Bhor Hebara Swapna

ଭୋର୍ ହେବାର ସ୍ୱପ୍ନ

ଭୋର୍ ହେବାର ସ୍ୱପ୍ନ ମୃଗେଶ ବୈଷ୍ଣବ ପାଣିଗ୍ରାହୀ ଦୁଃଖର ନଈରେ ଲୁହର ବନ୍ୟା ଆସିବାର ମୁଁ ଜାଣିଛି, ପାହାନ୍ତି ସ୍ୱପ୍ନରେ ରାତିର ନିଦ ହଜିଯିବାର ମୁଁ ଜାଣିଛି । ଆଶାର ହୁଲି ଡଙ୍ଗା ଯେବେ ଭାସୁଥାଏ, ସ୍ମୃତି, ମନ ତଳେ ଗୋପନ କବିତା ସାଜିବାର ମୁଁ ଜାଣିଛି, ପ୍ରତୀକ୍ଷାର ମିଠା ଯନ୍ତ୍ରଣାରେ ରାତି ଅଧିଆ ନୈରାଶ୍ୟର ସବୁଜିମାକୁ ଖୋଜୁଛି । ମୁଁ ଜାଣେ ତୁମେ ନଥିଲେ ଦୁଃଖ ଛଡ଼ା କିଛି ବି ନଥାଏ, ଲୁହ ଛଡ଼ା କିଛି…

ଅଧିକ ପଢ଼ନ୍ତୁ
Bhanga Hrudaya

ଭଙ୍ଗା ହୃଦୟ

ତୁମେ ଯିବା ପରେ ପରେ ମୁଁ ସମ୍ପୂର୍ଣ୍ଣ ଏକା ମୋ ପାଶେ କିଛି ନାହିଁ ନିସ୍ତବ୍ଧତା ଭିତରେ କେବଳ ସେଇ ଭଙ୍ଗା ହୃଦୟ ଖୁବ୍ ଜୋରରେ ସ୍ପନ୍ଦନ ହେଇ ବୋଲ ନମାନି ଗୁମୁରି ଗୁମୁରି କାନ୍ଦୁଛି । ଯେତେ ବୁଝାଇଲେ କୋହଭରା ହୃଦୟଟା ଭିତରେ ଭିତରେ ଜଳି ଜଳି ଛାରଖାର ହେଇ ପାଉଁଶ ପରି ଉଡ଼ିଲାଣି । କେମିତି ବୁଝାଇବି ଏ ଭଙ୍ଗା ହୃଦୟ ତୁ ସ୍ଥିର ହେଇ ଯାଆ ଦିନେ ଆସିବ ଶ୍ରାବଣ ପୁଣି ଛୁଇଁବ…

ଅଧିକ ପଢ଼ନ୍ତୁ
Alpa Alapa

ଅଳ୍ପ ଆଳାପ

ସବୁ କିଛି ହୋଇଗଲା ସ୍ତବ୍ଧ, ନୀରବ ଅଚିହ୍ନା ଅଜଣା ଆଖିର ଭାଷା ମାତ୍ର କେଇ ମୁହୂର୍ତ୍ତର ମୁହେଁ ଥିଲା ଉଦାସର ଛୋଟିଆ ପ୍ରାଚୀର । ଚୁପ୍ ଚାପ୍ ଦୁଇ ଓଠ ବାସ୍ ଢଳ ଢଳ ଚାରି ଆଖି ଚାହିଁବା ଥିଲା ନ ଚାହିଁବା ପରି ମନେ ହୁଏ ଶବ୍ଦ ଆଉ ଭାଷାର ହେବ ବୋଧେ ବିରାଟ ବୃଷ୍ଟି ମିଶା ଝଡ଼ । ଫଡ଼ ଫଡ଼ ଉଡ଼ୁଥିବା ଓଢ଼ଣୀର ତାଣ୍ଡବ ଶୁଭୁଥିଲା କାନରେ କେବଳ ସବୁ କିଛି ଶୁନ୍‌ଶାନ୍…

ଅଧିକ ପଢ଼ନ୍ତୁ
Swikarokti

ସ୍ୱୀକାରୋକ୍ତି

କିଛି ଖରା ଯାହା ତୋ ଅଗଣାରେ ବିଞ୍ଚି ଦେଲା ପରେ, ବଳକା ଅଇଁଠା ଆଲୁଅ ଯେତେ ମୋ ଝରକା ମୁଣ୍ଡରେ ସୁରୁଜ ଛାଡ଼ିଦେଇଯାଏ ତାକୁ ହି ତୋ ସ୍ପର୍ଶ ଭାବି ଦେହସାରା ମୁଁ ବୋଳି ହେଇଯାଏ ! କିଛି କୁହୁ ଯାହା ତୋ ଗୀତର ତାଳେ ତାଳେ କୋଇଲିଟି ହଜେଇ ଦେଇ ଆସି ମୋ ଅଗଣା ଆମ୍ବ ଡାଳରେ ସକେଇ ହେଇଯାଏ ତାକୁ ହି ତୋ ସ୍ୱର ଭାବି ତୋ ଅନୁପସ୍ଥିତିକୁ ମୁଁ ଭୁଲିଯାଏ ! କିଛି…

ଅଧିକ ପଢ଼ନ୍ତୁ
Digahara Byaktitwa

ଦିଗହରା ବ୍ୟକ୍ତିତ୍ୱ

ଭିଡ଼ର ମୁଖ ଶଳାରେ ନିରୀହ ବ୍ୟକ୍ତିତ୍ୱ ଖୋଜୁଛି ତା’ର ଠିକଣା, କାହିଁ କେତେ ଦିନୁ ତୃଷ୍ନା ଭରି ଅନ୍ତର କୋଣରେ ଘୁରି ବୁଲେ ତାହା ସେ ଜାଣେନା…… ଇର୍ଷା କେବେ ବାଟ କାଟେ ତ କେବେ ଭୟ ତା’ର କାୟା ମେଲେଇ ଲୁଚାଇବାକୁ ଚାହେଁ ତା’ର ଅସ୍ତିତ୍ୱ, କଇଁ କଇଁ କାନ୍ଦି ଗଡ଼ାଇ ଦିଏ ଅଦୃଶ୍ୟ ଲୁହ କେବେ ତ ଗୁମୁରି ଗୁମୁରି ଝୁରି ହୋଇ ଥାଏ ସେ ବ୍ୟକ୍ତିତ୍ୱ… ତଥାପି ସଂଗ୍ରାମ ସରିନାହିଁ ତା’ର ଚାଲୁଅଛି…

ଅଧିକ ପଢ଼ନ୍ତୁ