ମାନସ ରଞ୍ଜନ ନାୟକ

ମାନସ ରଞ୍ଜନ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, ପ୍ରବନ୍ଧ ଆଦି ରଚନା କରିଥାନ୍ତି । ତାଙ୍କ ରଚନାଗୁଡ଼ିକ କିଛି ପତ୍ରପତ୍ରିକରେ ସ୍ଥାନ ପାଇଛି ।

Paribartana

ପରିବର୍ତ୍ତନ

ବଦଳିବାର ଏକ ନିଚ୍ଛକ ଅଭିବ୍ୟକ୍ତି ସମୟକୁ ଜୀବନ୍ତ ସାବ୍ୟସ୍ତ କରିବାର ଏକ ପ୍ରୟାସ ନିରବଛିନ୍ନ ଅବା ଆବର୍ତ୍ତନର ପରିଧିରେ ଶୀର୍ଷତ୍ୱର ଏକ ବୃଥା ପ୍ରହସନ । (୧) କେତେବେଳେ ଜୁଆରରେ ଏକ କୂଳରୁ ଆରକୂଳକୁ ବିସ୍ଥାପନ ଅବା ପ୍ରଳୟଙ୍କାରୀ ବନ୍ୟାରେ ଭିଟାମାଟିଠାରୁ ନିର୍ଯ୍ୟାସନ । (୨) ମୁଣ୍ଡ ଝାଳ ତୁଣ୍ଡେ ମାରି କଣ୍ଟକିତ ଦୁର୍ଗମ ପଥକୁ ସଫଳତାର ସୋପାନରେ ରୂପାନ୍ତରଣ ଅବା ଖୋଷାମତି କରି ପାରିତୋଷିକରୁ ରାତାରାତି ରାଜେନ୍ଦ୍ରାସୀନ । (୩) ଅବଚେତନରୁ ଚେତନାର ସୂକ୍ଷ୍ମ ବିକାଶ ଚଣ୍ଡାଶୋକରୁ ଧର୍ମାଶୋକ ଅବା…

ଅଧିକ ପଢ଼ନ୍ତୁ
Ajanku Sradhanjali

ଅଜାଙ୍କୁ ଶ୍ରଦ୍ଧାଞ୍ଜଳି

ପ୍ରଭାତର ନୂତନ ଆଲୋକରେ ଜାଜୁଲ୍ୟମାନ ପ୍ରକୃତିର ସମ୍ଭାର ଗବାକ୍ଷରେ ଅବଲୋକନ କରୁଥିବାବେଳେ, ପୂଜ୍ୟ ଅଜାଙ୍କର ମହାପରାୟଣର ଦୁଃଖଦ ସମ୍ବାଦ, ତାତ୍ତ୍ୱିକ କରିଦେଇଥିଲା ଜୀବନମୂହୁର୍ତ୍ତର କିଛି ଅବକାଶକୁ । ଜନ୍ମ ମୃତ୍ୟୁର ଛକାପଞ୍ଝା ଖେଳ ଚେତାଇ ଦିଏ ପଥଭ୍ରଷ୍ଟ ମଣିଷକୁ ଜୀବନର ମର୍ମ । ପାଣିଫୋଟକା ସମ ଜୀବନର ସ୍ୱଳ୍ପ ଅବଧିରେ ଗର୍ବ, ଅଭିମାନ, କ୍ରୋଧ, ହିଂସାର ଗଗନଶ୍ଚୁମ୍ଭୀ ଅଟ୍ଟାଳିକା ନିର୍ମାଣରେ ବ୍ୟସ୍ତ ବିବ୍ରତ ମଣିଷ ସ୍ନେହ, ଶ୍ରଦ୍ଧା, ତ୍ୟାଗ, ଭଲପାଇବାପୂର୍ଣ୍ଣ ଝାଟିମାଟି କୁଡ଼ିଆର ଅସୁମାରୀ ପରିତ୍ରୁପ୍ତିକୁ ପାଶୋରି ଯାଇଛି ପ୍ରାୟ ।…

ଅଧିକ ପଢ଼ନ୍ତୁ
Bayasara Aparahna

ବୟସର ଅପରାହ୍ନ

ଅମୃତମୟ ସୃଷ୍ଟିରେ ଏକ କ୍ଷୁଦ୍ରାତିକ୍ଷୁଦ୍ର ଜୀବ ଭାବେ ଜନ୍ମ ନେଇ ସ୍ରଷ୍ଟାଙ୍କ ସର୍ଜନାର ମୁକସାକ୍ଷୀ ହେବା ନିଜ ଭିତରେ ଏକ ପରିତୃପ୍ତ ଅନୁଭବ । ତା’ ପରେ ପୁଣି ଅପରିକଳ୍ପିତ ବସ୍ତୁବାଦୀ ସୃଜନତା ଓ ସମାନ୍ତରାଳରେ ଜନ୍ମ ଜନ୍ମାନ୍ତର ଧରି ଚେତନାର ଅଭିବୃଦ୍ଧି ଦିଗରେ ସାଧନାରତ ରହିବା, ସାବ୍ୟସ୍ତ କରିଛି ମଣିଷକୁ ସ୍ରଷ୍ଟାଙ୍କର ସ୍ୱତନ୍ତ୍ର ସୃଷ୍ଟି ଭାବରେ । ତର୍ଜମା ମନୁଷ୍ୟ ମସ୍ତିଷ୍କର ଅନ୍ୟ ଏକ ସୃଜନ ଶକ୍ତି, ଯଦ୍ୱାରା ବିବର୍ତ୍ତନଶୀଳ ସଭ୍ୟତାରେ ତ୍ୱରାନ୍ୱିତ ହୋଇପାରିଛି ମାନବୀୟ ଅଭିବୃଦ୍ଧି । ସୀମିତ…

ଅଧିକ ପଢ଼ନ୍ତୁ
Biswasare Badha

ବିଶ୍ୱାସରେ ବାଧା

ଅତଳ ସାଗରତଳେ ଆସେ ଜୁଆର ଅତର୍କିତ ରକ୍ତାକ୍ତ କଳହପୂର୍ଣ୍ଣ ସମାଜ ଆଜି ବିକଶିତ ଅଗ୍ନି ଦାହେ ସମାହିତ ସୀତାଙ୍କ ସତୀତ୍ୱ ବୁଭୁକ୍ଷୁ ବି ଗଢ଼ିପାରେ ବିଶାଳ ବ୍ୟକ୍ତିତ୍ୱ । (୧) ଜ୍ୱଳନ୍ତ ନିଦାଘେ ପୁଣି ହେମ ବୃଷ୍ଟିପାତ ଅଧର୍ମୀ କରଇ ଉତ୍ପାତ ଆଜି ନ୍ୟାୟ ପକ୍ଷପାତ ଅଙ୍କାବଙ୍କା ଜୀବନେ ଆସେ କେତେ ଘାତ ପ୍ରତିଘାତ ତଥାପି ଜୀଇଁବାକୁ ହୁଏ ହସି ହସି ଅବିରତ । (୨) ଆହ୍ଲାଦିତ ଅମ୍ୱରରେ ତାରାଟିଏ ନିର୍ଲିପ୍ତ କୃଷକ ଆନ୍ଦୋଳନ ଆଜି ପୁଣି ପ୍ରତିଧ୍ୱନିତ ନାରୀ…

ଅଧିକ ପଢ଼ନ୍ତୁ
Sakaal

ସକାଳ

ଦୂର ଦିଗବଳୟରେ ନୂତନତ୍ୱର ଏକ ଉଦ୍ଭାସିତ ଅଭିସ୍ଫୁରଣ । ପ୍ରାରବ୍ଧରୁ ଜନମାନସରେ ଏକ ତାତ୍ତ୍ୱିକ ଏବଂ ବୈଜ୍ଞାନିକ ପ୍ରେରଣାର ଉତ୍ସ । ଆବର୍ତ୍ତନର ଚରକା ଦୋଳିରେ ମନ୍ଦ ପରେ ଭଲ, ଦୁଃଖ ପରେ ସୁଖ, ବିଶାଦ ପରେ ଉନ୍ମାଦନା ପରି ଅନ୍ଧାର ପରେ ଆଲୋକର ସମ୍ଭାର ନେଇ ଆସେ ଏହି ସକାଳ । ବିସ୍ମୟକର ସୃଷ୍ଟିରେ ଜୀବ ଓ ଉଦ୍ଭିଦ ଜଗତର ପ୍ରାଣର ଉତ୍ସ ହୁଏ ସକାଳର ଏହି ଅମୃତମୟ ଆଲୋକ । ପକ୍ଷୀ କାକଳି, କାରଖାନା ସାଇରନ୍‌ର ଶଂଖ ଧ୍ୱନି ସହିତ…

ଅଧିକ ପଢ଼ନ୍ତୁ