ମଧୁମିତା ମିଶ୍ର

ମଧୁମିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Gosthastamira Bishesh - ଗୋଷ୍ଠାଷ୍ଟମୀ ବିଶେଷ

ଗୋଷ୍ଠାଷ୍ଟମୀ ବିଶେଷ

ଗୋଷ୍ଠାଷ୍ଟମୀ ପାଇଁ ଗୋପୂଜନ କରିବାକୁ ବାହାରୁଥିବା ପଣ୍ଡିତେ ସକାଳୁ ସକାଳୁ ତାଜା କ୍ଷୀର ଗ୍ଲାସଟେ ପିଉ ପିଉ ସେବକକୁ କହିଲେ, “କାଳୀ ଗାଈର ବଢ଼ିଆ କ୍ଷୀର । ତା’ ବାଛୁରୀକୁ ଏମିତି ଦୂରରେ ବାନ୍ଧିବୁ ଯେମିତିକି ସିଏ କ୍ଷୀର ପାଇବନି ଆଉ ସେସବୁ ଆମକୁ ମିଳିବ; ଆଉ ହଁ ଯେଉଁ ବୁଢ଼ୀ ଗାଈଟା କ୍ଷୀର ଦେଇ ପାରୁନି ତାକୁ ଆଜି ବିକିଦେବୁ କରିମ୍ ଖାନ୍‌କୁ । କାଲି ଆଉ ଗୋଟିଏ ନୂଆ ଗାଈ ଜଣେ ଭକ୍ତ ଦେବେ ବୋଲି କହିଛନ୍ତି ।”…

ଅଧିକ ପଢ଼ନ୍ତୁ
Satisfaction

ସାଟିସ୍ଫେକ୍ସନ୍…

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍କୁଲର ଭାଷଣ ପ୍ରତିଯୋଗିତା ପାଇଁ ମା’ ଗାନ୍ଧିଜୀଙ୍କ ଉପରେ ଏକ ବକ୍ତୃତା ପ୍ରସ୍ତୁତ କରାଉଥିବା ବେଳେ ରୋମି ହଠାତ୍ କହି ଉଠିଲା, “ମାମା ! ଶାସ୍ତ୍ରୀଜୀ ତ ବାପୁଙ୍କର ବର୍ଥ-ଟ୍ୱୀନ… କିନ୍ତୁ ତାଙ୍କ ବିଷୟ ଏତେ କମ୍ ଡିଷ୍କସନ୍ ହେଉଛି??? ସିଏ କେତେ ଖରାପ ଭାବୁଥିବେ ନା? ମୋତେ ତୁମେ ତାଙ୍କ ବିଷୟରେ ପ୍ରିପେର କରେଇଦିଅ । ପ୍ରାଇଜ ନ ପାଇଲେ ବି ସାଟିସ୍ଫେକ୍ସନ୍ ନିଶ୍ଚୟ ପାଇବି…” ଆଉ ତା’ କଥା ଶୁଣି ମା’ ମୁରୁକି…

ଅଧିକ ପଢ଼ନ୍ତୁ
Sadharana Sneha

ସାଧାରଣ ସ୍ନେହ

ସକାଳୁ କନ୍ୟା ଦିବସ ପାଇଁ ବହୁତଗୁଡ଼ିଏ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିଥିବା ବିଶିଷ୍ଟ ସମାଜସେବୀ ରାତି ଶୋଇଗଲା ବେଳେ ନିଜ ଝିଅକୁ ତାଙ୍କ ପାଦରେ ତେଲ ମାଲିସ୍ କରିବାକୁ କହିଲା ପରେ ଝିଅ ପଚାରିଦେଲା, “ମାଆ ଆଜି ମଧ୍ୟ ତୁମ ପାଖରେ ମୋ ପାଇଁ ସମୟ ନାହିଁ ନା?” ଆଉ ଉତ୍ତର ନପାଇ ଚାହିଁଲା ବେଳକୁ ନିଜ ମା’ ଶୋଇ ଯାଇଥିବା ଦେଖି ଭାବୁଥିଲା; ସେ ମଧ୍ୟ ଜଣେ ସାଧାରଣ ମହିଳାଙ୍କ ଝିଅ ହୋଇଥିଲେ ଆଜି ତା’ ମା’ଙ୍କ…

ଅଧିକ ପଢ଼ନ୍ତୁ
Modern Samaya

ମଡର୍ଣ୍ଣ ସମୟ…

ଗୁରୁପୂର୍ଣ୍ଣିମା ଦିନ ଗୁରୁପୁଜନ କାର୍ଯ୍ୟକ୍ରମଟିଏ ପାଇଁ ବ୍ୟବସ୍ଥା କରିବାକୁ ମନରେ ଭାବି ସେକଥା କଲେଜ ପ୍ରିନ୍ସିପଲ୍ ଛାତ୍ର ସଂଗଠନର ମୁଖ୍ୟ ଛାତ୍ରକୁ ପ୍ରସ୍ତାବ ଦେବାରୁ ସେ ହସି ହସି “ସାର୍… କିଏ ଏଇଠି ଗୁରୁ ଆଉ କିଏ ଶିଷ୍ୟ…!!?? ଆଜିକା ମଡର୍ଣ୍ଣ ସମୟରେ ଆପଣମାନେ ତ ସବୁ ସାର୍ ମ୍ୟାଡମ ଆଉ ଆମେ ସବୁ ଷ୍ଟୁଡେଣ୍ଟ୍… ସୋ ଗୁରୁପୂଜନ ଛାଡ଼ନ୍ତୁ ଚାଲନ୍ତୁ ହୋଟେଲରେ ଭଲ ପାର୍ଟିଟେ ଆରେଞ୍ଜ କରିବା…” କହିଲା ଆଉ ସାର୍ ମଧ୍ୟ ସଙ୍ଗେ ସଙ୍ଗେ…

ଅଧିକ ପଢ଼ନ୍ତୁ
Mo Akhire Tu - 10th Part

ମୋ ଆଖିରେ ତୁ… (ଦଶମ ଭାଗ)

ରସିକ ନାଗର ତୁ … ଠିକ୍ ଜାଣିଛୁ କେମିତି ମାନଭଞ୍ଜନ କରାଯାଏ । ତୋତେ କ’ଣ କିଛି ଶିଖେଇବାକୁ ହୁଏ କି…!! କେବଳ ଏଇ ରସିକପଣିଆ ପାଇଁ ତ… ତୋ’ ଭକ୍ତ ଜୟଦେବ ତୋ’ ପ୍ରେମଭକ୍ତିର ଅପୂର୍ବ ଗାଥା ‘ଗୀତ ଗୋବିନ୍ଦ’ ରଚନା କରି ଚାଲିଥିଲେ । ପ୍ରେମରସରେ ଉଦବୁଦ୍ଧ ହେଲାବେଳେ ହଜି ଯାଉଥିଲେ ଜୟଦେବ । ଏମିତି ଲେଖୁ ଲେଖୁ ମାନୀନି ଗୋପାଳୁଣୀ ରାଧିକା ରାଣୀଙ୍କ ମାନଭଞ୍ଜନ ଉଦ୍ଦେଶ୍ୟରେ ତୋତେ ତାଙ୍କ ପାଦ ଧରିବାକୁ ହେବ ବୋଲି ଭାବଟି ଆସିଥିଲେ…

ଅଧିକ ପଢ଼ନ୍ତୁ