ବସନ୍ତ କୁମାର ପ୍ରଧାନ

ବସନ୍ତ କୁମାର ପ୍ରଧାନ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦାସ୍ଥିତ ହରିହରପୁରର ବାସିନ୍ଦା । ସେ ପେଶାରେ ଜଣେ ଶିକ୍ଷକ ଭାବରେ କାର୍ଯ୍ୟରତ, ମାତ୍ର ନିଶା ତାଙ୍କର କବିତା ଲେଖିବା । ତାଙ୍କ ରଚିତ ଅନେକ କବିତା ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।

Bharata Barsa

ଭାରତ ବର୍ଷ

ଆର୍ଯ୍ୟବର୍ତ୍ତ ଆମ ଭାରତବର୍ଷ ହିଁ ଅଟେ ସର୍ବୋତ୍କୃଷ୍ଟ ଦେଶ, ମହାନ ସଂସ୍କୃତି ଐତିହ୍ୟ ପରମ୍ପରା ରହିଅଛୁ ଯା’ର ଯଶ ।୧। ସର୍ବ କ୍ଷେତ୍ରରେ ଯେ ଶ୍ରେଷ୍ଠ ମନୁଷ୍ୟ ନାମ ହିଁ ଆର୍ଯ୍ୟ ଅଟଇ, ସେହି ଆର୍ଯ୍ୟର ମର୍ଯ୍ୟାଦା କ୍ଷୂର୍ଣ୍ଣ ବ୍ୟକ୍ତିତ୍ୱ କୃତିତ୍ୱ ନାହିଁ ।୨। ଯେଉଁ ଦେଶର ଆଧାରଭୂତ କେନ୍ଦ୍ରୀୟ ତତ୍ତ୍ୱ ଅଧ୍ୟାତ୍ମ ସତ୍ୟ ଶିବ ସୁନ୍ଦରକୁ ନେଇ ଜୀବନ ଈଶ୍ୱରୋନ୍ମୁଖ ।୩। ବେଦ ଜ୍ଞାନ ଯା’ର ସାର୍ବଭୌମିକ ଅଟେ ମୌଳିକ ଶାଶ୍ୱତ ମୁନୀ ଋଷିଙ୍କର ତପସ୍ୟାର…

ଅଧିକ ପଢ଼ନ୍ତୁ
Nisha Barjana - Sundara Jibana

ନିଶା ବର୍ଜନ-ସୁନ୍ଦର ଜୀବନ

ସୁସ୍ଥ ସାମାଜିକ ଜୀବନରେ ଆଜି ଆସେ ନାନା ବିପର୍ଯ୍ୟୟ, ନିଶାସେବନ ପ୍ରମୁଖ କାରଣ କରିବାକୁ ହେବ ଜୟ ।୧। ଛୋଟ ବଡ଼ ଯେତେ ମାଦକ ଦ୍ରବ୍ୟ ହିଁ କରଇ ନଷ୍ଟ ଜୀବନ, ସାମାଜିକ ଜୀବନକୁ କରେ ରୁଗ୍ଣ ହେବା ସର୍ବେ ସଚେତନ ।୨। କୁସଙ୍ଗରେ ପଡ଼ି କୁଅଭ୍ୟାସ ବଳେ କେ’ କରେ ନିଶା ସେବନ, କାହା ବଡ଼ ଲୋକୀ ଆଭିଜାତ୍ୟର ଅଟେ ଏହା ନିଦର୍ଶନ ।୩। ଶାରୀରିକ ଶ୍ରମ ଲାଘବ ନିମନ୍ତେ ଆଉ କେ’କରେ ସେବନ, ଯେଉଁ…

ଅଧିକ ପଢ଼ନ୍ତୁ
Gurukul

ଗୁରୁକୁଳ

ପ୍ରାଚୀନ କାଳର ଗୁରୁକୁଳାଶ୍ରମ ଶ୍ରେଷ୍ଠ ଶିକ୍ଷା ନିଦର୍ଶନ, ପୂର୍ଣ୍ଣାଙ୍ଗ ଜୀବନ ନିର୍ମାଣରେ ତାହା ଲଭିଥିଲା ଶ୍ରେଷ୍ଠ ସ୍ଥାନ ।୧। ଅରଣ୍ୟ ମଧ୍ୟରେ ଗୁରୁ ଆଶ୍ରମରେ ରମ୍ୟ ପ୍ରକୃତି କୋଳରେ, ଛାତ୍ରଛାତ୍ରୀମାନେ କରୁଥିଲେ ଶିକ୍ଷା ଦୃଢ଼ ଶୃଙ୍ଖଳା ମଧ୍ୟରେ ।୨। କଠୋର ସଂଯମ ସାଧନା ମାଧ୍ୟମେ କରନ୍ତି ଶିକ୍ଷା ଗ୍ରହଣ, କର୍ମଭିତ୍ତିକ ନାନାବିଧ ଶିକ୍ଷା କରନ୍ତି ଗୁରୁ ପ୍ରଦାନ ।୩। ସମିଧ ସଂଗ୍ରହ ଫଳପୁଷ୍ପ ସହ ଗୋଚାରଣ ଗୋଦୋହନ, ଶିଷ୍ୟ ଭାବେ ସେହି ଗ୍ରାମ ନଗରରେ କରନ୍ତି ଭିକ୍ଷା…

ଅଧିକ ପଢ଼ନ୍ତୁ
Durga Stuti

ଦୁର୍ଗା ସ୍ତୁତି

ଜୟ ଉମା କାତ୍ୟାୟନୀ ଈଶ୍ୱରୀ ଶିବା ଭବାନୀ ଅପର୍ଣ୍ଣା ପାର୍ବତୀ ଦୁର୍ଗା କାଳୀ ରୁଦ୍ରାଣୀ ଜୟ ଗଉରୀ ଅମ୍ବିକା ହୈମବତୀ ମା’ ଚଣ୍ଡିକା ସର୍ବ ମଙ୍ଗଳା ମୃଡାନି ଜୟ ଶର୍ବାଣୀ ଆଦ୍ୟାଶକ୍ତି ବିଶ୍ୱ ଜନନୀ, ଶକ୍ତି ସ୍ୱରୂପିଣୀ ମାଆ ପ୍ରକୃତି ରୂପିଣୀ । ଜୟ ଦୁର୍ଗତିନାଶିନୀ ଜୟ ଦନୁଜ ଦଳିନୀ ଚଣ୍ଡମୁଣ୍ଡ ବିନାଶିନୀ ମୁଣ୍ଡମାଳିନୀ ଶୁମ୍ଭ ନିଶୁମ୍ଭ ଘାତିନୀ ରକ୍ତବୀର୍ଯ୍ୟ ସଂହାରିଣୀ ମାହେଶ୍ୱରୀ ଦେବକୁଳ ରକ୍ଷାକାରିଣୀ ତୁ ମହିଷାସୁର ମର୍ଦ୍ଧିନୀ, ଦଶଭୁଜା ଦଶ ମହାବିଦ୍ୟା ଯୋଗିନୀ ।…

ଅଧିକ ପଢ଼ନ୍ତୁ
Maheswari

ମାହେଶ୍ୱରୀ

ଆସ ମାତ ମାହେଶ୍ୱରୀ ଜଗଦ୍ଧାତ୍ରୀ ପରମ ବୈଷ୍ଣବୀ, ଆଶ୍ଵିନର ପାର୍ବଣ ତିଥିରେ ଖଣ୍ଡ ଖଣ୍ଡ ଧଳାମେଘ ନୈକା ବିହାରରେ । ବିଲପାଟେ କାଶତଣ୍ଡି ଢାଳଇ ଚାମର, ତବ ନିରାଜନା ପାଇଁ ଶୁଦ୍ଧପୂତେ ମନ୍ତ୍ର ଗାଇ ବହଇ ସମୀର । ଦୁର୍ଗତି ନାଶିନୀ ଦୁର୍ଗା ଦନୁଜ ଦଳିନୀ ନାଶିବାକୁ ଜଗତର ଦୁଃଖ, ସନ୍ତାନ ଦୁର୍ଗତି ଧରା ପୃଷ୍ଠେ ହେଉ ତବ ଶୁଭ ଆଗମନ, ତୁମରି ସେ ପୁଣ୍ୟ ତେଜେ ଉଦ୍ଭାସିତ ହୋଇ ଉଠୁ ନିଖିଳ ଜୀବନ । ତୁମ…

ଅଧିକ ପଢ଼ନ୍ତୁ