କରୋନା ଜ୍ୱାଳାରେ ତୁମେ ଆତଙ୍କିତ
ମୁଁ ନିଇତି ଆତଙ୍କ ଦେଖୁଛି ।
ଦିନରାତି ଏଠି ସବୁ ତ ସମାନ
ନିଆଁ ଝୁଲ ଖାଲି ଖସୁଛି,
ତୁମେ ଘରେ ଲୁଚ କିଛିଦିନ ପାଇଁ
ମୁଁ ନିଇତି ତ ଘରେ ଲୁଚୁଛି ।
ସୀମାନ୍ତ ଝିଅ ମୁଁ ନୀରିହ ମଣିଷର
ଆର୍ତ୍ତନାଦକୁ ଶୁଣୁଛି
ସେଠି ଦୁର୍ମୂଲ୍ୟ ସବୁ ମଣିଷ ଜୀବନ
କେତେ ଟ୍ରିଟମେଣ୍ଟ୍ ଚାଲିଛି
ଏଠି ଗ୍ରେନେଡର ଗର୍ଜ୍ଜନ ଆଗେ
ଜୀବନ ମୂଲ୍ୟହୀନ ସାଜିଛି,
ସେଠି କରୋନାଯୋଦ୍ଧାଙ୍କୁ ସମ୍ମାନସାର୍ଥେ
କେତେ ଯେ ପ୍ରଶଂସା ଚାଲିଛି
ଏଠି ବିନା ପ୍ରଶଂସାରେ ବୀର ଜବାନ
ରକ୍ତର ହୋଲି ଖେଳୁଛି,
ଗୁଳିଗୋଳା ତୋପକମାଣ ଏଠି
ନିଇତି ପ୍ରଳୟ ରଚୁଛି
ନୀରିହ ମଣିଷ ରକ୍ତଜବାର
ରଙ୍ଗରେ ରଙ୍ଗି ଯାଉଛି ।
ସବୁ ପ୍ରଳୟର ଅନ୍ତକର ପ୍ରଭୁ
ଏତିକି ପ୍ରାର୍ଥନା କରୁଛି
ନିଜ ଟେକ ଆଜି ରଖ ମହାବାହୁ
ସାରା ଦୁନିଆଁଟା ଝୁରୁଛି ।
– ସୌଭାଗ୍ୟବତୀ ଗିରି
Comments
ସୌଭାଗ୍ୟବତୀ ଗିରି ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।