ମକର ସଂକ୍ରାନ୍ତି
ଧରାରେ ମକର ଆସେ ଧନୁ ପରେ ପରେ, କୃଷି ଭିତ୍ତିକ ପର୍ବ ଭାବେ ପାଳନ୍ତି ପୁରେ ପୁରେ । ସାରା ଭାରତରେ ପାଳନ୍ତି ଜାତି ଧର୍ମରେ ସର୍ବ, ରୋମାନ୍ ଇହୁଦୀମାନେ ବି ପାଳନ୍ତି ଏ ପର୍ବ । ଦକ୍ଷିଣ ଭାରତରେ ପାଳନ୍ତି ତିନି ଦିନ ଏହାକୁ, ପୋଙ୍ଗାଲ ବିହୁ ନାମେ ପୂଜନ୍ତି ଏ ଧରା ଧାମକୁ । କୃଷକ ଚାଉଳ ଆମଳ କରି କ୍ଷୀରି କରଇ ଖୁସି ମନେ ସାହି ପଡ଼ିଶା ଘରେ ଘରେ ବାଣ୍ଟଇ ।…