
କାକର ଟୋପା
ଦର୍ପଣର କାଚ ଟୁକୁରା ପରି ଚମକେ ଶୀତ ସକାଳର କାକର ଟୋପା ଗୁଡ଼ିକ, ସୂର୍ଯ୍ୟର ପହିଲି କିରଣରେ ଝଲସେ ଇନ୍ଦ୍ରଧନୁ ପରି ସପ୍ତ ରଙ୍ଗର ସମାହାର । ସବୁଜ ଘାସର ଗାଲିଚା କାକର ଟୋପାର ପସରା ସତେ କି ଘାସ ରାଜା ମସ୍ତକେ ଶୋଭେ ମୁକୁଟ । ପ୍ରତି ଶୀତ ସକାଳରେ ତୋ’ର ସୃଷ୍ଟି ଇଚ୍ଛା ହୁଏ ରୂପା ଥାଳିଆରେ ତତେ ନେବି ସାଉଁଟି ହେଲେ ଜାଣେ ଇଚ୍ଛା ଇଚ୍ଛାରେ ରହିଯିବ, ସ୍ପର୍ଶ ମାତ୍ରେ ଯାଉ ମିଳେଇ…