Odia Poem Bas Sabu Sesh (ବାସ ! ସବୁ ଶେଷ...) by Sudhanshu Shekhar Dwibedy

ବାସ ! ସବୁ ଶେଷ…

ବାସନ୍ତୀର କାନ୍ଦଣା ଓ ଚିତ୍କାର ଶବ୍ଦ ହୃଦୟକୁ ଆଘାତ କରୁଥାଏ । ବଦ୍ରି ତାକୁ ଆଜି ବହୁତ ପିଟିଛି । ଆଶ୍ରାବ୍ୟ ଭାଷାରେ କେତେ କ’ଣ କହିଛି । ଏପର୍ଯ୍ୟନ୍ତ ବି ସେ ଗାଳି ଦେଉଥିବା ଶବ୍ଦ ଶୁଭୁଛି । “ଶାଳି ବୁଢ଼ୀ ମରୁନାହିଁ କି ମୋତେ ଟଙ୍କା ପଇସା ଦେଉନାହିଁ । ମରିଗଲେ ଯେମିତି ସବୁ ବୋହି ନେଇଯିବ? ଗୋଟେ ବୋଲି ପୁଅ ମୁଁ, କେମିତିକା ମା’ ବେ ତୁ?” ବାସନ୍ତୀ ବି ପ୍ରତିବାଦ କରି…

ଅଧିକ ପଢ଼ନ୍ତୁ
Odia Poem Sita (ଶୀତ) by Rama Chandra Pradhan

ଶୀତ

ରଙ୍ଗ ବେରଙ୍ଗର ଫୁଲର ସମ୍ଭାରେ ଥିରି ଥିରି ଆସେ ଶୀତ ଶୀତ ଆଗମନେ ମୋ ଗାଆଁ ହସଇ ଚାଷୀ ପୁଅ ଗାଏ ଗୀତ । ପ୍ରକୃତି ପଲ୍ଲୀର ଶୀତ ସକାଳଟା ଭାରି ମନୋହର ଦିଶେ ଫୁଲଫଳ ଭରା ବାଡ଼ି ବଗିଚାଟା ଖୁସିରେ ଯେମିତି ହସେ । ଶୀତ ସକାଳର କୋହଲା ପାଗରେ କାକର ଦେଖାଏ ଛଇ ଶିଶିରର ବିନ୍ଦୁ ବୃକ୍ଷ ଲତା ଡାଳେ ମୁକ୍ତା ସମ ଝଟକଇ । ପଲ୍ଲୀ ଲଳନାର କୁହୁକ ଛୁଆଁରେ ଅଗଣା ଜୀବନ୍ତ…

ଅଧିକ ପଢ଼ନ୍ତୁ
Odia Poem Kathatie Kahun Kathatie (କଥାଟିଏ କହୁଁ... କଥାଟିଏ) by Manoj Kumar Tripathy

କଥାଟିଏ କହୁଁ… କଥାଟିଏ

ଜଙ୍ଗଲ ନିଆଁ ହୁ ହୁ ହେଇ ମାଡ଼ିଚାଲିଥିଲା ପାହାଡ଼ରୁ ପାହାଡ଼କୁ । ଜଳିଯାଉଥିଲେ ବଣର ଗଛ, ତରୁ, ଲତା, ଫୁଲ, ଫଳ ଆଉ ତା’ ଭିତରେ ରହୁଥିବା ଜୀବଜନ୍ତୁ । ଆଧାଜଳା ଥୁଣ୍ଟା ଗଛଟିଏରେ କପୋତୀଟିଏ ବସିଥିଲା ଲୁହଭରା ଆଖିରେ । ତା’ ଆଖି ଆଗରେ ତା’ ସ୍ଵପ୍ନସବୁ ଜଳି ପୋଡ଼ି ପାଉଁଶ ହେଇଯାଉଥିଲା । ଏତିକିବେଳେ କପୋତଟିଏ କାହୁଁ ଉଡ଼ିଆସି କପୋତୀ ପାଖରେ ବସିଲା । ଦୂର ପାହାଡ଼ରେ ତା’ ସଂସାର ବି କେବେଠୁଁ ଜଳି…

ଅଧିକ ପଢ଼ନ୍ତୁ
Odia Poem Birahara Dahanare (ବିରହର ଦହନରେ) by Prashant Pradhan

ବିରହର ଦହନରେ

ମିଛ ଭରସାରେ ଆଜିବି ବଞ୍ଚିଛି ଲେଉଟିବ ତୁମେ ବୋଲି ଚିରସ୍ରୋତା ହେଲା ଆଖିର ଶ୍ରାବଣ ଯେବେଠାରୁ ଗଲ ଚାଲି ॥ ଝାଉଁଳିଗଲାଣି ଏ ଦେହ ଯୌବନ ବିରହର ଦହନରେ ସ୍ପନ୍ଦନର ବେଗ ଥମି ତ ଗଲାଣି ଆଶାତୀତ ଅପେକ୍ଷାରେ ॥ କାରାଗାରର ସେ ଅପରାଧୀ ପରି ସାଜିଛି ଏବେ ଜୀବନ ପ୍ରେମ ବନ୍ଧନରେ ବନ୍ଦୀ କରି ତୁମେ ଜାଳୁଅଛ ପ୍ରତିକ୍ଷଣ ॥ ମହମ ପରି ତରଳି ଯାଉଛି ବିଚ୍ଛେଦର ଦାବାଗ୍ନିରେ ଶେଷ ଦେଖା ଦିଅ ଶେଷଥର ପାଇଁ…

ଅଧିକ ପଢ଼ନ୍ତୁ
Odia Poem Bayani (ବାୟାଣୀ) by Swarup Chandra Barik

ବାୟାଣୀ

ପାଠ ପଢ଼ି ଧନ ଯାଇଛି ହେଲେ ହେଲାଣି ଡେରି, ସାଙ୍ଗ ସାଥି ଯେତେ ଘରକୁ ସବୁ ଆସିଲେ ଫେରି । ମା’ ମନ ଭାରି ଅବୁଝା କିଏ ବୁଝାଇ ଦେବ, ପୁଅର ଫେରିବା ବାଟକୁ ଚାହିଁ ପଚାରୁଥିବ । ଦେଖିଛ କି କେହି ଧନକୁ ଟାଣ ହେଲାଣି ଖରା, ନିଏନାହିଁ ଛତା-ଚପଲ ଯେତେ କହିଲେ ପରା । ତାତିଥିବ ପଥ-ପଥର କିସ କରିବ ଆଜ, କଅଁଳ ପଦୁଅଁ ମୁହଁରେ ଆଉ ନଥିବ ତେଜ । ଛାଡ଼ିବିନି ଆଉ…

ଅଧିକ ପଢ଼ନ୍ତୁ