ନଳୀନକାନ୍ତ ଦାଶ

ନଳୀନକାନ୍ତ ଦାଶ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Bhangura Asha (ଭଙ୍ଗୁର ଆଶା) by Nalinikanta Dash

ଭଙ୍ଗୁର ଆଶା

ମନସମୁଦ୍ରର ବାଲୁକାପ୍ରସ୍ତରେ ଆଙ୍କି ଦେଲି ଛବି ତୁମର ସାରା ଜୀବନ ପ୍ରତିମୂହୁର୍ତ୍ତ ସାଥି ହୋଇ ରହିବ ବୋଲି ମୋ ଏକାନ୍ତର । ଭାବୁଥିଲି ସଦା କେଉଁ ରଙ୍ଗ, କେଉଁ ତୁଳୀରେ ଆଙ୍କିବି ଛବି ତୁମର ଯା’ ଦ୍ଵାରା ତୁମେ ହେବ ଅନୁପମ ଅଦ୍ଵିତୀୟ ସୁନ୍ଦରୀ ମୋ ପ୍ରେମ ଜଗତର । ଶୁଣିଲି ତୁମେ ପରା ଅନ୍ୟ କାହାକୁ ଭଲ ପାଅ !! ଆଉ କାହାରିର ଏକାନ୍ତର ସାଥି ହୋଇଯାଇଛ !! ପ୍ରଶ୍ନ ପରେ ପ୍ରଶ୍ନ କଲି, ବାରମ୍ବାର…

ଅଧିକ ପଢ଼ନ୍ତୁ
Odia Poem Pranaya (ପ୍ରଣୟ) by Nalinikanta Dash

ପ୍ରଣୟ

ଆସ ! ହଜିଯିବା ନିବିଡ଼ତାର ପ୍ରୀତି ପ୍ରଣୟରେ ଚାଲ ସଖୀ, ଲୀନ ହୋଇଯିବା ଯୌବନର ଉତ୍ତାଳ ଲହଡ଼ିରେ… । ଏବେ ତ ଯୌବନ ଜୁଆର ଚରମ ସୀମାରେ… ଏଥର ଲୀନ କରିଦିଅ ତୁମ ନିଥିର ଆବେଗକୁ ମୋ ଆୟୁଷ୍ମାନ ଯୌବନରେ । ଏଥର, ସମୟ ତ୍ୟାଗର ଜାଳିଦିଅ ବାଧା-ବନ୍ଧନ ସମାଜର ନୀତି-ନିୟମ ପ୍ରେମର ବହ୍ନିରେ… ଲାଜର ଓଢ଼ାଣା କାଢ଼ି, ସାଜିଯାଅ ଶୃଙ୍ଗାରିତ କୋଣାର୍କ, ନିଜେ ବୁଡ଼ିବା ସହ ମୋତେ ବି ବୁଡ଼େଇ ଦିଅ ପ୍ରେମର ସାଗରରେ ।…

ଅଧିକ ପଢ଼ନ୍ତୁ
Odia Poem Nishabdatara Nayika (ନିଃଶବ୍ଦାତାର ନାୟିକା) by Nalinikanta Dash

ନିଃଶବ୍ଦାତାର ନାୟିକା

ତମେ ନିଃଶବ୍ଦ ପଟ୍ଟଚିତ୍ରର ନାୟିକା, ଶାନ୍ତ ସମୁଜ୍ଵଳ ତୁମ ଉପସ୍ଥିତି ରୋମାଞ୍ଚିତ କରିଥାଏ ପରିବେଶକୁ । ଖୁବ ନିଖୁଣ ତୁମେ ଅଭିନୟରେ… ନିଜ ମନର କଥା ପ୍ରକାଶ କରିବା ବେଶ୍ ଜଣା ତୁମକୁ । ଓଠର ଚଞ୍ଚଳତା, ମର୍ମଜ୍ଞ ଚାହାଣି ତମ ଆଖିର, ବ୍ୟକ୍ତ କରିଥାଏ ତୁମ ହୃଦୟର ଭାଷା… ଜାଣିଲି ଏତିକି ସ୍ଵପ୍ନ ହେଉ ଅବା ବାସ୍ତବତା ତମେ ହିଁ ମୋ ଜୀବନ ପଟ୍ଟଚିତ୍ରର ସେହି ନିଃଶବ୍ଦତାର ନାୟିକା । – ନଳୀନକାନ୍ତ ଦାଶ ନଳୀନକାନ୍ତ…

ଅଧିକ ପଢ଼ନ୍ତୁ