Odia Poem Nahua Ete Nisthura(ନହୁଅ ଏତେ ନିଷ୍ଠୁର) by Krushnendu Hota

ନହୁଅ ଏତେ ନିଷ୍ଠୁର

ଡାକ୍ତରଙ୍କ ମୁଖୁ ଝିଅଟିଏ ବୋଲି ଶୁଣିକରି ପିତାମାତା, ହଁ କହନ୍ତି ପଦେ ତଳମୁହାଁ ହୋଇ ଏଇଟା ଭାଇ କି କଥା? ଆଗରୁ ଜାଣିଲେ ଝିଅ ହେବ ବୋଲି କରିଥାନ୍ତି ଗର୍ଭ ନଷ୍ଟ, ଯଦି ବଞ୍ଚିଯିଏ ମୁଣାଟିରେ ଭରି ଫିଙ୍ଗନ୍ତି ନଲାଗେ କଷ୍ଟ । ନାଳ ନର୍ଦ୍ଦମାରେ ଦିନ କଟିଥାଏ ଶିଶୁକନ୍ୟା ସେ ନିଷ୍ପାପ, ଝିଅଟିଏ ହେଇ ଧରାକୁ ଆସିବା ହୋଇଗଲା ଅଭିଶାପ । ପିତାମାତାଙ୍କ ମନର ଭାବନା ଝିଅଟିଏ ଯଦି ହେବ, ଖୁଆଇ ପିଆଇ ପୋଷିଥିବ ସିନା…

ଅଧିକ ପଢ଼ନ୍ତୁ
Odia Story Golap Phula (ଗୋଲାପ ଫୁଲ) by Soumashree Tripathy

ଗୋଲାପ ଫୁଲ

ଗୋଟେ ସପ୍ତାହେ ହେବ ସ୍ମିତାର ମନ ବହୁତ ଖୁସି । ହବନି ବି କ’ଣ ପାଇଁ ଯେ, ଆସନ୍ତା ରବିବାର ଦିନ ସ୍କୁଲର ଆଲୁମିନି ମିଟ୍ । ସବୁ ସାଙ୍ଗମାନଙ୍କ ବରାଦ, ଏଇଥର ସମସ୍ତେ ଯିଏ ଯୋଉଠି ଥାଉ ନା କାହିଁକି ସମୟ ବାହାରକରି ସମସ୍ତଙ୍କୁ ନିହାତି ଯିବାକୁ ପଡ଼ିବ, ପ୍ରତ୍ୟେକଥର ହାତଗଣତି ପିଲା ଯାଆନ୍ତି; ଆଉସବୁ କିଛି ନା କିଛି ବାହାନା କରି ଯାଆନ୍ତିନି । ହେଲେ ଏଥର ସମସ୍ତେ ଯିବାକୁ ବାଧ୍ୟ । ସାଙ୍ଗସାଥି…

ଅଧିକ ପଢ଼ନ୍ତୁ
Odia Poem Eka eka (ଏକା ଏକା) by Saraswati Das

ଏକା ଏକା

ଭଲପାଇ ଆଜି ଜଳୁଅଛି ମୁଁ ଯେ ତୁମରି ସ୍ମୃତି ନିଆଁରେ, ଥିଲି ଏକାହୋଇ ପ୍ରୀତିରଙ୍ଗ କାଇଁ ଭରିଦେଲ ଜୀବନରେ?? ମନେ ନାହଁ ମୋର କେବେ ତମ ସାଥେ ଦେଖାହେଲା ଏ ଜୀବନେ, ଅଜାଣତେ ଆସି ଲୁଟି ନେଇଗଲ ବଞ୍ଚିବାର ବହୁମାନେ… ତୁମ ସ୍ମୃତି ନେଇ ଆଜି ବି ଜିଇଁଛି ଏକାହୋଇ ଦୁନିଆଁରେ । ତୁମେ ସିନା ମୋତେ ଭୁଲି ଚାଲିଗଲ ଭୁଲି ପାରୁନି ମୁଁ ଆଜି, ବାଲିଘର ମୋର ତୁମେ ଭାଙ୍ଗିଦେଲ ଅମାନିଆଁ ଢେଉ ସାଜି… ତୁମ…

ଅଧିକ ପଢ଼ନ୍ତୁ
Odia Poem Tu au Mun (ତୁ ଆଉ ମୁଁ) by Mahasmita Ojha

ତୁ ଆଉ ମୁଁ

ତୁ ଶୋଷର ସମୁଦ୍ର ମୁଁ ଜୁଆରିଆ ନଈ ତୁ ଅଶାନ୍ତ ଅବୁଝା ମୁଁ ବାଟ ଭୁଲୁଥାଇ । ତୁ ତୁଠ ପଥରଟେ ମୁଁ ଅଳତାର ପାଦ ତୁ କାଶତଣ୍ଡୀ ପଠା ମୁଁ ହଜୁଥିବା ନିଦ । ତୁ ଜହ୍ନର ଗଜଲ୍ ମୁଁ ଶୀତଳ ସମୀର ତୁ ଦୂବଘାସ ହେଲେ ମୁଁ ସକାଳ କାକର । ତୁ ନିଦାଘର ତାତି ମୁଁ କୃଷ୍ଣଚୂଡ଼ା ଫୁଲ ତୁ ମରୁଭୂମି ଶୋଷ ମୁଁ ମରିଚିକା ଧାର । ତୁ ଶ୍ରାବଣ ବରଷା…

ଅଧିକ ପଢ଼ନ୍ତୁ
Odia Poem Komala Kalika (କୋମଳ କଳିକା) by Nibedita Mohapatra

କୋମଳ କଳିକା

ଛୋଟ କଳିକାଟି ଫୁଟିଥିଲା ଅଗଣା ବଗିଚାରେ ପବନରେ ଝୁଲି ଗାଉଥିଲା ସେ ଗୀତ ଆନନ୍ଦରେ ॥ (୧) ନିଷ୍କପଟ ହୃଦୟରେ ଧରି ମମତା ସ୍ନେହପ୍ରେମ ଅତୁଟ ବନ୍ଧନେ ବାନ୍ଧିଥିଲା ସଭିଙ୍କର ଜୀବନ ॥ (୨) ଛନ୍ଦ କପଟ ହିଂସାଦ୍ୱେଷର ଭେଦଭାବ ଦୂରେଇ ଆପଣାର କରିଲା ସଭିଙ୍କୁ ସରଳ ମନନେଇ ॥ (୩) କାମୁକ ଭ୍ରମରଟିଏ ଦେଖି କମନୀୟ ରୂପକୁ ଆସିଥିଲା ହୋଇ ଆନମନା କଳିକାର ପାଖକୁ ॥ (୪) କରିବାକୁ ଚରିତାର୍ଥ ନିଜ କାମନା ବାସନାକୁ ଜଳାଞ୍ଜଳି…

ଅଧିକ ପଢ଼ନ୍ତୁ