ମୋ ପ୍ରେମଭରା, ମଧୁଝରା କବିତା????
ପ୍ରଥମେ ଲେଖୁଥିଲି
ନିଜ ସ୍ୱପ୍ନ ପାଇଁ
ମୋ ସ୍ୱପ୍ନର ନାୟିକା ପାଇଁ
ଆଉ ସେ ନାୟିକା କିଏ ଜାଣିଛ କି??
ସେ ତୁମ ବିନା ଆଉ କିଏ ବା ହୋଇପାରେ????
ତୁମେ ହିଁ ସାଜିଥିଲ
ମୋ ଶବ୍ଦର ଗ୍ରନ୍ଥାଗାର
ସେଥିରୁ ଚୋରେଇ ଆଣିଥିବା କିଛି ଶବ୍ଦରେ
ବୁଣି ଚାଲିଥିଲି ମୋ ରଙ୍ଗୀନ ସ୍ୱପ୍ନକୁ
ଆଉ ସେ ରଙ୍ଗୀନ ସ୍ୱପ୍ନ ତୁମେ ହିଁ ଥିଲ
ଯା ପାଇଁ ବିଶ୍ଵକର୍ମା ସାଜି
ଶବ୍ଦରେ ଶବ୍ଦରେ ଗଢ଼ୁଥିଲି
ଭିନ୍ନ ଏକ ତାଜମହଲ
ଯେଉଁଠି ପ୍ରେମର ମାର୍ବଲରେ
ସଜାଇଥିଲି ପ୍ରତ୍ୟେକ ଅଂଶକୁ
ସେଇଟି ଖାଲି ପ୍ରେମ ହିଁ ପ୍ରେମ ॥
ହେଲେ ଆଜି ତୁମେ କାହିଁ
ମୋ ସ୍ୱପ୍ନ କାହିଁ
ସବୁ ତ ଆକାଶର ଭସା ମେଘ ପରି
ଅଦୃଶ୍ୟର ଲୁଚକାଳି ଖେଳୁଛ
ମୁଁ ବି ଆଉ ମୁଁ ନୁହେଁ
ହଜିଯାଇଛି ମୁଁର ସତ୍ତା
ସମୁଦ୍ରର ଗଭୀରତାରେ
ମୋ ସ୍ୱପ୍ନର ତାଜମହଲ
ଆଜି ଚୁରମାର୍ ହୋଇ
ସାଜିଛି ଭଗ୍ନାବଶେଷର ଏକ ସ୍ମୃତିର ସଂକେତ ମାତ୍ର ॥
ମୋ ଚକ୍ଷୁରୁ ଆଜି
ଶୁଷ୍କ ହୋଇ ଉଠିଛି
ଲୋତକର ଧାରା
ହୃଦୟଟା ପାଲଟି ସାରିଛି ପାଷାଣ
ନା ସେଥିରେ ଘୃଣା ଅଛି ନା ପ୍ରେମ
ଆଜି ସେ ପ୍ରାଣହୀନ ॥
ତ କାହା ପାଇଁ ଲେଖିବି
ମୋ ପ୍ରେମଭରା, ମଧୁଝରା କବିତା???
– ଶିବାନନ୍ଦ ବନଛୋର