You are currently viewing ମକର ସଂକ୍ରାନ୍ତି
ମକର ସଂକ୍ରାନ୍ତି

ମକର ସଂକ୍ରାନ୍ତି

ମଘା ନକ୍ଷତ୍ରରେ ମାଘ ଆସିଲା ।
ମକର ସଂକ୍ରାନ୍ତି ଦେଖି ହସିଲା ॥

ମକର ରାଶିରେ ସୂର୍ଯ୍ୟଙ୍କ ସ୍ଥିତି ।
ମକର ସଂକ୍ରାନ୍ତି ଫୁଲାଏ ଛାତି ॥

ସୂର୍ଯ୍ୟ ଅବସ୍ଥାନ ମକର କ୍ରାନ୍ତି ।
ତେଣୁ ଏ ତିଥି ମକର ସଂକ୍ରାନ୍ତି ॥

ଦକ୍ଷିଣ ଅୟନ ଗତି ସରିଲା ।
ଉତ୍ତର ଅୟନ ଆରମ୍ଭ ହେଲା ॥

ଏଣିକି ଶୀତର ଦାଉ କମିବ ।
ଖରାର ପ୍ରକୋପ ଏବେ ବଢ଼ିବ ॥

ଦିନ ବଢ଼ି ରାତି ଛୋଟ ହୋଇବ ।
ଏତେ ଲମ୍ବା ରାତି କିଏ ଶୋଇବ??

ମକର ସଂକ୍ରାନ୍ତିରେ ପଡ଼େ ଚହଳ ।
ମଠ, ମନ୍ଦିରରେ ଭାରି ଗହଳ ॥

ଆଦିବାସୀ ଭାଇଭଉଣୀ ମିଶି ।
ପରବ ପାଳନ୍ତି ହୋଇଣ ଖୁସି ॥

ମକର ଚାଉଳ ଲାଗିବ ଭୋଗ ।
ଦିଅଁ ଦରଶନ ମିଳିବ ଯୋଗ ॥

ମକର ଚାଉଳ ଖୋଇ ଆନକୁ ।
ମକର ବସିବା ଏହି ସନକୁ ॥

ଫକୀର ମୋହନ ଏହି ଦିବସେ ।
ଜନ୍ମ ଲଭିଥିବା କଥାଟି ଆସେ ॥

କରିଲେ ଓଡ଼ିଆ ଭାଷାର ସେବା ।
ବ୍ୟାସକବି ଭାବେ ସମ୍ମାନ ଦେବା ॥

ପୋଙ୍ଗଲ ନାମରେ ମକର ପର୍ବ ।
ପାଳନ ହୁଅଇ ଆଣଇ ଗର୍ବ ॥

ଆସନ୍ତୁ ମକର ପର୍ବ ପାଳିବା ।
ସବୁ ବିଭେଦତା ଆମେ ଟାଳିବା ॥

– ନିରଞ୍ଜନ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ନିରଞ୍ଜନ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।