ଜନ୍ମଜୟ ନାୟକ

ଜନ୍ମଜୟ ନାୟକ ପେଶାରେ ଜଣେ ସରକାରୀ ଶିକ୍ଷକ, କିନ୍ତୁ ନିଶା ତାଙ୍କର ଗପ ଓ କବିତା ଲେଖିବା । ପୁରୀ ଜିଲ୍ଲାର ଚିଲିକା ନୋଡାଲ ହାଇସ୍କୁଲରେ କାର୍ଯ୍ୟରତ ଥିବା ଏହି ଶିକ୍ଷକଙ୍କର ଗପଗୁଡ଼ିକ ଅନେକ ପତ୍ରିକପତ୍ରିକାରେ ସ୍ଥାନିତ ହୋଇଛି ।

Odia Bhajan Mo Kalia Suna (ମୋ କାଳିଆ ସୁନା) by Janmajaya Nayak

ମୋ କାଳିଆ ସୁନା

ତୁ କଳାକାହ୍ନୁ ବୋଲି ଜାଣେ ଜଗତ, ତୋ’ ଅପାର ମହିମା ବିଶ୍ୱ ବିଖ୍ୟାତ । କାହାପାଇଁ ମିଛ କାହାପାଇଁ ସତ, ଭାବରେ ବନ୍ଧା ତୁ ଭକତର ମିତ । ତୋ’ରି ପାଇଁ ମୁଁ ଆଜି ଜୀଇଁଛି ସିନା, ମୋ କାଳିଆ ସୁନା, ମୋ କାଳିଆ ସୁନା… ।୧। ଶ୍ରୀକ୍ଷେତ୍ରରେ ବସି ହସୁଛୁ ମୁରୁକି, ଦୁଃଖୀର ଦୁଃଖକୁ କି ପାରୁନୁ ଦେଖି !? ଭୋକ ବିକଳେ ଗରିବ ଆଖି ବୁଜେ, ତୋ’ କରୁଣା ବାରିଧାରା କିଆଁ ହଜେ? ଚଳିବନିରେ…

ଅଧିକ ପଢ଼ନ୍ତୁ
Odia Poem Gariba (ଗରିବ) by Janmajaya Nayak

ଗରିବ

ଯନ୍ତ୍ରଣାର ଜତୁଶାଳେ ଜଳିବାରେ ମୋତେ ମିଳିଥାଏ ଆନନ୍ଦ ଆଖିରେ ଲୁହ ଜକେଇ ଆସିଲେ ଭାଙ୍ଗିନପଡ଼ି ମୁଁ ଦେଖାଏ ସାହସ, ପିଲାଦିନୁ ଆଜିଯାଏ ଦୁଃଖଦାରିଦ୍ର୍ୟର କଷଟି ପଥରରେ ପେଷି ହୋଇ ଜାରି ରଖିଛି ମୋର ସଂଘର୍ଷ, ଦୁନିଆକୁ ଚିହ୍ନିବାରେ ସୁଯୋଗ ପାଉଛି ହଁ ମୁଁ ଗରିବ… ମୋର ସ୍ୱତନ୍ତ୍ର ସମ୍ପ୍ରଦାୟ ଏ ଭଦ୍ର ଧନୀକ ସମାଜ ମୋତେ ଛୋଟ ନଜରରେ ଦେଖେ ଘୃଣା କରେ କାରଣ ମୁଁ ତାଙ୍କ ସହ ମିଶିବାକୁ ଯୋଗ୍ୟ ନୁହେଁ କଷ୍ଟର ସୀମା ଟପିଲେ…

ଅଧିକ ପଢ଼ନ୍ତୁ
Odia Story Topae Sindura (ଟୋପାଏ ସିନ୍ଦୂର) by Janmajaya Nayak

ଟୋପାଏ ସିନ୍ଦୂର

ନିଜ କାନିରେ ବିମଳା ସେ ମନ୍ଦିର ବେଢ଼ାରେ ବସିଥିବା ଫୁଲ ମାଉସୀଙ୍କ ମୁଣ୍ଡରୁ କଳା ପୋଛି ଦେଉଦେଉ ଲୁହଭରା ଆଖିରେ ବୁଢୀମାଉସୀ କହିଚାଲିଥାଏ, “ଏ ପୋଡ଼ା କପାଳରେ ଆଉ କି ସୁଖ ଅଛି ଲୋ ଝିଅ ! ଅୟରାଣୀ ହୋଇ ମଶାଣୀ ଯିବା ସଭିଙ୍କ କପାଳରେ ନଥାଏ !! ଆଜିକି ଦଶ ବରଷ ହବ ଏ ଅଭାଗିନୀ ପୋଡ଼ାମୁହଁକୁ ଆରିସିରେ ଦେଖିନି ଯେବେ ଠୁ ସେ ଚାଲିଗଲେ । କୋଉଠି ହାଣ୍ଡିକଳା ଲାଗିଛି ମୁଣ୍ଡରେ କେମିତି ଦେଖିବି?”…

ଅଧିକ ପଢ଼ନ୍ତୁ
Odia Story Sehi Budhi Mausi Katha (ସେହି ବୁଢ଼ୀ ମାଉସୀର କଥା) by Janmajaya Nayak

ସେହି ବୁଢ଼ୀ ମାଉସୀର କଥା

ଦିନକୁ ଦୁଇ ବା ତିନିଥର ସାମନାସାମନି ହେଇଯାଉଥାଏ ସେହି ବୁଢ଼ୀ ମାଉସୀ ସହ । ବିଦ୍ୟାଳୟ ହତା ମଧ୍ୟକୁ ପ୍ରବେଶ କରୁକରୁ ଫାଟକ କଡ଼ରେ ବସି ରହିଥିବା ସେହି ବୃଦ୍ଧା ମହିଳାଙ୍କ ଉପରେ ନଜର ପଡ଼େ ସମସ୍ତଙ୍କର । ଲୋଚାକୋଚା ହେଇ ଯାଇଥିବା ଚମରେ ଘୋଡ଼େଇ ହେଇ କୋଟରାଗତ ସେଇ ଆଖି ଯୋଡ଼ିକ ସହ ଆଖି ମିଶିଗଲେ କେମିତି କେଜାଣି ଗୋଟିଏ ଆନନ୍ଦ ଖେଳିଯାଏ ସେ ଆଖିର ଚମକରେ । ସହରର ଚାକଚକ୍ୟ ମଧ୍ୟରେ ବଢ଼ି ଆସିଥିବା…

ଅଧିକ ପଢ଼ନ୍ତୁ
Odia Story Bhanga Silata (ଭଙ୍ଗା ସିଲଟ) by Janmajaya Panda

ଭଙ୍ଗା ସିଲଟ

ଅଦିନିଆ ବର୍ଷାଯୋଗୁଁ ନୁଆଁଣିଆ ଚାଳଘର ଭିତରେ ଚାରିଆଡ଼େ ପାଣି ପଡ଼ୁଥାଏ କାରଣ ୩ ବର୍ଷହେବ ଘର ଛାଆ ହୋଇନି । କାନ୍ଥରୁ ବି ମାଟି ଖସୁଛି ବର୍ଷାରେ ଭିଜି ଭିଜି । ଏପରି ବିପଦସଙ୍କୁଳ ସ୍ଥାନରେ ଛୁଆ ଦୁଇଟାକୁ ଧରି ରାତି କାଟିବାକୁ ସାବିତ୍ରୀ ଠିକ୍ ଭାବୁନଥାଏ, ମନକୁ ପାପ ଛୁଉଁଥାଏ । ହେଲେ ଏ ଝଡ଼ ବରଷା ରାତିରେ କୁଆଡ଼େ ଯିବ? କାହା ପିଣ୍ଢାରେ ଆଶ୍ରୟ ନେବ ଭାବୁଥାଏ । ମନରେ ସାହାସ ବାନ୍ଧି ୨ଟା…

ଅଧିକ ପଢ଼ନ୍ତୁ