ବରଷା ଆସିଲା ମରତେ
ନିଖିଳ ଚିତ୍ତ ହରଷା ବରଷା ପହିଲି ଆଷାଢ଼େ ଆସିଲାଣି ଗ୍ରୀଷ୍ମ ସନ୍ତାପିତ ଧୂସର ଧରଣୀ ଧୀରେ ଧୀରେ ହସି ଉଠିଲାଣି ॥୧॥ ଆକାଶରେ ଭାସେ କୃଷ୍ଣ ବର୍ଣ୍ଣ ଘନ ଦିଶେ ଚପଳାର ସୁନା ଝଲକ ହଳ କର୍ଷିତ ମାଟି ଭିଜିଗଲେ ସଂଚରିତ ହୁଏ ମଧୁ ମହକ ॥୨॥ ପର୍ଣ୍ଣହୀନ ଆଉ ବର୍ଣ୍ଣହୀନ ତରୁ ଭରିଯାଏ ପୁଣି ସବୁଜିମା ସବୁଜ ଘାସରେ ନାଲି ଗୁଲୁଗୁଲୁ ସାଧବ ବୋହୁର ଉନ୍ମନା ॥୩॥ କଦମ୍ବେ ଭରିଛି ରୋମାଞ୍ଚ କୁସୁମ ଦୃଶ୍ୟ ତା’ର…