ଶବ୍ଦ ଖେଳ
ଖେଳୁଛି ମୁଁ ଶବ୍ଦଖେଳ କେତେ ଏକାନ୍ତରେ, ଜିତିବି ନା ହାରିବି ତାହା ଅଛି ରୂପକାର ସମୟ ହାତରେ । ଅନୁଭବର ଉତ୍ତରଣରେ ତୋଳୁଛି ମୁଁ ଶବ୍ଦର ନଅର ତୁମେ ତା’କୁ କହିପାର ସୁନ୍ଦରୀ କବିତା ଚିନ୍ତା ଚେତନା ସବିତା, କିନ୍ତୁ ମୁଁ କହିବି ସେହି ମୋର ପ୍ରାଣପ୍ରିୟା ଯିଏ ସଦା ବାନ୍ଧିରଖେ ତା’ ପ୍ରେମ ଫାଶରେ ନିବିଡ଼ ଆଶ୍ଲେଷରେ ଦେଖାଇଣ ତା’ କାବ୍ୟିକମାୟା । ତା’ସାଥେ ବଞ୍ଚିଛି ମୁହିଁ ତା’ ସାଥେ ମରିବି ପୁନର୍ଜନ୍ମ ନେଲେ ପୁଣି ତା’ ସାଥେ…

