ଜନ୍ମଜୟ ନାୟକ

ଜନ୍ମଜୟ ନାୟକ ପେଶାରେ ଜଣେ ସରକାରୀ ଶିକ୍ଷକ, କିନ୍ତୁ ନିଶା ତାଙ୍କର ଗପ ଓ କବିତା ଲେଖିବା । ପୁରୀ ଜିଲ୍ଲାର ଚିଲିକା ନୋଡାଲ ହାଇସ୍କୁଲରେ କାର୍ଯ୍ୟରତ ଥିବା ଏହି ଶିକ୍ଷକଙ୍କର ଗପଗୁଡ଼ିକ ଅନେକ ପତ୍ରିକପତ୍ରିକାରେ ସ୍ଥାନିତ ହୋଇଛି ।

Odia Poem Ae Bodhe Prema (ଏଇ ବୋଧେ ପ୍ରେମ) by Janmajaya Nayak

ଏଇ ବୋଧେ ପ୍ରେମ

ସେ ଅଛି ମୋ ଭିତରେ ମୁଁ ବି ଅଛି ତା’ ଭିତରେ ହେଲେ ବି କାହିଁ ବୁଝେନି ମନ ସତେ କି ଯୋଜନ ଯୋଜନ ଦୂରେ ସେ… ଲାଜ ଜୁଡ଼ୁବୁଡ଼ୁ ତା’ ମହୁଆ ହସରେ ମାଦକତା ମନେ ଭରେ, ପ୍ରଣୟ ନିଶାରେ ଶିହରି ଉଠଇ ପାହାନ୍ତିଆ ସପନରେ… ମୋ ଅଙ୍ଗେଅଙ୍ଗେ ଆଙ୍କିଦିଏ ପ୍ରେୟସୀ ମଧୁର ମିଳନର ମିଠା ଦାଗ ହସିହସି, ଲାଜରେ ବିରହ ଫଗୁଣ ଫେରିଯାଏ, ମଧୁଝରା ଚାନ୍ଦିନୀ ଈର୍ଷାରେ ଜଳିଯାଏ… ନିରିମାଖି ତା’ ହରିଣୀ ଚାହାଣି…

ଅଧିକ ପଢ଼ନ୍ତୁ
Odia Poem Gurunka Pain Pade (ଗୁରୁଙ୍କ ପାଇଁ ପଦେ) by Janmajaya Nayak for Teahcers' Day (Gurudibasa)

ଗୁରୁଙ୍କ ପାଇଁ ପଦେ

ଜୀବନୁ କଳୁଷ ହେବ ନାଶ, ଲଭିଣ ଗୁରୁଙ୍କ ଶୁଭାଶିଷ, ଗୁରୁ ପାଦ ପୂଜି ଭକତିରେ ଭିଜି ପାଳିବା ଆମେ ଗୁରୁଦିବସ । କୋଟି ଜୁହାର ତାଙ୍କ ଚରଣେ, ତାଙ୍କୁ ଭୁଲିବା ନାହିଁ ଜୀବନେ, ଗୁରୁ ପଦରଜ ମୁକତିର ବୀଜ ଏକଥା ଆମେ ରଖିବା ମନେ । ଗୁରୁଙ୍କର ମହିମା ଅପାର, ମହୀମଣ୍ଡଳେ ସେ ତ ଈଶ୍ୱର, ହୃଦମନ୍ଦିରେ ସେ ଅମଳିନ ଜ୍ୟୋତି ତାଙ୍କ ପାଇଁ ଜୀବନ ସୁନ୍ଦର । ମନେ ଭରିଣ ଆଶା ବିଶ୍ୱାସ, କଳୁଷତାକୁ କରନ୍ତି…

ଅଧିକ ପଢ଼ନ୍ତୁ
Odia Poem Ahe Gajanana (ଆହେ ଗଜାନନ) by Janmajaya Nayak on Ganesha Puja

ଆହେ ଗଜାନନ

ଆହେ ଗଜାନନ କରୁ ନିମନ୍ତ୍ରଣ ମର୍ତ୍ତ୍ୟପୁରେ ଆସ ଚାଲି, ତବ ଆଗମନେ ହସିବ ଧରଣୀ ସବୁ ଦୁଃଖ ଯିବୁ ଭୁଲି , ନାନାରଙ୍ଗ ପୁଷ୍ପ ତୋଳି, ମଣ୍ଡପ ସଜାଇ ତୁମକୁ ବସାଇ ଜାଳିବୁ ଭକ୍ତି ଦୀପାଳି । ମୂଷିକ ବାହନେ ବସିଥିବ ତୁମେ ଶୁଭୁଥିବ ଶଙ୍ଖ ଧ୍ୱନି, ତୁମକୁ ଦେଖିଣ ଫେରିବନି ଆଖି ବନ୍ଦନା ଗାଇବୁ ପୁଣି, ନାନାବିଧ ଫଳ ଆଣି, ଭକତି ଚିତ୍ତରେ କରି ସମର୍ପଣ କରିବୁ ବିଦ୍ୟା ମାଗୁଣି । ତୁମେ ଅଗ୍ରପୂଜ୍ୟ ବିଘ୍ନ…

ଅଧିକ ପଢ଼ନ୍ତୁ
Odia Story Ghanta Tarakari (ଘାଣ୍ଟ ତରକାରୀ) by Janmajaya Nayak

ଘାଣ୍ଟ ତରକାରୀ

(୧) ଆମ କଲୋନୀର ସବୁଠାରୁ ପ୍ରିୟ ନାମ ଶାନ୍ତି ମାଉସୀ । ପିଲା ଠୁଁ ବୁଢ଼ା ସବୁରି ମୁହଁରେ ତାହାରି ପ୍ରଶଂସା । ପାକୁଆ ପାଟିରେ ଲହଡ଼ିଭାଙ୍ଗୁଥାଏ ଖିଲିଖିଲି ହସ । ସେନେହ ଶିକୁଳିରେ ସମସ୍ତଙ୍କ ମନକୁ ବାନ୍ଧି ରଖିଥାଏ ସେ । ମହମହ ବାସନା ଛୁଟିଆସୁଥିଲା ଶାନ୍ତି ମାଉସୀ ଘରୁ । ସେ ବାସନାରୁ କେଉଁ ଗୋଟିଏ ଆପଣାପଣର ଅନୁଭବ ଭାସିଆସୁଥିଲା । ସହରୀ ସଭ୍ୟତାର ଚାକଚକ୍ୟ ଭିତରେ ସେ ବାସନା ପୂର୍ଣ୍ଣଚ୍ଛେଦ ଟାଣି ଗାଁ…

ଅଧିକ ପଢ଼ନ୍ତୁ
Odia Poem Garabe Kahiba Ame Swadhina (ଗରବେ କହିବା ଆମେ ସ୍ୱାଧୀନ) by Janmajaya Nayak

ଗରବେ କହିବା ଆମେ ସ୍ୱାଧୀନ

ପରାଧୀନତାର ସିକୁଳି ଛିଡ଼ିଲା ମୁକତି ପାଇଲୁ ଆମେ, ସ୍ୱାଧୀନତାର ମହୁ ଚାଖି ସରବେ ଭିଜିଗଲେ ଦେଶପ୍ରେମେ । କେତେ ଶୋଷଣ ଦୁର୍ନୀତି କଷଣ ସହିଲେ ଆମ ଜନତା, ଶେଷରେ ବିଦେଶୀ ଗୋରା ସରକାର ନଇଁଲେ ତାଙ୍କରି ମଥା । କେତେ ବୀର ପୁଣି ଶହୀଦ ହୋଇଲେ ଦେଶପାଇଁ ଦେଲେ ପ୍ରାଣ, ଫିରିଙ୍ଗି ଶାସକ ଦେଶ ଛାଡ଼ିଗଲେ ଆମେ ହେଲୁ ତ ସ୍ୱାଧୀନ । ଯାହାଙ୍କର ତ୍ୟାଗ ବଳିଦାନ ପାଇଁ ହୋଇଛେ ସ୍ୱାଧୀନ ଆଜି, ସେମାନଙ୍କୁ ଦେବା ଭକ୍ତି…

ଅଧିକ ପଢ଼ନ୍ତୁ