You are currently viewing ଉତ୍ପନ୍ନ ହେଉ ଜାତୀୟ
Odia Poem Utpanna Heu Jatiya (ଉତ୍ପନ୍ନ ହେଉ ଜାତୀୟ) by Satyanarayan Padhan

ଉତ୍ପନ୍ନ ହେଉ ଜାତୀୟ

ନହୁଅ ନହୁଅ ସ୍ୱାର୍ଥର ପଥିକ
ସ୍ୱାର୍ଥକୁ ଆହୂତି ଦିଅ,
ସେ ଆହୂତି ନିଆଁ ପ୍ରଜ୍ଜ୍ୱଳିତ ହେଉ
ଉତ୍ପନ୍ନ ହେଉ ଜାତୀୟ ।

ଜାତୀୟତା ପାଇଁ ଦେଇ ବଳିଦାନ
ଜୀବନ କରାଅ ଧନ୍ୟ,
ସ୍ୱର୍ଣ ଇତିହାସ ନହେଉ ପଛକେ
ଜିଣିବୁ ମାଟିମା ମନ ।

ଜାତୀୟତା ହିତେ ନଦୀ ଯେବେ ଯାଇ
ମିଶଇ ସାଗର ବକ୍ଷେ,
ତୁ ଛାର ମାନବ କରୁ ଅହଂକାର
ସରି କିବା ତାକୁ ଦକ୍ଷେ ।

କାଠି ଗୁଚ୍ଛହୋଇ ଥାଏ ଯେବେ ଭାଈ
ଭାଙ୍ଗି କି ପାରଇ କେହି,
ଏକତାରେ ଅଛି ଅସୀମିତ ବଳ
ଅସାଧ୍ୟ ବି ସାଧ୍ୟ ହୋଇ ।

– ସତ୍ୟନାରାୟଣ ପଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସତ୍ୟ ନାରାୟଣ ପ୍ରଧାନ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।