ଆଧୁନିକ ଓଡ଼ିଶାର ସାଲବେଗ: ମହମ୍ମଦ ସିକନ୍ଦର ଆଲାମ
ମହମ୍ମଦ ସିକନ୍ଦର ଆଲାମ ଥିଲେ ଓଡ଼ିଆ କଥାଚିତ୍ର ଜଗତର ଜଣେ ସୁନାମଧନ୍ୟ ପ୍ରଚ୍ଛଦପଟ ଗାୟକ । ସେ ପାରମ୍ପରିକ ଓଡ଼ିଶୀ ସଙ୍ଗୀତ ଯଥା ଜଗନ୍ନାଥ ଜଣାଣ, ଭଜନ, ଛାନ୍ଦ, ଚମ୍ପୂ, ଚଉପଦୀ ନିମନ୍ତେ ଆଜି ବି ଓଡ଼ିଶାର ଘରେ ଘରେ ପରିଚିତ । ତାଙ୍କୁ ଆଧୁନିକ ଓଡ଼ିଶାର ସାଲବେଗ ମଧ୍ୟ କହାଯାଏ । କଟକ ଜିଲ୍ଲାର ବୟାଳିଶି ମୌଜା ବ୍ଳକର ରାଉତରାପୁରଠାରେ ୧୯୩୯ ମସିହା ଜୁଲାଇ ମାସ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ ସିକନ୍ଦର ଆଲାମ । ବାଲ୍ୟ ଜୀବନ ତାଙ୍କର କଟିଥିଲା…

