ଏଇଠି ଜନମୀ, ଏଠି ଖାଇ ପିଇ
ଏ ପାଣି ପବନେ ବଢ଼ି
ଏଇଠାରେ ପଢ଼ି, ଏ ମାଟିକୁ ଛାଡ଼ି
ବିଦେଶକୁ ଗଲେ ଉଡି ।
ପୁଳା ପୁଳା ଟଙ୍କା, ରୋଜଗାର କରି
କିଣିଲେ ଫ୍ଲାଟ୍ ଗାଡ଼ି
ଇଙ୍ଗିରାଜି କହି, ଛାତିକୁ ଫୁଲାଇ
ଚାଲୁଥିଲେ ନିଶ ମୋଡ଼ି ।
ଗାଁ କଥା କେବେ, ମନରେ ପଡ଼ିଲେ
ଅସନା ରାଇଜ କହି
ନାକ ଟେକୁଥିଲେ ସତେକି ଯେମନ୍ତେ
ଏ ରାଇଜ ପଚା ଦହି ।
ଠିଇକି ବେଳକୁ ନିଦ ଭାଙ୍ଗିଗଲା
ଗଣ୍ଠିଲି, ପେଡ଼ି ମୁଣ୍ଡାଇ
ଗାଁ ମୁହାଁ ହଡ଼ା ପରାୟେ ଧକେଇ
ଆସନ୍ତି ମୁଣ୍ଡ କୁଣ୍ଡେଇ ।
ଏଠି ତ ଗରୀବ, ମୂଲିଆ, ମୂରୁଖ
ଚାରିଆଡ଼େ ମାଳ ମାଳ
ବିଦେଶରୁ ଆସି ଖାଇବକି ବସି
ଲୋକେ ମୁହଁରେ ବାନ୍ଧିବେ ହଳ ।
ଖାଲି ହାତେ ଯେବେ ବିଦେଶୁ
ଫେରନ୍ତ
ଖୁସି ହେଇଥାନ୍ତା ଦେଶ
ଅଣ୍ଟିରେ କୋରନା ଭୂତାଣୁ ଆଣିକି
ଦେଶକୁ କରୁଛ ନାଶ
କାହା ମୁଣ୍ଡେ ଦେବା ଦୋଷ
ଭଲ ଦଶା ଥିଲେ ତାଲା ବନ୍ଦ ଘରେ
ଏକୋଇଶି ଦିନ ବସ ।
– ନବ କିଶୋର ପଲାଇ
Comments
ନବ କିଶୋର ପଲାଇ ପୁରୀରେ ବାସ କରୁଥିବା ଜଣେ ଓଡ଼ିଆ କବି, ଯିଏକି ବିଭିନ୍ନ ସାମାଜିକ କଥାବସ୍ତୁ ଉପରେ ତାଙ୍କର ଲେଖିନୀ ଚାଳନା କରନ୍ତି ।