କିଛି ନ କହି ସେ ବଜାରକୁ ଆଣି
ଦିଅନ୍ତି ପାଦେ ଅଜାଡ଼ି
ନ କହି ନକହି ସ୍ନେହ ଅଜାଡ଼ନ୍ତି
ମନର ଭାବନାକୁ ସାଥେ ଯୋଡ଼ି ।
ଆକଟରେ ଦିଶେ ତାଙ୍କ ସ୍ନେହବିଡ଼ା
ନଥାଏ ଓଠ ବାଣୀରେ ।
ବୋଉର ପଣତ ଯଦି ହୁଏ ଛତା
ବାପା ତ ଦାନାପାଣିରେ ।
ନିଜେ ନ ପିନ୍ଧନ୍ତି ନିଜ ପାଇଁ ନୂଆ
ଆମ ପାଇଁ ଭର୍ତ୍ତି ଆଲମାରୀ
ସର୍ବସ୍ୱ ଦିଅନ୍ତି ଆମ ପାଇଁ ଢାଳି
କେ ହେବ ବାପାଙ୍କ ସରି !
ବାପା ଅଛନ୍ତି ତ ଦୁନିଆ ରଙ୍ଗୀନ
ସତେ ମେଳଣ ପଡ଼ିଆ
ସବୁକିଛି ସତେ ଦୁର୍ଲଭ ଲାଗଇ
ବାପାଙ୍କ ସାଥେ ଦୁନିଆ ।
ଜୀବନର ନାଥ ପ୍ରତ୍ୟକ୍ଷ ଦେବତା
ପ୍ରତି ସନ୍ତାନ ଜୀବନେ
ମୁହେଁ କଠୋରତା, ହୃଦୟେ ସେନେହ
ଦୁନିଆ ତାଙ୍କୁ “ବାପା” ରୂପେ ଚିହ୍ନେ ।
– ସୁଶ୍ରୀ ସଙ୍ଗୀତା ସେଠୀ
Comments
ସୁଶ୍ରୀ ସଙ୍ଗୀତା ସେଠୀ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ପ୍ରସଙ୍ଗଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।