ଅନ୍ଧାର ରାସ୍ତା,
ରାସ୍ତା ପୂରା ଶୂନ୍ଶାନ୍
ସେ ରାସ୍ତାରେ ମୁଁ ଏକା
ହଠାତ୍,
ବର୍ଷା ଆକାଶରେ କେଉଁଠୁ ଆସିଲା??
ଖାଲି ବର୍ଷା ନୁହେଁ ତା’ ସହ ବିଜୁଳି ଚକ୍ ଚକ୍…
ଠିକ୍, ସେହି ଅନ୍ଧାର ରାସ୍ତା ଓ ବର୍ଷା ଆକାଶରେ
କେଉଁଠି ସେ ଥିଲା ମୋ ପାଖରେ ଆସି ଠିଆ ହେଲା…
ସେ ସମୟରେ ହଠାତ୍ ଆକାଶରେ ଘଡ଼ଘଡ଼ି ।
ଘଡ଼ଘଡ଼ ହେଲା ବୋଲି ସେ ଆସିଲା ନା,
ସେ ଆସିଲା ବୋଲି ଘଡ଼ଘଡ଼ି???
ମୁଁ ତା’ କୋଳରେ ରହିଗଲି ସେ ରାତିରେ
ତା’ ପରଦିନ ସକାଳେ ମୋ ଆଖି ଫିଟିବାବେଳେ
ନା ଆକାଶରେ ବର୍ଷା ନା ଅନ୍ଧାର ନା ସେ
କେହି ନାହିଁ ଏ ଜୀବନେ…
କିନ୍ତୁ,
ମୁଁ ସେଇଠି ଅପେକ୍ଷା କରିଛି ସେ ବର୍ଷାକୁ
ଆକାଶରେ ବର୍ଷା ଆସିବ ତ ନିଶ୍ଚିତ
ସେହି ବର୍ଷା ସହ କ’ଣ ଅନ୍ଧାର ଆସିବ…
ଆସିବ ପୁଣି ଘଡ଼ଘଡ଼ି???
ସେ ଅନ୍ଧାର କି ଘଡ଼ଘଡ଼ି ନ ଆସୁ ।
କିନ୍ତୁ,
ମୁଁ ଅପେକ୍ଷା କରିବି ତାକୁ ସେ ନିଶ୍ଚିତ ଆସିବ…
– ସୁନାଲତା ପରିଡା
Comments
ସୁନାଲତା ପରିଡ଼ା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।