ଆନନ୍ଦ ଭାଇର ଦୋସା
୨୦୧୮ ମସିହା, ମୋ ଜୀବନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ । ଦୀର୍ଘ ୧୪ ବର୍ଷର ଚାକିରି ଓ ଦିଲ୍ଲୀ ସହର ଉଭୟଙ୍କୁ ବିଦାୟ ଜଣେଇ ଚାଲି ଆସିଲି ମୋ ସହର ଭଦ୍ରକକୁ, ସବୁଦିନ ପାଇଁ । ଆସିବାର ଦୁଇଦିନ ପରେ ସକାଳୁ ଦାନ୍ତ ଘଷି ବାହାରି ପଡ଼ିଲି ଜଳଖିଆ କରିବା ପାଇଁ । ମୋ ପ୍ରିୟ ଦୋସାର ପ୍ରେମରେ । ବାଇପାସ୍ଠାରୁ ଅନେଇ ଅନେଇ ଚାଲିଲି । ସକାଳ ୭:୩୦ । ଅଧେ ଦୋକାନ ଖୋଲି ନଥାନ୍ତି…