Odia Short Story Apatti (ଆପତ୍ତି) by Bimbadhar Mohapatra

ଆପତ୍ତି

ଗରିବ ସବୁବେଳେ ଗରିବ । ପ୍ରଶାସନ ହେଉ କି ସମାଜର ତଥାକଥିତ ବଡ଼ଲୋକ ହୁଅନ୍ତୁ, ସବୁବେଳେ ସବୁ ସମୟରେ ଦାଉ ସାଧିଥାଆନ୍ତି ଏମାନଙ୍କ ଉପରେ । କଥାରେ ଅଛି ପରା, ଜୋର ଯାହାର ମୂଳକ ତାହାର… ଦୟାନିଧି ଦୁଃଖୀ ମଣିଷଟିଏ । ଘରଡିହ ଖଣ୍ଡେ ନାହିଁ । ମୂଲ ମଜୁରି କରି ପେଟ ପୋଷେ । ପରିବାର କହିଲେ, ସ୍ତ୍ରୀ, ଗୋଟିଏ ପୁଅ, ଗୋଟିଏ ଝିଅ । ସେଇ ମୂଲିଆ ମଜୁରୀରୁ ଅନେକ ସୁଖ ସାଉଁଟିଛି ଦୟା…

ଅଧିକ ପଢ଼ନ୍ତୁ
Odia Poem Narira Apamana: Yuddhara Ahwan (ନାରୀର ଆପମାନ: ଯୁଦ୍ଧର ଆହ୍ଵାନ) by Swatismita Barik

ନାରୀର ଆପମାନ: ଯୁଦ୍ଧର ଆହ୍ଵାନ

ପ୍ରାଚୀନ ଯୁଗର ହସ୍ତୀନାପୁରରେ ଘଟିଲା ଏକ କାଣ୍ଡ, ନାରୀର ସମ୍ମାନ ବୁଝି ନପାରି ଭୋଗିଲେ ସବୁ ଦଣ୍ଡ ॥…୧ କେଶକୁ ଟାଣି ରାଜସଭାକୁ ଆଣିଲା ଦୁଃଶାସନ, ପ୍ରଜା କୁହନ୍ତି ଏହା କ’ଣ କୁରୁବଂଶର ଶାସନ?…୨ ପ୍ରତିଜ୍ଞାର ଦ୍ୱାହିଦେଇ ନୀରବ ରହିଲେ ପିତାମହ ଭୀଷ୍ମ, ଜାଣି ମଧ୍ୟ ଜାଜ୍ଞସେନୀର ନିଆଁରେ ହସ୍ତୀନାପୁର ହେବ ଭସ୍ମ ॥…୩ ଜଙ୍ଘକୁ ବାଡ଼େଇ ଦୁର୍ଯ୍ୟୋଧନ କରେ ପୁରୁଷତ୍ଵର ପ୍ରମାଣ, ଗାନ୍ଧାରୀକୁମାର ଅଜ୍ଞାନେ କରେ ମୃତ୍ୟୁର ଆମନ୍ତ୍ରଣ ॥…୪ କୁରୁ ବଂଶର କୁଳବଧୂକୁ କର୍ଣ୍ଣ…

ଅଧିକ ପଢ଼ନ୍ତୁ
Odia Story Anu Bhoutika Kahani (ଅଣୁ ଭୌତିକ କାହାଣୀ) by Deepak Sarangi

ଅଣୁ ଭୌତିକ କାହାଣୀ

ହରିଶର ପିଲାବେଳୁ ଇଚ୍ଛା ଥିଲା ସେ ଗୋଟେ ଭଲ ସାମ୍ୱାଦିକ ହେବ । ସେଥିଯୋଗୁଁ ସେ ପ୍ରସ୍ତୁତି ବି ଆରମ୍ଭ କରି ସାରିଥିଲା । ଭାଗ୍ୟକୁ ଗୋଟେ ଛୋଟ ମାସିକ ପତ୍ରିକାର ସାମ୍ୱାଦିକ ଭାବେ ସେ କଟକରେ ହିଁ ନିଯୁକ୍ତି ପାଇଲା । ଦିନେ ପତ୍ରିକାର ସମ୍ପାଦକ ତାକୁ ଗୋଟେ ସତ୍ୟ ଭୌତିକ ଘଟଣା ଉପରେ ଗଳ୍ପ ଲେଖିବାକୁ କହିଲେ ଯୋଉଟାକି କି ସେ ନିଜେ ଅଙ୍ଗେ ନିଭେଇଥିବ । ଯଦିଓ ହରିଶ ସେମିତି କିଛି ଭୁତ…

ଅଧିକ ପଢ଼ନ୍ତୁ
Odia Poem Danga (ଦଙ୍ଗା) by Dr. Trupti Ranjan Das

ଦଙ୍ଗା

ଘର’ର ତାଟି କବାଟରେ ଭୟ ଆଉଜିକି ଥିଲା ସେମାନେ ସମସ୍ତେ ଖଣ୍ଡା ଧରିଥିଲେ ଯିଏ ଧରି ନଥିଲା ତା’ର ରକ୍ତ ଝରୁଥିଲା ଭଲ ହେଲା କାଲି ବଜାର ଯାଇଥିଲି କ୍ଷୀର ଆଗରୁ ନେଇ ଆସିଥିଲି ମୁଁ ଚାହା ପିଉଥିଲି, ବାହାରେ ସହର ଜଳୁଥିଲା କଅଁଳ ଛୁଆଟିଏ ଘର ପାଖରେ ଭୋକରେ କାନ୍ଦୁଥିଲା ସେମାନେ ଗୀତା ଆଉ କୋରାନ ନାଁ’ରେ ବାହାରେ ସହରକୁ ଶ୍ମଶାନ କରୁଥିଲେ ଯିଏ ଗୀତା ଆଉ କୋରାନ ବୁଝିଥିଲେ ଘରେ ଲୁଚିଥିଲେ ରୁକ୍ସାର’ର ଭିଡିଓ…

ଅଧିକ ପଢ଼ନ୍ତୁ
Odia Poem Ghatantara Ichha Manankara (ଘଟାନ୍ତର - ଇଚ୍ଛାମାନଙ୍କର) by Sonali Sucharita

ଘଟାନ୍ତର – ଇଚ୍ଛାମାନଙ୍କର

ଭାରି ବଦମାସ ଏ ଇଛାଗୁଡ଼ାକ ! ମସ୍ତିଷ୍କରୁ ଆରମ୍ଭ ହୁଅନ୍ତି, ଆଉ ଖୁବ ଓସ୍ତାଦ ଭଳି ହୃଦୟକୁ ଚିପୁଡ଼ି ଦିଅନ୍ତି ଏଇ ଯେମିତି, ଇଚ୍ଛା ହୁଏ କେବେ ଉଡ଼ିଆସନ୍ତି କି ମିଶରର ସେଇ ଐତିହାସିକ ମରୁଭୂମିର ଉତ୍ତପ୍ତ ବାଲୁକା ରାଶି ଉପରକୁ, ଯେଉଁଠି ପିରାମିଡ୍‌ରେ ଶୋଇଛନ୍ତି ଆଦିମ ମମ୍ମି ସବୁ ଚିରନ୍ତନ ମୁକ୍ତିର ଅପେକ୍ଷାରେ, ପୁଣି ଇଚ୍ଛା ହୁଏ, ବିହଙ୍ଗ ହୋଇ ଉଡୁଥାନ୍ତି କି ନୀଳ ଭୂମଧ୍ୟ ସାଗର ଉପରେ ସିଗଲମାନଙ୍କ ସାଥିରେ ଛୁଇଁଯା’ନ୍ତି ଆକାଶର ସୀମାହୀନ…

ଅଧିକ ପଢ଼ନ୍ତୁ