
ଲକ୍ଷ୍ମୀ ନାରାୟଣୀ
ସାଗର ଦୁହିତା ଦେବୀ ଲକ୍ଷ୍ମୀ ନାରାୟଣୀ ଧନଦାତ୍ରୀ କମଳିନୀ ବିଷ୍ଣୁଙ୍କ ଘରଣୀ ॥ ବର୍ଷ ମଧ୍ୟେ ଶ୍ରେଷ୍ଠ ମାସ ଅଟେ ମାର୍ଗଶିର ସେ ମାସର ଗୁରୁବାର ଅତି ପ୍ରିୟ ତୋ’ର ॥ ସେଦିନ ଉଷାରୁ ଉଠି କରି ଶୁଚି ମନ ଘରର ଘରଣୀ ମାନ କରନ୍ତି ପୂଜନ ॥ ଦୁବ ଚନ୍ଦନ ସିନ୍ଦୁରଗେଣ୍ଡୁ ପଦ୍ମଫୁଲ ଜାଳି ଦ୍ୟନ୍ତି ଧୂପଦୀପ ଆଳତୀ କର୍ପୂର ॥ ବଢ଼ା ହୁଏ ଭୋଗ ପାଇଁ ନାନାଦି ବ୍ୟଞ୍ଜନ ଫଳମୂଳ ଖିରି ପିଠା ଭାତ…