ମାନସ ରଞ୍ଜନ ନାୟକ

ମାନସ ରଞ୍ଜନ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, ପ୍ରବନ୍ଧ ଆଦି ରଚନା କରିଥାନ୍ତି । ତାଙ୍କ ରଚନାଗୁଡ଼ିକ କିଛି ପତ୍ରପତ୍ରିକରେ ସ୍ଥାନ ପାଇଛି ।

Odia Story Matrutwara Chira Artanada (ମାତୃତ୍ୱର ଚିର ଆର୍ତ୍ତନାଦ) by Manas Ranjan Nayak

ମାତୃତ୍ୱର ଚିର ଆର୍ତ୍ତନାଦ

ସେଦିନର ସକାଳଟିରେ କିଛି ନୂତନତ୍ୱର ଅଭିସ୍ପୁରଣ ନଥିଲେ ହେଁ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟରେ କିଛି ଊଣା ନଥିଲା । ଗବାକ୍ଷଦେଇ କାନ୍ତ କମନୀୟ ସ୍ୱର୍ଣ୍ଣାଭ କିରଣ ବିଚ୍ଛୁରିତ ହୋଇ ପଡ଼ୁଥାଆନ୍ତି ଶୟନ କକ୍ଷ ଭିତରକୁ ଗତ ରାତ୍ରିର ଏକ ଘନ ଅନ୍ଧକାରର ଯବନିକା ଟାଣି । ମୃଦୁ ମୃଦୁ ବିହଙ୍ଗ କାକଳୀ, କଳଗାଉନାରେ ଦୂର ଦେବାଳୟରୁ ଭାସି ଆସୁଥିବା ଶିବ ପଞ୍ଚାକ୍ଷରୀର ଓଁ କାର ଶବ୍ଦ ସାଙ୍ଗକୁ ଧରାପୃଷ୍ଠରେ ସଦ୍ୟ ଜାଗ୍ରତ ଜୀବଜନ୍ତୁଙ୍କର କ୍ଷିପ୍ର ନିଶ୍ୱାସ ଶବ୍ଦର ଗୁଞ୍ଜରଣ ରାତ୍ରିର…

ଅଧିକ ପଢ଼ନ୍ତୁ
Odia Poem Samparkara Usmata (ସମ୍ପର୍କର ଉଷ୍ମତା) by Manas Ranjan Nayak

ସମ୍ପର୍କର ଉଷ୍ମତା

ସ୍ପର୍ଶ ବି ସଞ୍ଚରିଯାଏ ବିଶ୍ୱାସଟେ ହୋଇ ପିତାର ପାପୁଲିଟି ତା’ ମସ୍ତକରେ ପାଇ ସବୁ ବିସର୍ଣ୍ଣତା ଯାଏ ନିମିଷେ ମିଳାଇ ଶତ ସିଂହ ବଳ ମିଳେ ପିତା ହେଲେ ଛାଇ । (୧) ଉତ୍ତପ୍ତ ନିଦାଘେ ମିଳେ ଏକ ସ୍ନିଗ୍ଧ ଶୀତଳ ସ୍ପର୍ଶ ମା’ର ପଣତ ସଦା ସ୍ନେହ କରୁଣା ମମତାସିକ୍ତ ଲକ୍ଷ୍ମଣରେଖା ସତେ ମା’ର ସେ ଅଭୟ ବଳୟ ଲହୁ ଲୁହ ଲିଭିଯାଏ ପାଇ ତା’ର ଅମୂଲ୍ୟ ପରଶ । (୨) ହାତ ଗଣ୍ଠିରେ ମନ୍ତର ଜଳ ସୀମନ୍ତର…

ଅଧିକ ପଢ଼ନ୍ତୁ
Odia Story Badalichhi Mo Gaon Swara (ବଦଳିଛି ମୋ ଗାଁ'ର ସ୍ୱର) by Manas Ranjan Nayak

ବଦଳିଛି ମୋ ଗାଁ’ର ସ୍ୱର

ଜନ୍ମର ଚାରି ଦଶନ୍ଧି ଆଜି ଅତୀତ ସତ, ହେଲେ ବିସ୍ମୃତ ନୁହେଁ ଅଜୟର ମାନସପଟରୁ । ନିଜ ମାତୃଗର୍ଭରୁ ନିସୃତ ହୋଇ ପ୍ରଥମ ଥର ପାଇଁ ଧରଣୀ ମା’ର କୋଳରେ ଯେଉଁଠି ପାଦ ଥାପିଥିଲା ସେ ଦିନେ, ସେଇ ତା’ର ଗାଁ; କ୍ରମବିକାଶର ସୋପାନ ପରେ ସୋପାନ ଡେଇଁ ଆଜି ସଭ୍ୟତାର ପ୍ରଗତିଶୀଳ ରାଜରାସ୍ତାରେ ଚଳଚଞ୍ଚଳ । ବିବର୍ତ୍ତନଶୀଳ ଦୁନିଆରେ ସ୍ଥୂଳ ପରିବର୍ତ୍ତନ ଅନେକ, ହେଲେ ସୁକ୍ଷ୍ମ ଚେତନାର ପରିବର୍ତ୍ତନର ଧାରା ବେଶ୍ କ୍ଷୀଣ ପ୍ରତିତହୁଏ ଆମର ଏହି ମାନବୀୟ…

ଅଧିକ ପଢ଼ନ୍ତୁ
Odia Story Sakala (ସକାଳ) by Manas Ranjan Nayak

ସକାଳ

ଦୂର ଦିଗବଳୟରେ ନୂତନତ୍ୱର ଏକ ଉଦ୍ଭାସିତ ଅଭିସ୍ଫୁରଣ । ପ୍ରାରବ୍ଧରୁ ଜନମାନସରେ ଏକ ତାତ୍ତ୍ୱିକ ଏବଂ ବୈଜ୍ଞାନିକ ପ୍ରେରଣାର ଉତ୍ସ । ଆବର୍ତ୍ତନର ଚରକା ଦୋଳିରେ ମନ୍ଦ ପରେ ଭଲ, ଦୁଃଖ ପରେ ସୁଖ, ବିଶାଦ ପରେ ଉନ୍ମାଦନା ପରି ଅନ୍ଧାର ପରେ ଆଲୋକର ସଂଭାର ନେଇ ଆସେ ଏହି ସକାଳ । ବିସ୍ମୟକର ସୃଷ୍ଟିରେ ଜୀବ ଓ ଉଦ୍ଭିଦ ଜଗତର ପ୍ରାଣର ଉତ୍ସ ହୁଏ ସକାଳର ଏହି ଅମୃତମୟ ଆଲୋକ । ପକ୍ଷୀଙ୍କର କାକଳି, କାରଖାନା ସାଇରନର ଶଂଖ ଧ୍ୱଂନି ସହିତ…

ଅଧିକ ପଢ଼ନ୍ତୁ
Odia Story Prema - Aksharikaru Apekshika (ପ୍ରେମ... ଆକ୍ଷରିକରୁ ଆପେକ୍ଷିକ) by Manas Ranjan Nayak

ପ୍ରେମ… ଆକ୍ଷରିକରୁ ଆପେକ୍ଷିକ

ପ୍ରେମ…ଶବ୍ଦ ଏକ ମନସ୍ତାତ୍ତ୍ୱିକ ଆଲୋଡ଼ନର, ଚେତନାରୁ ଦିବ୍ୟ ଆଚରଣକୁ ରୂପାନ୍ତରଣର । ନିଃସ୍ୱାର୍ଥପର ସମ୍ପର୍କ ସ୍ଥାପନରେ ଏକ ବିଭୁଦତ୍ତ ଅମୃତତୁଲ୍ୟ ଉପାଦାନ । ଏକ ଚିରସ୍ରୋତା ନିର୍ଝରିଣୀ ପରି ଅପରିବର୍ତ୍ତିତ ତା’ର ଅବୟବ ଏବଂ ଦୃଷ୍ଟିକୋଣ । ସୁଶୀତଳ ସୁମଧୁର ଜଳରାଶିର ମନ୍ତ୍ରମୁଗ୍ଧ କଳକଳ କବିତାର ଗାନ, ହେଉ ଉତ୍ତପ୍ତ ମରୁଭୂମିଟିଏ, କଠିନ ପ୍ରସ୍ତର ପ୍ରାନ୍ତର ଅବା ଚିରସବୁଜ ସମତଳ ଭୂମି । ସମସ୍ତ ଉପେକ୍ଷା, ତିରସ୍କାର, ଅପମାନ, ଅଭିମାନ, ଦୁଃଖ, ଗ୍ଳାନି କ୍ଷଣିକେ ଅସ୍ତିତ୍ୱ ହରାନ୍ତି ପ୍ରେମର ଅମୂଲ୍ୟ ଅନୁଭୂତିରେ । ପ୍ରେମର…

ଅଧିକ ପଢ଼ନ୍ତୁ