You are currently viewing ତୁମକୁ ପାଇବା ପାଇଁ
ତୁମକୁ ପାଇବା ପାଇଁ

ତୁମକୁ ପାଇବା ପାଇଁ

ଅନଭିଜ୍ଞ ମୁହିଁ କିଛି ଜାଣିନାହିଁ
ପ୍ରାର୍ଥନା କରୁଛି ଯାଇ
ମାୟା ମୋହ ଭରା ଭବ ସାଗରରୁ
ଉଦ୍ଧାର କରିବା ପାଇଁ…

ତୁମ ପାଇଁ ସବୁ ସମୁଦ୍ରକୁ ଶଙ୍ଖେ
କି ଦାନ ଦେବି ମୁଁ ଯାଇ
ମନ ରୂପି ଧନ ଦାନ ମୁଁ ଦଉଛି
ତୁମ ଦାସ ହେବା ପାଇଁ…

ଅନ୍ୟର ନାଆରେ ନାଉରୀ ସାଜୁଛି
କୂଳକୁ ଆସିବା ପାଇଁ (କିନ୍ତୁ)
ମାୟା ମୋହ ଭରା ଏ ସାରା ସଂସାରେ
କୂଳ ଖୋଜେ ନିଜ ପାଇଁ …

ବଞ୍ଚିବାର ରାହା ପାଇନାହିଁ ଖୋଜି
କି ଭିକ୍ଷା ମାଗିବି ଯାଇ
କଦ।କାର ଭରା ସ୍ଥୂଳ ଶରୀରକୁ
ରଖିବି ମୁଁ କାହିଁ ପାଇଁ…

ଜୀବନ ଦୀପରେ ଆତ୍ମାର ସାଳିତା
ଜଳିଯାଉ ଏହି କ୍ଷଣି
ବ୍ୟାକୁଳ ହେଲାଣି ଏ ପାପ ଶରୀର
ତୁମକୁ ପାଇବା ପାଇଁ…

ନୃସିଂହ ପାଣିଗ୍ରାହୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ନୃସିଂହ ପାଣିଗ୍ରାହୀ ପେଶାରେ ଜଣେ ଶିକ୍ଷକ । ସେ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ବିଭିନ୍ନ ପ୍ରକାରର ଗପ, କବିତା ଆଦି ରଚନା କରନ୍ତି ।