ସୋରିଷ ଫୁଲର ହସ
ସୁନ୍ଦର କରଣି ବିଧାତା ବରଣି ହେମାଙ୍ଗି ଛବି ଉଜ୍ଜ୍ୱଳ ରୂପେ ନିରୂପମ ଦିଶେ ଅନୁପମ ମାଦକ ବର୍ଣ୍ଣ ବିହ୍ୱଳ । ଅନିନ୍ଦ୍ୟ ସେ ରୂପ ଆଖି ଲାଗେ ପାପ ଢାଳନ୍ତି କି ଜ୍ୟୋତି ରବି ସ୍ୱର୍ଗ ମର୍ତ୍ତ୍ୟ ଧରା ନୁହେଁ ଅପସରା ଅଟେ କି କନକଦେବୀ? ସୁରାସୁର ନର ଯକ୍ଷାଦି କିନ୍ନର ଜ୍ୟୋତିଶ୍ମିତା ରୂପେ ଭୋଳ ଦର୍ଶନେ ସେ ହସ କରଇ ପ୍ରବାସ ରସିକ ମଧୁପ ଦଳ । ଇର୍ଷା ଜର୍ଜରିତ ହୃଦ କୋପଯୁକ୍ତ କଳଙ୍କ ବହନ୍ତି…