ମମତା ସାହୁ

ମମତା ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Niraba (ନିରବ) by Mamata Sahu

ନିରବ

ନିରବି ଯାଇଛି ନିରବ ଆଖି ମୋ ନିରବେ ଝରାଏ ଲୁହ, ଶବ୍ଦ ହୁଏ ନାହିଁ ଗୋପନ ଯନ୍ତ୍ରଣା ଦିଶେ ଖାଲି ତୁମ ମୁହଁ ॥ ସ୍ଥିର ହୋଇ ଯେବେ ଠିଆ ହୁଏ ନିଜେ ସତ୍ୟର ଆଇନା ପାଖେ, ଅଟକି ଯାଇଚି ଭାଗ୍ୟ ବିବର୍ଣ୍ଣ ମୋ ବିରହ ସମୟ ସଙ୍ଗେ ॥ ବଦଳି ଯାଇଛି ସବୁ କିଛି ଆଜି ବିଶ୍ୱାସ ପ୍ରତି ପୃଷ୍ଠାରେ, ଅପ୍ରାପ୍ତ ରସେଇ ଅଜଣା ନଗରି ନାହିଁ ଆଜି ଉଲ୍ଲାସରେ ॥ ମୃଦୁ ମୃଦୁ ଆସି…

ଅଧିକ ପଢ଼ନ୍ତୁ
Odia Poem on Akshaya Trutiya (ଆମ ସଂସ୍କୃତିରେ ଅକ୍ଷୟ ତୃତୀୟା) by Mamata Sahu

ଆମ ସଂସ୍କୃତିରେ ଅକ୍ଷୟ ତୃତୀୟା

ଆମ ସଂସ୍କୃତିରେ ଅକ୍ଷୟ ତୃତୀୟା ଏକ ମହାନ ପରବ କୃଷି ଭିତ୍ତିକ ଓ ଧାର୍ମିକ ପର୍ବ ସେ ଗଣା ଶ୍ରେଷ୍ଠ ପର୍ବ ଭାବ ॥ ବୌଶାଖ ଶୁକ୍ଳ ପକ୍ଷ ତୃତୀୟାରେ ଏହି ପର୍ବଟି ପାଳିତ ସତ୍ୟ ଯୁଗର ପ୍ରଥମ ଦିବସ ବୋଲି ରହିଚି କଥିତ ॥ ଅକ୍ଷୟ ତୃତୀୟା ଦିନଠୁ ଶ୍ରୀକ୍ଷେତ୍ରେ ଚନ୍ଦନ ଯାତରା ହୁଏ ମହାପ୍ରଭୁ ଜଗନ୍ନାଥଙ୍କର ରଥ ନିର୍ମାଣ ଆରମ୍ଭ ହୁଏ ॥ ଏହି ଦିନଟିରେ କୃଷକ ଭାଇ ଯେ କରେ ମୁଠି ଅନୁକୂଳ…

ଅଧିକ ପଢ଼ନ୍ତୁ
Odia Poem Kuanra Punei Janha (କୁଆଁର ପୁନେଇ ଜହ୍ନ) by Mamata Sahu

କୁଆଁର ପୁନେଇ ଜହ୍ନ

କୁଆଁର ପୁନେଇ ଜହ୍ନ ଗୋ ଫୁଲ ବଉଳ ବେଣୀ ଶରତ ଆକାଶେ ଜହ୍ନ ହସୁଥାଏ କେଡ଼େ ଶୋଭା ଦିଶେ ପୁଣି ॥ କୁଆଁରୀ ମନରେ ଅପୂର୍ବ ଆନନ୍ଦ ପୁଚି ଖେଳିବାକୁ ମନ ଆହୁରି ସୁନ୍ଦର ସଜାଇ ହୁଅନ୍ତି ପିନ୍ଧନ୍ତି ନୂଆଁ ବସନ ॥ ଚନ୍ଦନ କୁଙ୍କୁମ ଅଳତା ନାଇକି ମିଳନ୍ତି ଚଉଁରା ମୂଳେ ଝିଅ ବୋହୂ ମିଶି ହରସ ମନରେ ଚଉଁରାରେ ଦୀପ ଜାଳେ ॥ ଚାନ୍ଦ ପୂଜା ପାଇଁ ସଜବାଜ ହୋଇ ଆନନ୍ଦେ ଭୋଗ ବାଢ଼ନ୍ତି…

ଅଧିକ ପଢ଼ନ୍ତୁ
Odia Poem Bidyalaya Aji Kanduchi (ବିଦ୍ୟାଳୟ ଆଜି ନିରବେ କାନ୍ଦୁଛି) by Mamata Sahu

ବିଦ୍ୟାଳୟ ଆଜି ନିରବେ କାନ୍ଦୁଛି

ବିଦ୍ୟାଳୟ ଆଜି ନିରବେ କାନ୍ଦୁଛି ନିସଙ୍ଗ ତା’ର ଜୀବନ । ଛାତ୍ରଛାତ୍ରୀଙ୍କୁ ଝୁରି ଝୁରି ତା’ର କାନ୍ଦି ଉଠେ ମନପ୍ରାଣ ॥ ବିଦ୍ୟାଳୟେ ଆଉ ବାଜୁ ନାହିଁ ଘଣ୍ଟି ଶୁଭୁ ନାହିଁ କୋଳାହଳ । ଭକ୍ତିର ପ୍ରାର୍ଥନା କମ୍ପି ଉଠୁନାହିଁ ଶୁଭୁନାହିଁ ସୁରତାଳ ॥ ବିତିଗଲା କେତେ ଦିନ ମାସ ବର୍ଷ ତାଲା ଝୁଲେ ଫାଟକରେ । ସମୟ ଶ୍ରୋତ ଯେ ବଦଳି ଯାଇଛି ବଦଳିଛି ବାସ୍ତବରେ ॥ କେବେ କିଏ ମନେ ଭାବି ତ ନଥିଲା ଏମିତି ଏ ଦିନ…

ଅଧିକ ପଢ଼ନ୍ତୁ
Maa Durga

ମାଆ ଦୁର୍ଗା

ପାର୍ବଣେ ନବ ଦୁର୍ଗା ଆଗମନେ ଚଞ୍ଚଳିତ ଆଜି ଧରା ଦେବୀ ନାରାୟଣୀ ଦୁଃଖ ବିମୋଚିନୀ ଜଗତେ କରୁଛି ଲୀଳା ॥ ସତ୍ୟ ସନାତନୀ ଜଗତ କଲ୍ୟାଣୀ ମହିଷା ମର୍ଦ୍ଦିନୀ ମାଆ ନିରାଷ ଅନ୍ଧାରେ ଦେଉ ମା’ ଆଲୋକ ବିପଦରେ ତୁହି ସାହା ॥ ଶୈଳପୁତ୍ରୀ ବ୍ରହ୍ମଚାରିଣୀ ମାଆ ଲୋ ଚନ୍ଦ୍ରଘଣ୍ଟା ତୁ କୁଷ୍ମାଣ୍ଡା ପାତକ ନାଶିନୀ ଅଭୟ ଦାୟିନୀ କାତ୍ୟାୟନୀ ସ୍କନ୍ଦମାତା ॥ କାଳରାତ୍ରୀ ମହାଗୌରୀ ତୁ ଜନନୀ ସିଦ୍ଧିଦାତ୍ରୀ ଗୀରିସୂତା ଚୌଷଠି ଯୋଗିନୀ ସଙ୍ଗେ ତୋ’…

ଅଧିକ ପଢ଼ନ୍ତୁ