ଆୟୁଷ୍ମାନ ତ୍ରିପାଠୀ

ଆୟୁଷ୍ମାନ ତ୍ରିପାଠୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Jibana (ଜୀବନ) by Ayushman Tripathy

ଜୀବନ

ଜୀବନଟା କେବେ ମଧୁର ଝରଣା ବହେ ଶାନ୍ତି ଜଳ ଧାରା ପବନେ ଦୋହଲି ହେଇଯାଏ ସେ ଧାନ୍ୟ କ୍ଷେତର ନିର୍ଝରା । ଜୀବନଟା କେବେ ମଧୁ ବସନ୍ତର ମହୁ ମିଠା ଜ୍ୟୋତ୍ସ୍ନାଭାସ କୋମଳ ସ୍ପର୍ଶର ମଧୁର ଯନ୍ତ୍ରଣା କରିଦେଲା ସର୍ବନାଶ । ଜୀବନଟା କାଇଁ ଲାଗେ ନଈ ନିକି ଅଙ୍କା ବଙ୍କା ତା’ର ଗତି ଦୋଛକିରେ ଯାଇ ଅଟକି ଯାଇଛି ଜୀବନର କଳାକୀର୍ତ୍ତି । ଜୀବନଟା ଲାଗେ ତପସ୍ଵିନୀ ପରି ଜନକ ନନ୍ଦିନୀ ରୂପେ ପ୍ରତି ମୁହୂର୍ତ୍ତରେ ଅଗ୍ନି ପରୀକ୍ଷା ଆସେ…

ଅଧିକ ପଢ଼ନ୍ତୁ
Odia Poem Shita Mohini (ଶୀତ ମୋହିନୀ) by Ayushman Tripathy

ଶୀତ ମୋହିନୀ

ଛଅ ଭଉଣୀ ଧରି ସପ୍ତ ରଞ୍ଜନ ଧରା ପୃଷ୍ଠେ କରନ୍ତି ଅବରୋହଣ ସର୍ବେ ସାଜନ୍ତି ସ୍ୱକାଳେ ନୀରକ୍ଷୟ ଦମନ ନହୋଇ ସାଜନ୍ତି ଅଜୟ । ପ୍ରଚଣ୍ଡର ସହ ଝିପିଝିପି ଘନ ନିର୍ମଳ ତରୁଣ ଜାଡ଼ତ୍ୱ ପ୍ରବୀଣ ମଧୁମଳୟର ପୂର୍ବୁ ସେ ପ୍ରକାଶ ଜାଡ଼ମୟ ଧରା ହୁଏ ଶୀତାଭାସ । ବ୍ୟାପ୍ତ କରି ସର୍ବ ବସୁନ୍ଧରା ଭୂମି ନିର୍ଝର ଝରଇ ଅନଳର ଊର୍ମୀ ଅନୀଳ ହୁଅଇ ଅନଳ ଯେସନ ପୁଥିବୀରେ ହୁଏ ଶୀତର ଶାସନ । ଶ୍ୱେତ ପାଟ ସହ ବିଭୁଷିତ ଧରା…

ଅଧିକ ପଢ଼ନ୍ତୁ
Makar Sankranti Facts

ମକର ସଂକ୍ରାନ୍ତି- ନାନାବିଧ ମାହାତ୍ମ୍ୟ

ସକଳ ଶକ୍ତିର ଆଧାର ସୂର୍ଯ୍ୟ । ଭାରତ ବର୍ଷରେ ସୂର୍ଯ୍ୟଙ୍କୁ ଦେବତା ରୂପେ ପୂଜା କରାଯାଏ, ତେଣୁ ଅନେକ କାର୍ଯ୍ୟ ତଥା ପର୍ବ ସେହି ଭାସ୍କରଙ୍କୁ ଆଧାର କରି ଆରମ୍ଭ ତଥା ପାଳନ କରାଯାଏ । ସେହିପରି ଏହି ମକର ପୁଙ୍ଗନ ତଥା ପୌଷ ସଂକ୍ରାନ୍ତିର ଅନେକ ସାମାଜିକ, ସାଂସ୍କୃତିକ ଏବଂ ବୈଜ୍ଞାନିକ ମାହାତ୍ମ୍ୟ ରହିଛି । ମଣିଷର ବିଶ୍ୱାସ ହେଉଛି ଆସ୍ଥା ଏବଂ ଆସ୍ଥା ସଂସ୍କୃତିର ଏକ ମୂଳ ସମ୍ୱଳ । ନାନାବିଧ ମାହାତ୍ମ୍ୟ ତଥା ଅନେକ ରହସ୍ୟର ଗନ୍ତାଘର ଏଇ…

ଅଧିକ ପଢ଼ନ୍ତୁ
Bhuta Bangalare Tini Sanga

ଭୂତ ବଙ୍ଗଳାରେ ତିନି ସାଙ୍ଗ

ହିସ୍… ହିସ୍… । ନିସ୍ତବ୍ଧ ରାତିରେ ଧରିଣୀ ପୃଷ୍ଠରେ ଅମାବାସ୍ୟାର ଅନ୍ଧକାର ସମସ୍ତ ଆଲୋକକୁ ବିତାଡ଼ିତ କରୁଥିଲା । ମୁଁ ଏବଂ ମୋ ସାଙ୍ଗ ରିତେଶ ନଦୀ ପଠାରେ ବୁଲୁଥିଲୁ । ଠିକ୍ ସେହି ସମୟରେ ରିତେଶ୍‌କୁ ଗୋଟିଏ କଲ୍ ଆସିଲା । କଲ୍ ଉଠେଇବା ପାଇଁ କହିଲି ରିତେଶ୍‌କୁ, ମାତ୍ର ମନାକଲା, କହିଲା ବୋଧେ ତା’ ବାପାଙ୍କ କଲ୍ ଆସିଥିବ । ରାତିରେ ଖାଇସାରିଲି ନା ନାହିଁ ସେଥିପାଇଁ । ଘଟଣାଟି ହେଉଛି ୨୦୧୦ ମସିହା ମାଘ ମାସ ଅମବାସ୍ୟା, ସିନ୍ଧେକେଲା ନଦୀ । ନଦୀରେ…

ଅଧିକ ପଢ଼ନ୍ତୁ
kalara-karale

କାଳର କରାଳେ

ନିସହାୟ ଅସହାୟ ଶୁଷ୍କ ପତ୍ରଟିଏ ବହିଯାଉଅଛି ଆଜି କାଳ ବକ୍ଷରେ, ସମୟର ସୁଅମୋତେ ନେଇଯାଏ ଅତୀତ ସ୍ମୃତିକୁ ରୋମନ୍ଥନ କରେ । କି ଥିଲା ସେ ସ୍ୱପ୍ନ ଶିଶୁ ବେଳର ଅଦିନିଆ କାଳ କଲା ସବୁ ପରର, ମୁକ୍ତା ରଜନୀ ଛଡ଼େଇ ମୋହର କଣ୍ଟା ଦିବସେ ଭରି ଦେଲା ନୀର । ସମୟ ସ୍ରୋତେ ମୁଁ ଚାଲିଛି ବହି ତୀବ୍ରତାର ସୁଅ ନଉଛି ଉଠେଇ କାଳକୁଳକୁ ମୁଁ ଖୋଜି ପାଉନାହିଁ ବର୍ତ୍ତିବି କେମିତି ଟିକେଦିଅ ବତାଇ? ସମୟର ଚକ୍ରବ୍ୟୁହେ ଫସିଗଲି…

ଅଧିକ ପଢ଼ନ୍ତୁ