ବରବାଦ୍
ରାତି ଆଠଟା ବାଜିଲାଣି, ଅଥଚ ଏଯାଏଁ ରମେଶ ଅଫିସ୍ରୁ ଆସିଲେ ନାହିଁ, ଏଇ କଥା ଭାବୁ ଭାବୁ କଲିଙ୍ଗ୍ ବେଲଟି ବାଜିଲା ଉଠିଲା । କବାଟ ଖୋଲିଲା ଗୀତା, ରମେଶର କ୍ଳାନ୍ତ ଚେହେରାଟି ପୁରା କଳାକାଠ ପଡ଼ି ଶୁଖିଲା ଶୁଖିଲା ଦିଶୁଥିଲା । ରମେଶ ଘରେ ପଶୁ ପଶୁ ଘର ଭିତରର ନୀରବତା ଶୁଣି ଓ ଗୀତାର ଚେହେରା ଦେଖି ଜାଣିନେଲେ ଘରେ ଛୁଆମାନେ କିଛି ଗୋଟେ ମହାକାଣ୍ଡ କରିଛନ୍ତି । ଜାଣିଶୁଣି ଗୀତାକୁ କିଛି ନ…