Jibana Nai ra gote ghata

ଜୀବନ ନଈର ଗୋଟେ ଘାଟ

ଜୁଲାଇ ୪ ତାରିଖ, ରଥଯାତ୍ରା । କଥାରେ ନାହିଁ, ଷ୍ଟେସନ ପାଖ ଲୋକ ଟ୍ରେନ୍ ଫେଲ୍ । ପୁରୀ ଲୋକ ବୋଲି ଦିନରେ ରଥ ଉପରେ ଜଗନ୍ନାଥ ଦର୍ଶନ ୩/୪ ବର୍ଷ ହବ ବନ୍ଦ । ରାତି ୧୦ ହେଲେ ଘରୁ ବାହାରେ, ଆଉ ଫାଙ୍କାରେ ଦର୍ଶନ କରି ଆସେ । ଏଥର କିନ୍ତୁ ଠିକ୍ ବାହାରିଲା ବେଳକୁ ବର୍ଷା କାଚିଲା । ପାରାଦ୍ଵୀପ ଫେରନ୍ତା ବର୍ଷାରେ ଓଦା ହେବା କଷ୍ଟଟା ଦେହରୁ ଯାଇନଥିଲା । ଗାଲୁ…

ଅଧିକ ପଢ଼ନ୍ତୁ
Gruhasthayoga

ଗୃହସ୍ଥଯୋଗ

ସାଧାରଣଭାବରେ ଆମମାନଙ୍କ ମନରେ ଏପରି ଧାରଣା ରହିଛି କି ଗୃହସ୍ଥରେ ରହିବାର ଅର୍ଥ ହେଉଛି ମାୟା ବନ୍ଧନରେ ବାନ୍ଧିହେବା ଏବଂ ଗୃହସ୍ଥରେ ନରହିବା ହେଉଛି ସ୍ୱର୍ଗର ଚିହ୍ନ । କିନ୍ତୁ, ବାସ୍ତବରେ ବନ୍ଧନ ଗୃହସ୍ଥରେ ନୁହଁ ନିଜ ମନୋବୃତ୍ତିରେ ହିଁ ଥାଏ । ମନ ଯଦି କାମ, କ୍ରୋଧ, ଲୋଭରେ ପରିପୂର୍ଣ୍ଣ, ତେବେ ଗୃହସ୍ଥରେ ଯାହା ଘଟିପାରେ ସନ୍ୟାସ ନେଲେ ମଧ୍ୟ ତାହାହିଁ ଘଟିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ଆଉ ଯଦି ଗୃହସ୍ଥ ଧର୍ମ…

ଅଧିକ ପଢ଼ନ୍ତୁ
Thikanara Apekshare

ଠିକଣାର ଅପେକ୍ଷାରେ

ସୃଷ୍ଟିର ରଚନା ବଡ଼ ବିଚିତ୍ର ନିଦାଘର ନିଷେଧାଦେଶର ପ୍ରସ୍ଥ ଭୂମି ଗ୍ରୀଷ୍ମର ଅଭିଚାରିତ ଖରା, ଉତ୍ତପ୍ତ ମାଟିର ତୃଷାର୍ତ୍ତ ଚିତ୍କାର, ସବୁଜ ବନାନୀର ସୌନ୍ଦର୍ଯ୍ୟ ଯେମିତି କ୍ଷୀଣ ହୋଇଯାଇଚି, ଗୁମ୍‌ସୁମ୍ ହୋଇଯାଇଚି ଗଛଗୁଡ଼ା, ତଥାପି ଦୁଃଖୀର ଦୁଖଃ ଗରମରୁ ଶାନ୍ତି ଦେବାକୁ ଯେମିତି ନିଜକୁ କଷ୍ଟ ଦଉଚି…….। କର୍ମ କ୍ଲାନ୍ତ ମଣିଷ ମୁଁ, ଗ୍ରୀଷ୍ମର ଝାଞ୍ଜି ପବନକୁ ଦୁହୁ ଦୁହୁ ଖରା, ନଉକାଟିକୁ କୂଳରେ ଲଗେଇଦେଇ ବର ଗଚ୍ଛ ତଳେ ଟିକେ ବିଶ୍ରାମ ନେଲି । ଆହାଃ…

ଅଧିକ ପଢ଼ନ୍ତୁ
Ratha Jatra

ରଥଯାତ୍ରା

ସନାତନର ପୁଅ ବାବୁଲିର ଭାରି ମନ ଥରୁଟିଏ ରଥଯାତ୍ରା ଦେଖି ଯିବା ଲାଗି । ସେଥିପାଇଁ ସିଏ ସବୁବେଳେ ଅଳି କରେ ପୁରୀ ଯିବା ଯିବା ବୋଲି, କିନ୍ତୁ ତା’ ବାପା ସନାତନ ଦିନ ମଜୁରିଆ, ତାକୁ କାମରୁ ଫୁରୁସତ ମିଳିଲେ ଯିବେ ନା । ଦିନଟିଏ କାମକୁ ନଗଲେ ତା’ପରଦିନ ଘରେ ଚୁଲି ଜଳିବା ବନ୍ଦ । ଚାରି ପ୍ରାଣୀ କୁଟୁମ୍ଭଙ୍କ ପାଇଁ ତାକୁ ଦିନ ରାତି ପରିଶ୍ରମ କରିବାକୁ ହେଉଛି । ସେଥିରେ ଆଉ…

ଅଧିକ ପଢ଼ନ୍ତୁ
Jibanara Mane

ଜୀବନର ମାନେ

ଜୀବନ ଯଦି ଯନ୍ତ୍ରଣାର ଏକ ନାଟକ ଖୁସି ହେଉଛି ଏକ ଅଧ୍ୟାୟ ମଝିରେ ମଝିରେ ଅସୁଥିବ |୧| ଜୀବନ ଯଦି ଦୁଃଖର ଏକ ପାଠାଗାର ସୁଖ ହେଉଛି ଏକ ବହି କେଉଁ ଥାକରେ ଗୋଟେ ରହିଥିବ |୨| ଜୀବନ ଯଦି ଅପେକ୍ଷାର ଏକ ରାସ୍ତା ଝୁରିବା ହେଉଛି ବାଟୋଇ ସେଇ ବାଟରେ ସେ ଚାଲୁଥିବ |୩| ଜୀବନ ଯଦି କାନ୍ଦିବାର ମରୁଭୂମି ହସିବା ଏକ ଭସା ବାଦଲ କେବେ ଦିଗ ବଦଳାଇ ଆସିଯିବ। |୪| ମୁଁ ଯଦି…

ଅଧିକ ପଢ଼ନ୍ତୁ