Odia Story Ghanta Tarakari (ଘାଣ୍ଟ ତରକାରୀ) by Janmajaya Nayak

ଘାଣ୍ଟ ତରକାରୀ

(୧) ଆମ କଲୋନୀର ସବୁଠାରୁ ପ୍ରିୟ ନାମ ଶାନ୍ତି ମାଉସୀ । ପିଲା ଠୁଁ ବୁଢ଼ା ସବୁରି ମୁହଁରେ ତାହାରି ପ୍ରଶଂସା । ପାକୁଆ ପାଟିରେ ଲହଡ଼ିଭାଙ୍ଗୁଥାଏ ଖିଲିଖିଲି ହସ । ସେନେହ ଶିକୁଳିରେ ସମସ୍ତଙ୍କ ମନକୁ ବାନ୍ଧି ରଖିଥାଏ ସେ । ମହମହ ବାସନା ଛୁଟିଆସୁଥିଲା ଶାନ୍ତି ମାଉସୀ ଘରୁ । ସେ ବାସନାରୁ କେଉଁ ଗୋଟିଏ ଆପଣାପଣର ଅନୁଭବ ଭାସିଆସୁଥିଲା । ସହରୀ ସଭ୍ୟତାର ଚାକଚକ୍ୟ ଭିତରେ ସେ ବାସନା ପୂର୍ଣ୍ଣଚ୍ଛେଦ ଟାଣି ଗାଁ…

ଅଧିକ ପଢ଼ନ୍ତୁ
Odia Poem Jahara (ଜହର) by Anasuya Panda

ଜହର

ଜହର କିସମ କିସମର, ଭିନ୍ନ ଭିନ୍ନ ରଙ୍ଗର ସେ ଚିହ୍ନେନି ଜାତି, ଧର୍ମ, ଭାଷା, ରଙ୍ଗ, ଧନୀ କି ଗରିବ ସେ ତ ମାତ୍ର ବେପାରଟିଏ ଛାତିଚିରା ଯନ୍ତ୍ରଣାର ଲୁଟି ନିଏ ଅଜସ୍ର କାମନା ସ୍ଵପ୍ନ ଅଞ୍ଜୁଳାଏ ବିଶ୍ୱାସର ଏବେତ ଏଠି କେବଳ ଜହର ଖାଦ୍ୟ ପାଣି ପବନରେ, ବିଷର ବଳୟ ଧଳା, ନୀଳ, ନାଲି ଯାହାର, ସତେ ଅବା ଅବିର ହୋଲିର ଇଏ ସବୁ ବିଦେଶୀ ଜହର, ସ୍ଵଦେଶୀ ଅଭିଯାନରେ ମହୁଲି, ହାଣ୍ଡିଆ, ଗଞ୍ଜେଇ, ଭାଙ୍ଗ…

ଅଧିକ ପଢ଼ନ୍ତୁ
Odia Poem Ae Ta Marichika (ଏଇ ତ ମରୀଚିକା) by Subham Kumar Sahoo

ଏଇ ତ ମରୀଚିକା

ଆଜି ବି ମନେଅଛି ଜହ୍ନ ରାତିର ସେଇ ବିକଟାଳ ରୂପ କୋକିଶିଆଳିର ଲମ୍ବାରଡ଼ି କାନ୍ଦଣା ରାତି ଶୁନ୍ ଶାନ୍, କୁକୁର ସବୁ ଭୁକୁଛନ୍ତି ଆଉ ମୁଁ ତୁମକୁ ଅନୁସରଣ କରୁଛି; ପଛରୁ ହାତ ଠାରି ଡାକୁଛି ହେଲେ, ହଠାତ୍‌ ତମେ ଦୌଡ଼ିଯାଉଛ ସାଗରକୂଳ ଆଡ଼େ ତମର ଛମ୍ ଛମ୍ ପାଉଁଜି ଶବ୍ଦ ମୋତେ ତମ ଆଡ଼କୁ ବାରମ୍ଵାର ଟାଣି ନେଉଛି ଶେଷରେ, ଏ ସାଗରର ଢେଉ ମୋ ପାଖେ ଆସି କହୁଛି “ସତ୍ୟତା” କ’ଣ ତୁ ବି…

ଅଧିକ ପଢ଼ନ୍ତୁ
Odia Poem Taanta Ki (ଥାଆନ୍ତା କି) by Sanjeeb Kumar Dash

ଥାଆନ୍ତା କି !!!

ମନଟିଏ ଥାଆନ୍ତା କି, ବୁଝିବାକୁ ମଝି ସମୁଦ୍ରର ଉଦାସୀ ଗମ୍ଭୀରତା ଜୁଆର ଭଟାର ଅଦମ୍ୟ ଚଞ୍ଚଳତା ! ମାପଚୁପ କରୁଥାନ୍ତା ପ୍ରବାହମାନ କାଳର ଚରମ କରାଳତା, ଅଦୃଶ୍ୟ ବିଷମତା !! ହୃଦୟଟିଏ ଥାଆନ୍ତା କି ବରଫକଠିନ କେବେ, ନମନୀୟ ଲତା, ପୋଛି ଲହୁଲୁହ ନିଃସର୍ତ୍ତ, କାହାର ବେଦନା ନିଃଶେଷ କରୁଥାନ୍ତା ସେ ଅମାନିଆଝଡ଼, ଅମଡ଼ାବାଟର ସବୁ ଦୁର୍ଦ୍ଧଷତା, ସବୁ କଳୁଷତା !! ପ୍ରାଣଟିଏ ଥାନ୍ତାକି, ଅଧୀର, ଆଲୋଡ଼ିତ, ଅବସନ୍ନ ସନ୍ଧ୍ୟାର ସେ ପକ୍ଷୀ ନୀଡ଼ଖୋଜା, ପୁଞ୍ଜ ପୁଞ୍ଜ…

ଅଧିକ ପଢ଼ନ୍ତୁ
Odia Poem Ame Jibita (ଆମେ ଜୀବିତ) by Krishna Mishra

ଆମେ ଜୀବିତ

ସଭ୍ୟ ସମାଜର ସଭ୍ୟ ମନୁଷ୍ୟ, ଶ୍ରେଷ୍ଠ ପ୍ରାଣୀ, ଭେଜା ପରିପକ୍ୱ, ଆମେ ଜୀବିତ, ମୃତ୍ୟୁ ଯାବତ୍ ଜୀବିତ… ଜୀବିତ ଥାଉ ଆମେ, ଯେବେ ମଦ୍ୟପ ଗେରସ୍ତ ଡାଇଲଗ ଝାଡ଼େ, ହିନ୍ଦୀ ଇଂରାଜୀ… ପିଡ଼ିତା ମହିଳାଟି ରାତି ସାରା, ଭାଗ୍ୟ ଆଦରି କୋହ ଭରୁଥାଏ… ଆମ ଦୁଆର ବନ୍ଦ!!!! ବେମାଲୁମ ଆମେ । ଯାତ୍ରୀ ଭରା ଟ୍ରେନ ଓ ବସ୍… ଝାମ୍ପି ଯାଇ, ସିଟ୍ କବଜା କରୁଁ ! ରୋଗୀଣା ବୁଢ଼ୀଟି ଧକଉଥାଏ, ଆଗ, ପଛ, ତେରଛା ଧକ୍କା…

ଅଧିକ ପଢ଼ନ୍ତୁ