You are currently viewing ସତ୍ୟ କହିହୁଏନା
ସତ୍ୟ କହିହୁଏନା

ସତ୍ୟ କହିହୁଏନା

ସତ୍ୟ କହିହୁଏନା
ସତ୍ୟକୁ ନିଜ ଲୋକମାନେ ବି
ଲୁଚେଇ ଦିଅନ୍ତି
ସତ କହିଲେ ପାଗଳାମିର ଆକ୍ଷ୍ୟା ମିଳେ,
ଯିଏ ନିଜ ଭୁଲ ପାଇଁ
ସତ କୁହେ ନାହିଁ
ସେ ହିଁ ଅନ୍ୟକୁ ଆରୋପ କରେ ।

ହଉ ହେଲା-
ସେପରି ଲୋକଙ୍କୁ ଭୁଲିଯିବା
ଦରକାର ପଡ଼ିଲେ
ସେମାନେ ବରଫକୁ
ନିଆଁ ବୋଲି କହିବେ,
ଆରେ ଜୀବନଟା ପରା
ବଡ଼ ଅମୂଲ୍ୟ !

ଖାଲି ସ୍ନେହ-ପ୍ରେମ-ଶ୍ରଦ୍ଧା ଲୋଡ଼ା
ଲୋକେ ତ ସେଥିରୁ ବି
ଫାଇଦା ଉଠାନ୍ତି ।

ସତରେ
ଦୁନିଆକୁ ବୁଝି ହେଉନଥିବା
ଏକ ପହଳି
ବୋଧହୁଏ ବୁଝିଗଲେ
ସତ୍ୟ କହିହୁଏନା ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁଧାଂଶୁ ଶେଖର ଦ୍ୱିବେଦୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।