ଆଜି କାହିଁ ନୀରବ

ଆଜି କାହିଁ ନୀରବ

ଆଜି କାହିଁ ନିରବ?
ନିର୍ଜୀବ ଭଳି ଦିଗବଳୟକୁ ଚାହିଁ ରହିଛି,
ମନରେ ଅସୁମାରି ପ୍ରଶ୍ନ,
ସମାଧାନର ଉପାୟ ଖୋଜିଚାଲିଛି ॥

ଆଜି କାହିଁ ନିରବ?
ସମୟ ସ୍ରୋତରେ ଭାସି ମୁଁ ଚାଲିଛି,
ଅଟକିବାର ବୃଥା ପ୍ରଚେଷ୍ଟା,
ରକ୍ତାତ କରୁଛି, ଆଗକୁ ଠେଲି ବି ନେଉଛି ॥

ଆଜି କାହିଁ ନିରବ?
ସତେ ଯେମିତି କାହାକୁ ହଜେଇ ଦେଇଛି,
ଛାତିରେ ଛାତିଏ କୋହ,
ଅଶ୍ରୁଟିଏ ହୋଇ ଆଖିକୁ ଭିଜେଇ ଦେଇଛି ॥

ଆଜି କାହିଁ ନିରବ?
ଭିଡ଼ ଭିତରୁ କିଏ ଯେମିତି ମୁଣ୍ଡ ଟେକୁଛି,
ସାଥିଟିଏ ଖୋଜୁଛି,
ସାଥୀକୁ ନ ପାଇ ଭିଡ଼ ଭିତରେ ଲୁଚିଯାଇଛି ॥

ଆଜି କାହିଁ ନିରବ?
ଅତୀତର ଦିନ ସବୁ ଆଖି ଆଗରେ ନାଚି ଉଠୁଛି,
ତମେ ସିନା ନାହଁ,
ସେହି ପିଲାଦିନ, ସ୍ମୃତିଟିଏ ହୋଇ ରହିଛି ॥

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...