Odia Translated soty Samadhan (ସମାଧାନ) by Binay Kumar Das

ସମାଧାନ

ଜନତାଙ୍କର ଭିଡ଼ ଦେଖି ନେତାଙ୍କ ମନରେ ଛନକା ପଶିଗଲା । ଆଜିକାଲିର ଡିଜିଟାଲ ଜନତା ଏମାନେ । ଏମାନଙ୍କୁ ଏଣୁତେଣୁ କହି ପୂର୍ବ ପରି ଭୁଆଁ ବୁଲେଇ ଦେଇ ହେବନି । ଏମାନେ ଖାଲି ପ୍ରାକ୍ଟିକାଲ ନୁହନ୍ତି, ସବୁ କଥାରେ ପ୍ରମାଣ ବି ଚାହୁଁଛନ୍ତି । ଆରେ….ଆରେ… ଏ କ’ଣ? ସେମାନେ ତ ନେତାଙ୍କୁ ଘେରାଉ କରିବାକୁ ଆସୁଛନ୍ତି । ନେତା ମହୋଦୟ ମୁହଁରେ କୃତ୍ରିମ ହସ ଫୁଟାଇ ସେମାନଙ୍କୁ ସ୍ୱାଗତ ଜଣାଇଲେ । “ଆପଣ ଥାଉଁ…

ଅଧିକ ପଢ଼ନ୍ତୁ
Odia Poem Tumaku Mun (ତୁମକୁ ମୁଁ) by Sanjib Kumar Dash

ତୁମକୁ ମୁଁ

ଦେଖୁଥାଏ ପରସ୍ତ ପରସ୍ତ ମେଘ ଉହାଡ଼ରେ, କୁଞ୍ଚିତ କବରୀ କୃଷ୍ଣ, ହସର ଲାବଣ୍ୟ, କେବେ ସାଜ ଇନ୍ଦ୍ରଧନୁ ସାତ ରଙ୍ଗ ମାଖି, ବିଜୁଳି ଚମକେ ତୁମ, ଖେଳେ ଶିହରଣ ! ପାଇଯାଏ ଥିରି ଥିରି ମଳୟ ବାସ୍ନାରେ, ମଧୁମାଳତୀର ମିଠା ଗୋଧୂଳି ଲଗନ, କୋଇଲିର କୁହୁ ତୁମ ପ୍ରୀତି ଡାକବାଜି, ଆମ୍ରକାନନରେ ଅବା ଲୁଚିଛ ମଉନ ! ଅନୁଭବେ ଦିଗନ୍ତର ପାହାଡ଼ ଶିଳାରେ, ଦେଖୁଛି ସହୁଛି ସେ ତ ସମୟର ଖେଳ, ତଥାପି ତା’ ଚିତ୍ତ ଶାନ୍ତ,…

ଅଧିକ ପଢ଼ନ୍ତୁ
Odia Poem Kape Chaha (କପେ ଚାହା) by Duleswar Sahu

କପେ ଚାହା

ସକାଳ ପାହିବା ମାତ୍ରେ ମୁଁ ତତେ ହିଁ ଅନୁଭବି ପାରେ ଜହ୍ନର ଜ୍ୟୋସ୍ନାରେ ଜଙ୍ଗଲର ଅଦ୍ଭୁତ ଓ ଅନାବୃତ ପକ୍ଷୀ ମାନଙ୍କର ପ୍ରେମରେ । ସକାଳୁ ସକାଳୁ ଗୁଡ୍ ମର୍ନିଙ୍ଗ୍ ନୁହେଁ ବରଂ କପେ ଚାହା ହେଲେ ଜୀବନକୁ ଶାନ୍ତି ମିଳେ ଭରପୁର ମଜା ଲାଗେ ଲାଗେ ମତେ ଗୋଲାପର ପ୍ରେମରେ ପ୍ରେମିକ ପାଲଟି ଯାଇଛି । ତା’ ଧୂଆଁ ଧୂଆଁ ନୁହେଁ ମତେ ଆଉଁସି ଦେଉଥିବା ଗୋଟେ ଅଜସ୍ର ପ୍ରେମର ହାତ ପାପୁଲି ଓଃ !…

ଅଧିକ ପଢ଼ନ୍ତୁ
Odia Poem Awastire Asa Nuabarsa (ଆଶ୍ୱସ୍ତିରେ ଆସ ନୂଆବର୍ଷ) by Anasuya Panda

ଆଶ୍ୱସ୍ତିରେ ଆସ ନୂଆବର୍ଷ

ନୂଆବର୍ଷ ତୁ ତ ଆସିବୁ ଗୋଟେ ଖସଡ଼ାରେ କିଏ କ’ଣ ମନା କଲେ ତୁ ଅଟକିଯିବୁ ମହାମାରୀର ଦୌରାତ୍ମ୍ୟରେ ମଣିଷର ନନ୍ଦନ କାନନରେ । ତୁ ଆସିବୁ, ଡରିବୁନି, ଏଠି ସମସ୍ତଙ୍କୁ ଭେଟିବୁ କିଏ କୁଡ଼ିଆରେ ତ, କିଏ ପଞ୍ଜୁରୀରେ କିଏ ପିଞ୍ଜରାରେ ବାଘ, ଗାଈ ବିଶ୍ୱାସ କି ଦୟା ଏଠି ଆଉ ନାହିଁ ଏବେ ଏଠି ବଗ ମାଛ ଖେଳ । ଅନେକ କଣ୍ଟାର ସ୍ତୂପ, ଅବିଶ୍ୱାସର କଙ୍କାଳରେ ଅନେକ କୋକିଶିଆଳି ବନ୍ଧୁତ୍ୱର ହାତ ମିଳାନ୍ତି…

ଅଧିକ ପଢ଼ନ୍ତୁ
Odia Poem Atita (ଅତୀତ) by Susmita Bavi

ଅତୀତ

ଅତୀତ ମୋର ଯାଇଛି ହଜି ସ୍ମୃତି କିଛି ରହିଛି ବାକି ଯେତେ ଖୋଜିଲେ ବି ଆଉ ଫେରିବନି ଖାଲି ଲୁହରେ ଭିଜିବ ଆଖି ॥ ସ୍ନେହ ଶ୍ରଦ୍ଧା କାଣିଚାଏ ପାଇଁ ବଞ୍ଚିବାର ସ୍ୱପ୍ନ ଦେଖେ ବିତି ଯାଇଥିବା ଦିନଗୁଡ଼ିକୁ ସ୍ମୃତିରେ ସାଇତି ରଖେ ॥ ଆଉ କି ପାଇବି ଫେରି ପିଲାଦିନ ସାଙ୍ଗ ସାଥି ବାଲି ଘର ଯେତେ ଖୋଜିଲେ ବି ପାଇବିନି ଆଉ ଭାଇ ଭଉଣୀଙ୍କ ଖେଳ ॥ କର୍ମ ଜଞ୍ଜାଳରେ ସମସ୍ତେ ବନ୍ଧା ସମୟ…

ଅଧିକ ପଢ଼ନ୍ତୁ