ଛୋଟ ପ୍ରେମ ପତ୍ରେ ଯୌବନ ଛିଟା
ଆଖି ପଲକ ମୋ ଲାଖି ରହିଯାଏ ପ୍ରିୟା ତୋ ଗୋଲାପୀ ଓଠେ ତୋ ଓଠରୁ ମଧୁ ଶୋଷି ନେବାପାଇଁ ମନ ମୋ କୁରୁଳି ଉଠେ ଝରକା ଫାଙ୍କେ ତୋ କଣେଇ ଚାହାଣୀ ଖେଳେ ଲୁଚକାଳି ଖେଳ ତୋ ମନର କଥା ଅଛପା ନାହିଁ ଲୋ ଆ’ କରିବା ଅନୁକୂଳ ଯୌବନ କାନନେ ମଧୂପ ବଖାଣେ ହୃଦ ବେଦନାର ଭାଷା ଧାଇଁ ଧାଇଁ ପ୍ରାଣ ବ୍ୟାକୁଳ ହେଲାଣି କେବେ ମେଣ୍ଟିବ ମୋ ତୃଷା ଅବୁଝା ମନ ମୋ ଉଡ଼ିବୁଲେ ଆଜି ଅନ୍ତରେ ସଞ୍ଚାରେ ପ୍ରଶ୍ନ ପ୍ରେମ ଚଢ଼େଇଟା କହେ ଆସି…