ଏଇତ ଜୀବନ
ସେଦିନ ସକାଳୁ ଉଠି ପ୍ରାତଃ ଭ୍ରମଣରେ ବାହାରିଗଲା ସୁଜିତ୍ । କି ଖରା କି ବର୍ଷା ସବୁଦିନ ସକାଳୁ ତା’ର ବୁଲିଯିବାଟା ଥୟ । ଜଗନ୍ନାଥ ମନ୍ଦିର ହେଇ ପାର୍କ ପର୍ଯ୍ୟନ୍ତ ଯାଇ ସେଠାରୁ କିଛି ଫୁଲ ଧରି ସେ ଫେରେ ପ୍ରତିଦିନ । ଆଜି କିନ୍ତୁ ଫେରିଲାବେଳକୁ ତା’ ଘର ପାଖରେ ଲୋକ ଗହଳି ଲାଗିଥିଲା । ତା’ର ପଡ଼ୋଶୀ ଦାସବାବୁ ଯାହାଙ୍କ ଘରଆଡ଼େ ଦୀର୍ଘ ବାର ବର୍ଷ ଧରି ମନାନ୍ତର ମତାନ୍ତର ପାଇଁ ଚାହୁଁ…