ବୁନ୍ଦାଏ ରକ୍ତରେ ମୁକ୍ତି ଅଛି ବୋଲି
ଶିଖେଇ ଗଲେ ସେ ବୀର,
ଶକ୍ତି ଥାଏ ମନେ କର୍ମରେ ବ୍ୟକ୍ତିର
ଦୁଃଖେ ସେ ନୋହେ ଅଧୀର…
ନୁଆଇଁ ନଥାଏ ମଥାକୁ ଖାଲିରେ
ହୁଏନାହିଁ ପରାଧୀନ,
ନିଜର ମାଟିରେ ବଞ୍ଚିବା ପାଇଁ କି
କରି ପାରେ କେ ବାରଣ??
ହୁଙ୍କାର ଭରି ମନରେ ଯେ ଦିଏ
ଦେଶ ପାଇଁ ବଳିଦାନ,
ଅମର ହୋଇ ସେ ରୁହନ୍ତି ସର୍ବଦା
ନେତାଜୀ କୁହନ୍ତି ଜନ ।
ସମ୍ମାନ ଦେଇ ନିଜ ମାଟି ମା’କୁ
ରଖିଯାଏ ଯେ ତା’ ମାନ,
ସେହି ସୁଯୋଗ୍ୟ ସନ୍ତାନ ବୋଲାଏ
ତା’ ପାଦେ କୋଟି ନମନ ॥
– ମଧୁମିତା ମିଶ୍ର
Comments
ମଧୁମିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।