ଗଛ ସବୁ ହୋଇଗଲା ହଣା
ଜଙ୍ଗଲଟେ ଥିଲା ବୋଲି
ଏବେ ଆଉ ପଡ଼ୁନାହିଁ ଜଣା
ଏବେ ତାହା ସାଜିଛି ପଡ଼ିଆ
ସେଠି ଚାଲିଅଛି ସଭା ଲାଗୁଚି ବଢ଼ିଆ
ଆଜି ବି ହେଉଚି ସଭା
ପରିବେଶ ସୁରକ୍ଷାର ଦିନ
ଆସିଛନ୍ତି ନେତା, ମନ୍ତ୍ରୀ ଦିଅନ୍ତି ଭାଷଣ
କହୁଛନ୍ତି କାଟନାହିଁ ଗଛ…
ବଢ଼ାଅ ତା’ ବଂଶ
ଜଙ୍ଗଲ ରହିଲେ ହେବ ସୁସ୍ଥ ପରିବେଶ ।
– ବିନୟ କୁମାର ଦାସ
Comments
ବିନୟ କୁମାର ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, କବିତା ଆଦି ରଚନା କରିବା ସହ ଅନ୍ୟାନ୍ୟ ଭାଷାର ରଚନାରୁ ଅନୁବାଦ କରିଥାନ୍ତି ।