ଅସରନ୍ତି ସ୍ନେହ
ଅକୁହା ଆବେଗ
ସମୁଦ୍ରେ ଲୁହରେ ଜୁଡ଼ୁବୁଡ଼ୁ
ସ୍ମୃତିର ଏକ କ୍ୟାନଭାସ
ଶାଢ଼ୀ
ମେଞ୍ଚା ମେଞ୍ଚା ସ୍ୱପ୍ନକୁ
ଜାବୁଡ଼ି ରଖିଥିବା
କେଇ ଖିଅ ସୂତାର
କୁହୁକ ଦୁନିଆ
ଶାଢ଼ୀ
ଜୀବନର ନିଦାଘ ତାତି
ସଂଘର୍ଷର ରୀତିମତ ଚାବୁକ
ସହିବାର ଏକମାତ୍ର ଜାଗା
ଶାଢ଼ୀ
ସେ ମୋ ମାଆର
ଚିରାଫଟା ସୂତାଶାଢ଼ୀ !
– ରବିନ୍ଦ୍ର ପଣ୍ଡା