ଖାସ୍ ଯୌତୁକ
ନବ ବିବାହିତା ବଧୂଟି ମୁଣ୍ଡରେ ଓଢ଼ଣା ଦେଇ ଚୁପ୍ ଚାପ୍ ବସି ରହିଛି ବୈଠକ ଖାନାରେ । ପାଖ ପଡ଼ୋଶୀ ସମ୍ପର୍କୀୟମାନେ ତାକୁ ଦେଖିବାକୁ ଆସୁଛନ୍ତି । କିଏ କେତେ ପ୍ରକାରର ଟିପ୍ପଣୀ ଦେଇ ଚାଲିଛନ୍ତି । ସେ ଉଚ୍ଚ ଶିକ୍ଷିତା, ପୁଣି ପିଲାଟି ଦିନରୁ ସ୍ପଷ୍ଟବାଦିନୀ । ଠିକ୍ କଥାରେ ସେ ଠିକ୍ ଜବାବ ଦିଏ । ହେଲେ ବାପା ଆଉ ମାଆ ତାକୁ ବୁଝାଇ କରି କହିଛନ୍ତି ସବୁ କ୍ଷେତ୍ରରେ ଏମିତି ସ୍ପଷ୍ଟ କଥା…