ ପୁସ୍ତକ ପାଉଁଶ ହେବାକୁ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 34th Edition

✍ ଚତୁର୍ତ୍ରିଂଶ ସମ୍ପାଦକୀୟ

ଚାହୁଁ ଚାହୁଁ ଆମ୍ଭେମାନେ ୨୦୨୨ରେ ! ଆଶ୍ଚର୍ଯ୍ୟ ଲାଗୁଚି ନା ! ଯଦିଓ ଏଥିରେ ଆଶ୍ଚର୍ଯ୍ୟ କିଛି ନାହିଁ । ସମୟ ତ ଏଇମିତି ନୌକାରେ ବସେଇ ସବୁ ଝଡ଼ ମଉଜ ବୁଲେଇ ଆଣି ବର୍ଷ ପରେ ବର୍ଷ ପାର କରେଇଦିଏ । ଆହୁରି ଅନେକ ଦେଖିବାକୁ ଏବେ ବି ଚର୍ମ ଚକ୍ଷୁ ସକ୍ଷମ, ସେଥିପାଇଁ ଈଶ୍ୱରଙ୍କ ନିକଟରେ ଆମେ ସମସ୍ତେ ଋଣୀ । ନୁହଁନ୍ତି କି? ଯାହା କିଛି ପାଇଲେ ବା ହରାଇଲେ ସେ ସବୁର…

ଅଧିକ ପଢ଼ନ୍ତୁ
Odia Poem Kana Boli Bhabicha Ki (କଣ ବୋଲି ଭାବିଚ କି) by Pallavi Pujapanda

କ’ଣ ବୋଲି ଭାବିଚ କି !

ଭାବିଚ କି, କର ନଜର ଦୂର ଦୂର ମନେ ମୋର ଟାଣିଦେବ ଲକ୍ଷ୍ମଣର ଗାର ! ଦିନରାତି ଏକ କରି ସବୁ କାମକୁ ପଛ କରି ନିଇତି ଘାଣ୍ଟୁଛି ତମ ପ୍ରୋଫାଇଲ, ମୁଁ ବି ଦେଖୁଛି ମ ଦେଉଅଛ କେଉଁ ଦେବାଦେବୀ ଚିତ୍ରରେ କମେଣ୍ଟ ଆଉ ଦିଲ୍ ! ନଜରରେ ପଡ଼ିଛି ବି ଡେଣା ଥାପି ସାରିଲାଣି ଫୁରଫୁର୍ ଫରେନ୍ ଚଢ଼େଇ, ଏସନ ଆସ ତ, ନଛାଡ଼ିଛି ଯଦି ହାତରେ ପାଦରେ ଡେଉଁରିଆ ପିନ୍ଧେଇ ମୋ ନାଁ…

ଅଧିକ ପଢ଼ନ୍ତୁ
Santasista Jhia

ଶାନ୍ତ ଶିଷ୍ଟ ଝିଅ

“ଯା’ ଆଉ କେବେ କଥା ହେବିନି, କେବେ କିଛି କହିବିନି…” ମୁହଁରେ ତାଲା ଦେଇ ଅପେକ୍ଷା କରେ, ତୁମ ଉତ୍ତରକୁ ଯୋଗାଡ଼ କରେ ପ୍ରତିଉତ୍ତର ତମେ ଏୟା କହିଲେ… ମୁଁ ସେୟା କହିବି, ତମେ ସେୟା କହିଲେ… ମୁଁ ଏୟା କହିବି, ନା ନା… ତମେ କାଳେ ପୁନର୍ବାର ଶାସ୍ତି ଦେବ, ଏକ ଲମ୍ବା ନୀରବତା ମୋ ମୁହଁରେ ଫୋପାଡ଼ି ଦେବ, ଥାଉ ! ସବୁ ଆବେଗ ଗୋଟା ଗୋଟି କରି ଛାତି ତଳେ ମାଡ଼ି ଦେବି,…

ଅଧିକ ପଢ଼ନ୍ତୁ
Emitika Bou Milantaki

ଏମିତିକା ବୋଉ (ଶାଶୁ) ମିଳନ୍ତେ କି

ଏମିତିକା ବୋଉ ମିଳନ୍ତେ କି ଶାଶୁ-ବୋହୂ ଆମେ ରାତି ନପାହୁଣୁ ଚା’ ଦି’ କପ ଧରି ସାରା ରାଇଜଟା ଗପ ଗପନ୍ତୁ କି ! ଏମିତିକା ବୋଉ ମିଳନ୍ତେ କି ଭାଷାଗତ ପ୍ରଭେଦ ଛକା ପଞ୍ଝା ଆଉ କଥା କଟାକଟିରେ ଦିନଗୁଡ଼ା କଟି ଯାଆନ୍ତା କି ! ଏମିତିକା ବୋଉ ମିଳନ୍ତେ କି ଗେହ୍ଲେଇ କି ଆଦେଶ ଦିଅନ୍ତେ ଭୁଲ ବଟକାରେ ଗାଳି ନକରି ହସମଜାରେ ସୁଧାରି ଦିଅନ୍ତେ କି ! ଏମିତିକା ବୋଉ ମିଳନ୍ତେ କି…

ଅଧିକ ପଢ଼ନ୍ତୁ